Patanjali Ayurved: ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି (Patanjali Ayurved) । ଯୋଗ ଗୁରୁ ବାବା ରାମଦେବ (Baba Ramdev)ଙ୍କ ସହଯୋଗୀ ତଥା ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ (Acharya Balkrishna) କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତ । କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ବୁଧବାର ସୁପ୍ରିମକୋର୍ଟ (Supreme Court) ପତଞ୍ଜଳିକୁ ନୋଟିସ୍ ପଠାଇଥିଲେ ।


COMMERCIAL BREAK
SCROLL TO CONTINUE READING

ଏନେଇ ଆଜି ପତଞ୍ଜଳି ପକ୍ଷରୁ କୋର୍ଟରେ ଏକ ଆଫିଡ଼େଭିଟ ଦାଖଲ କରାଯାଇଛି । ଏଥିରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ‘ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶ୍ରୃତି ଦେଉଛି । କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଓ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହରକୁ ଗୁରୁତ୍ୱ ଦେବା କମ୍ପାନୀର ଲକ୍ଷ୍ୟ’। 


ପ୍ରକାଶଥାଉ କି, ପତଞ୍ଜଳି ନିଜର ସାମଗ୍ରୀ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ଛାପିବାକୁ ନେଇ ବୁଧବାର ସୁ୍ପ୍ରିମକୋର୍ଟ (Supreme Court) ଏକ ଅବମାନନା ନୋଟିସ ପଠାଇଥିଲେ । ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଏହସାନଉଦ୍ଦିନ ଅମାନଉଲ୍ଲାଙ୍କ ବେଞ୍ଚ ଏ ଉପରେ ବିଚାର କରି ବାଳକୃଷ୍ଣ ଓ ରାମଦେବଙ୍କୁ ଏପ୍ରିଲ ୨ରେ କୋର୍ଟରେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟଙ୍କ କହିବା ଅନୁଯାୟୀ, ‘କମ୍ପାନୀ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରିଛି। ବିଭ୍ରାନ୍ତକର ବିଜ୍ଞାପନ ଛାପିବ ନାହିଁ ବୋଲି କମ୍ପାନୀ ୨୧ ନଭେମ୍ବର ୨୦୨୩ରେ ପ୍ରତିଶୃତି ଦେଇଥିଲା, କିନ୍ତୁ ଏହାକୁ ପାଳନ କରିନାହିଁ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ଓ ସମ୍ପୂର୍ଣ୍ଣ ମୋଟାପଣକୁ ଦୂର କିରବା ପାଇଁ ଆପଣ କିଭଳି ଦାବି କରିପାରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଲୋପାଥି ଭଳି ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ମଧ୍ୟ ସମାଲୋଚନା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏପ୍ରିଲ ୨ରେ ଏ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। 


ଅନ୍ୟପଟେ କିଛିଦିନ ତଳେ ଆଲୋପାଥି ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ତିଆନ ମେଡ଼ିକାଲ ଆସୋସିଏସନ୍ (Indian Medical Association)ର ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ପତଞ୍ଜଳିକୁ କଡ଼ା ସମାଲୋଚନା କରିଥିଲେ। ଗତ ବର୍ଷ ନଭେମ୍ବର ମାସରେ କୋଭିଡ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ (Patanjali Ayurved)  ତାଗିତ କରିଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।