କାବୁଲ: ଆତଙ୍କବାଦ ପ୍ରଭାବିତ ଦେଶ ଆଫଗାନିସ୍ତାନ (Afghanistan) ରେ ଶାନ୍ତି ପ୍ରତିଷ୍ଠା ନେଇ ଚାଲିଥିବା ଉଦ୍ୟମକୁ ଲାଗିଛି ଜୋରଦାର ଝଟକା । ଦେଶରେ ସମାନ୍ତରାଳ ସରକାର (Parallel Govt) ଚଳାଇଥିବା ତାଲିବାନ ଆତଙ୍କବାଦୀ ସଙ୍ଗଠନ (Taliban Terror Group) ଏଠାକାର ୨୪ ପ୍ରଦେଶରେ ଏକକାଳୀନ ଆକ୍ରମଣ କରିଛି । ଦେଶରେ ଏକ ବଡ ଭାଗରେ ତାଲିବାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି ଆଫଗାନ ସରକାର ।


COMMERCIAL BREAK
SCROLL TO CONTINUE READING

ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Afghan Defence Ministry) ପକ୍ଷରୁ କୁହାଯାଇଛି ବିଗତ ୨୪ ଘଣ୍ଟା ମଧ୍ୟରେ ତାଲିବାନ ଦେଶର ୨୪ଟି ପ୍ରଦେଶେ ଆକ୍ରମଣ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଲିବାନ ନଙ୍ଗରହାର, କୁନାର, ଲଗମାନ, ନୁରିସ୍ତାନ, କପିସା, ମୈଦାନ ବର୍ଦକ, ଗଜନୀ, ଲୋଗର, ପାକ୍ତିଆ, ପାକ୍ତିକା, ଖୋସ୍ତ, କାନ୍ଦାହାର, ଜାବୁଲ, ହେରାତ, ଫରାହ, ବାଦଗି, ଘୋର, ଫରିବ, ସର-ଇ-ପୁଲ, ବଲଖ, ହେଲମଣ୍ଡ, କୁଣ୍ଡୁଜ, ବାଦଖାଂଶ, ବାଗଲାନ ଆଦି ପ୍ରଦେଶରେ ରକେଟ ବୋମା (Rocket Bomb) ଯୋଗେ ଆକ୍ରମଣ କରିଛି ତାଲିବାନ ।
  
ଦେଶରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ରଖି  ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପ ପ୍ରବକ୍ତା ଫବାଦ ଅମାନ କହିଛନ୍ତି ଦେଶରେ ହିଂସାକାଣ୍ଡ ବିସ୍ତାର କରି ଶାନ୍ତି ପ୍ରକ୍ରିୟା ତଥା ଆଫଗାନିସ୍ତାନ ଲୋକଙ୍କ ଆକାଂକ୍ଷାକୁ ଅବମାନନା କରିଛନ୍ତି ଆତଙ୍କବାଦୀ ସଙ୍ଗଠନ । ସେମାନେ ପ୍ରତିଦିନ ଆଫଗାନୀ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି ।


ସେ କହିଛନ୍ତି ଆଫଗାନ ସରକାର ତାଲିବାନକୁ ଯୁଦ୍ଧ ବନ୍ଦ କରିବାକୁ ଏବଂ ଶାନ୍ତି ପ୍ରକ୍ରିୟାରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି । ହେଲେ ଆଫଗାନିସ୍ତାନ ନ୍ୟାସନାଲ ସିକ୍ୟୁରିଟି ଆଣ୍ଡ ଡିଫେନ୍ସ ଫୋର୍ସ (ANDSF-Afghanistan National Security and Defense Force) ମଧ୍ୟ ଦେଶ ବିରୋଧରେ ଯେକୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । ଏହା ସହ ତାଲିବାନ ଅଭିଯୋଗ କରିଛି ଦେଶରେ ବିଦେଶୀ ସୈନ୍ୟବାହିନୀ (Foreign Troops) କୁ ରଖିବା ପାଇଁ ଆଫଗାନିସ୍ତାନ ସରକାର ଜାଣିଶୁଣି ହିଂସା କଥାକୁ ଅତ୍ୟଧିକ ମାତ୍ରାରେ ବଢାଉଛନ୍ତି ।


ପ୍ରାୟ ୩୦ ବର୍ଷ ଧରି ଆତଙ୍କବାଦ ପ୍ରଭାବିତ ଆଫଗାନିସ୍ତାନରେ ଜାରି ରହିଥିବା ସଂଘର୍ଷର ଅନ୍ତଘଟାଇବା ଲାଗି ଦୋହା (Doha) ଠାରେ ଶାନ୍ତି ଆଲୋଚନା ହୋଇଥିଲା। ଏହି ଆଶା ମାଧ୍ୟମରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ବିଶ୍ୱ ସମୁଦାୟ ଆଶା ରଖିଥିଲା । ହେଲେ ସମୟ ସମୟରେ ହେଉଥିବା ଏପରି ହିଂସାକାଣ୍ଡ କାରମୁ ଏହି ଉଦ୍ୟମ ସଫଳ ହୋଇ ପାରୁନାହିଁ ।