Petrol Diesel Price, ନୂଆଦିଲ୍ଲୀ: ଦୀର୍ଘ ୫ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ରାଜ୍ୟରେ ପେଟ୍ରୋଲ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଏହି ସମୟରେ ଅଶୋଧିତ ତୈଳଦରରେ ଅନେକ ପରିବର୍ତ୍ତନ ଆସିଛି ତଥାପି ସରକାର ପେଟ୍ରୋଲ ଡିଜେଲରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଫଳରେ ଲଗାତର ବୃଦ୍ଧି ପାଉଥିବା ମହଙ୍ଗା ତେଲରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ନଭେମ୍ବର ଆସିବା ପୂର୍ବରୁ ତେଲ ଶସ୍ତା ହେବ ବୋଲି ଚର୍ଚ୍ଚା ହେଉଥିଲା। ମିଡିଆ ରିପୋର୍ଟ ଅନୁସାରେ, ପେଟ୍ରୋଲ ଡିଜେଲରେ ଲିଟର ପିଛା ୪୦ ପଇସା କମିବାର ଥିଲା। ଏପରିକି ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ ଟଙ୍କା ପର୍ଯ୍ୟନ୍ତ ତେଲ ଦର ହ୍ରାସ ପାଇବ ବୋଲି ଦାବି କରାଯାଇଥିଲା। କିନ୍ତୁ ନଭେମ୍ବର ୧ରେ ମଧ୍ୟ ପୂର୍ବ ପରି ତୈଳଦରରେ କୌଣସି ପରିବର୍ତ୍ତନ ଆସିନଥିଲା। ତେବେ ଏହା କାହିଁକି କମିଲାନି, ତାହାର ଉତ୍ତର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡିକ କ୍ଷତିରେ ଚାଲୁଛନ୍ତି। ଏବେ ବି କମ୍ପନୀକୁ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୪ ଟଙ୍କା କ୍ଷତି ସହିବାକୁ ପଡୁଛି। ପେଟ୍ରୋଲରେ କମ୍ପାନୀର ମାର୍ଜିନ ବା ଲାଭ ସକରାତ୍ମକ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। କିନ୍ତୁ ଦେଶରେ କାହିଁକି ପେଟ୍ରୋଲ ଡିଜେଲ ମୂଲ୍ୟ କମ କାରାଯାଇନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ସରକାରୀ ତୈଳ କମ୍ପାନୀ ଗୁଡିକୁ ବିପୁଳ କ୍ଷତି ସହିବାକୁ ପଡିଛି। ଯାହାର ଭରଣ ବର୍ତ୍ତମାନ ମଧ୍ୟ ହୋଇପାରିନାହିଁ।


Also Read: Social Justice: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବାର୍ଷିକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବେ ରାଜ


ଏହା ବ୍ୟତୀତ ସେ କହିଛନ୍ତି ଯେ, ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ IOCL, BPCL ଓ HPCL ଭଳି ତିନୋଟି ବୃହତ ତୈଳ କମ୍ପାନୀ ଆସୁଛି। ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଏହି କମ୍ପାନୀ ଗୁଡିକ ଯେଉଁ କ୍ଷତି ସହିଛନ୍ତି, ତାହାର କ୍ଷତିପୂରଣର ଆବଶ୍ୟକତା ରହିଛି। ସେଥିପାଇଁ ମନ୍ତ୍ରାଳୟ ସରକାରୀ ସହାୟତା ପାଇଁ ଅର୍ଥି ବିଭାଗକୁ ଦାବି କରିବ। ଏହି ଖୁଚୁରା ତେଲ କମ୍ପାନୀ ଗୁଡିକ ସରକାରଙ୍କୁ ମହଙ୍ଗାର ମୁକାବିଲ କରିବା ପାଇଁ ପେଟ୍ରୋଲ ଡିଜେଲ ରେଟ୍ ବଢାଇନାହାନ୍ତି। ଏପରି କି ଅଶୋଧିତ ତୈଳ ଦର ବୃଦ୍ଧି ସମୟରେ ମଧ୍ୟ IOCL, BPCL ଓ HPCL ତାଙ୍କ ତେଲ ଦରକୁ ନିୟନ୍ତ୍ରିତ କରି ରଖିଥିଲେ।


ଏବେ ବି ଅଏଲ ମାର୍କେଟିଂ କମ୍ପାନୀ ବା OMC କ୍ଷତିରେ ଚାଲୁଛି। ବର୍ତ୍ତମାନ କମ୍ପାନୀକୁ ପ୍ରତି ଲିଟର ଡିଜେଲରେ ୨୭ ଟଙ୍କା କ୍ଷତି ହେଉଛି। କିନ୍ତୁ ବାସ୍ତବିକ ନଗଦ ଦେଖାଯାଏ ତେବେ ଏହା ପ୍ରାୟ ୩ରୁ ୪ ଟଙ୍କା ହେବ। ଗତ ଏପ୍ରିଲ-ଜୁନ ତ୍ରୟମାସିକରେ IOCL, BPCL ଓ HPCL ୧୯୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିଥିଲେ। ଆଉ ଜୁଲାଇରୁ ସେପ୍ଟେମ୍ୱରରେ ମଧ୍ୟ ଏହି ତିନି ଖୁଚୁରା କମ୍ପାନୀ କ୍ଷତିରେ ଥିବା ଅନୁମାନ କରାଯାଉଛି। ଯେହେତୁ କମ୍ପାନୀ ଗୁଡିକ କ୍ଷତିରେ ଚାଲୁଛନ୍ତି, ସେଥିପାଇଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରୁନାହାନ୍ତି। ତେବେ ନୂଆ ବର୍ଷ ପର୍ଯ୍ୟନ୍ତ ତୈଳ ଦର ହ୍ରାସ ହେବାର ସମ୍ଭାବନା ନ ଥିବା ଅନୁମାନ କରାଯାଉଛି।


Also Read: Anubhav Varsha Case: ସାଂସଦଙ୍କୁ ଶାନ୍ତି ମିଳିଲା, ଅଭିନେତ୍ରୀଙ୍କ ମୁଣ୍ଡରୁ ବୋଝ ଗଲା


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।


ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ। ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ।