Ukraine President car accident, ନୂଆଦିଲ୍ଲୀ: ଋଷ ସହ ଯୁଦ୍ଧ ସଙ୍କଟ ବେଳେ ୟୁକ୍ରେନରୁ ଏକ ଚିନ୍ତାଜନକ ଖବର ଆସିଛି। ୟୁକ୍ରେନ ରାଷ୍ଟ୍ରପତି Volodymyr Zelenskyଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ରାଷ୍ଟ୍ରପତି ଆହତ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଓ ତାଙ୍କ ସୁରକ୍ଷା କର୍ମୀଙ୍କ ଗାଡିକୁ ଅନ୍ୟ ଏକ କାର ଧକ୍କା ଦେଇଥିବା ସରକାର ସ୍ପଷ୍ଟ କରିଛନ୍ତି। ତେବେ  ଜେଲେନସ୍କିଙ୍କୁ ହତ୍ୟା କରିବାର ଏହା ଏକ ପ୍ରୟାସ ବୋଲି ସନ୍ଦେହ କରାଯାଉଛି।


COMMERCIAL BREAK
SCROLL TO CONTINUE READING

କିଭ୍ ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଗାଡି ସହ ଜଣେ ମୋଟର ଚାଳକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଗୁରୁତର ଆହତ ହୋଇନାହାଁନ୍ତି ବୋଲି ତାଙ୍କ ମୁଖପାତ୍ର ଗୁରୁବାର ସକାଳେ କହିଛନ୍ତି। ଫେସବୁକରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ମୁଖପାତ୍ର ସର୍ଗି ନିକିଫୋରୋଭ କହିଛନ୍ତି ଯେ. କିଭରେ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଏବଂ ଏସକର୍ଟ ଗାଡି ସହ ଏକ ଯାତ୍ରୀବାହୀ କାର ମୁହାଁମୁହିଁ ଧକ୍କା ହୋଇଥିଲା।


Also Read: ବାବା ଭେଙ୍ଗାଙ୍କ ଏହି ଭୟଙ୍କର ଭବିଷ୍ୟବାଣୀରୁ ଭୟଭୀତ ସାରା ଦୁନିଆ, ୨୦୨୩ରେ ଘଟିବ ଏପରି କିଛି


ମୁଖପାତ୍ର କହିଛନ୍ତି ଯେ, ଦୁର୍ଘଟଣା ପରେ ମଧ୍ୟ ରାଷ୍ଟ୍ରପତି ଜେଲେନସ୍କି ସୁରକ୍ଷିତ ଅଛନ୍ତି। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି। କିନ୍ତୁ ଧକା ଦେଇଥିବା କାର ଚାଳକଙ୍କୁ ଆମ୍ବଲାନ୍ସ ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାର ତଦନ୍ତ କରାଯାଉଥିବା ୟୁକ୍ରେନ ସରକାର କହିଛନ୍ତି। ଦୁର୍ଘଟଣାର କିଛି ସମୟ ପରେ ଜେଲେନସ୍କି କହିଛନ୍ତି ଯେ, ସେ କାରକିଭ୍ ଅଞ୍ଚଳରୁ ଫେରି ଆସିଛନ୍ତି ଏବଂ ଋଷର ସୈନ୍ୟମାନଙ୍କୁ ବିତାଡ଼ିତ କରି ପ୍ରାୟ ସମସ୍ତ ଅଞ୍ଚଳ ଦଖଲ କରାଯାଇଛି।


ଜେଲେନସ୍କି କହିଛନ୍ତି ଯେ, ଏହା ଆମର ସୈନିକମାନଙ୍କର ଏକ ଗୁପ୍ତ ଅପରେସନ ଥିଲା। ଅନେକ ଲୋକ ଏହାକୁ ଅସମ୍ଭବ ବୋଲି ଭାବୁଥିଲେ। କିନ୍ତୁ ୟୁକ୍ରେନ ସେନା ପୁନର୍ବାର ତାହା କରିବାରେ ସଫଳ ହୋଇଥିଲେ। ୟୁକ୍ରେନରେ ଯୁଦ୍ଧ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି। କିଭର ସୈନ୍ୟମାନେ ଋଷର ସୈନ୍ୟମାନଙ୍କୁ ପୂର୍ବ ଦିଗରୁ ବିତାଡିତ କରି ସମଗ୍ର ଡୋନ୍ବାସ୍ ଅଞ୍ଚଳକୁ ଦଖଲ କରିବା ପାଇଁ ଅଭିଯାନ ଚଳାଇଥିବା ଜଣାପଡିଛି।