Pakistani Crickter Babar Azam: ଆରମ୍ଭ ହୋଇଯାଇଛି ଇସଲାମ ଧର୍ମର ଧାର୍ମିକ ମାସ ରମଜାନ। ଏହି ଅବସରରେ ସାରା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ମୁସଲମାନ ସେମାନଙ୍କର ଧାର୍ମିକ ତୀର୍ଥଯାତ୍ରା ଉମରାହ ଏବଂ ହଜ୍ ସମ୍ପାଦନ କରିବା ସାଉଦି ଆରବ ଠାରେ ପହଞ୍ଚିଛନ୍ତି। ଏହି କ୍ରମରେ ଇସଲାମୀୟ ଧାର୍ମିକ ତୀର୍ଥଯାତ୍ର ଉମରାହ କରିବା ପାଇଁ ଇସଲାମ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମକ୍କା ଠାରେ ପହଞ୍ଚିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ମକ୍କା ଠାରେ ପହଞ୍ଚିବା ପରେ ପାକିସ୍ତାନୀ କ୍ରିକେଟର ବାବର ଆଜମ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ତାଙ୍କର ପ୍ରଶଂସକ ବେଶ ପ୍ରଶଂସା କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଧାର୍ମିକ ତୀର୍ଥଯାତ୍ରାର ଫଟୋ ସେୟାର କଲେ ବାବର ଆଜମ
ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ (Pakistani Cricket Team Captain) ବାବର ଆଜମଙ୍କ (Babar Azam) ଭଳି ଅନ୍ୟ ପାକିସ୍ତାନୀ କ୍ରିକେଟ୍ ଖେଳାଳି (Pakistani Cricket Player) ମଧ୍ୟ ଏହି ସମୟରେ ଉମରାହ (Umrah) ପାଇଁ ସାଉଦି ଆରବ (Saudi Arabia) ଠାରେ ପହଞ୍ଚିଛନ୍ତି। ପାକିସ୍ତାନୀ କ୍ରିକେଟର ବାବର ଆଜମ (Pakistani Crickter Babar Azam) ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ମକ୍କାସ୍ଥିତ ହରମ ସରିଫ (Haram Sharif Mecca) ସାମ୍ନାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଇସଲାମୀୟ ଧାର୍ମିକ ତୀର୍ଥଯାତ୍ରା (Islamic Religious Pilgrimage) ସମୟରେ ପିନ୍ଧା ଯାଉଥିବା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ବାବର ଆଜାମ। ପାକିସ୍ତାନୀ କ୍ରିକେଟର (Pakistani Crickter) ଜଣଙ୍କ ଉର୍ଦ୍ଦୁ ଭାଷାରେ ଲେଖିଛନ୍ତି, "ଆଲ୍ଲାଙ୍କ ଦ୍ୱାରରେ ପହଞ୍ଚିଛି। " ତାଙ୍କର ପ୍ରଶଂସକ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ କହିଛନ୍ତି ଯେ ସେ କ୍ରିକେଟ ଦୁନିଆରୁ ପାଇଥିବା ସମୟକୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି।


ସଫଳ ପାକିସ୍ତାନୀ କ୍ରିକେଟର ବାବର ଆଜମ 


ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ତାଙ୍କର ଚମତ୍କାର ପ୍ରଦର୍ଶନ ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାକିସ୍ତାନ ଅଧିନାୟକ ଦିନିକିଆ ଏବଂ ଟି-ରାଙ୍କିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଜାତୀୟ ଦଳ ବ୍ୟତୀତ ସେ ପାକିସ୍ତାନ ସୁପର ଲିଗ ମୁକାବିଲାରେ ପେଶୱାର ଜାଲମୀ ଦଳର ଅଧିନାୟକ ଅଛନ୍ତି। ନିଜର କରିୟର ମଧ୍ୟରେ ସେ କ୍ରିକେଟର ତିନୋଟି ଫର୍ମାଟରେ ୨୮ ଶତକ ହାସଲ କରିଛନ୍ତି। ଦିନିକିଆରେ ୧୭, ଟି-୨୦ ବର୍ଗରେ ୨ ଏବଂ ଟେଷ୍ଟ ମୁକାବିଲାରେ ୯ ଶତକ ହାସଲ କରିଛନ୍ତି। ସମସ୍ତ ତିନୋଟି ଫର୍ମାଟରେ ୧୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ବିଗତ କିଛି  ସମୟ ଧରି ଅଧିନାୟକତ୍ୱକୁ ନେଇ ସମାଲୋଚକ ବାବର ଆଜମଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।