ସଂକ୍ଷିପ୍ତରେ ଜାଣନ୍ତୁ ଘାତକ AK-203 ସମ୍ପର୍କରେ

Fri, 04 Sep 2020-4:51 pm,
1/8

2/8

ଉତ୍ତରପ୍ରଦେଶର ଆମେଠୀରେ ଥିବା ବନ୍ଧୁକ କାରଖାନାରେ ଏହି ବନ୍ଧୁକ ତିଆରି କରାଯିବ। ଭାରତ ଓ ଋଷର ମିଳିତ ଉଦ୍ୟମରେ ଏହି ବନ୍ଧୁକ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାର ଯୋଜନା କରିଥିଲେ। ମାତ୍ର ଆର୍ଥିକ ସମସ୍ୟା କାରଣରୁ ତାହା କିଛି ସମୟ ପାଇଁ ଅଟକି ଯାଇଥିଲା। ମାତ୍ର ପ୍ରତିରକ୍ଷା ମନ୍ତ୍ରୀ ଋଷ ଗସ୍ତରେ  ଯାଇ ଆଲୋଚନା କରିବା ପରେ ଏହି ବନ୍ଧୁକ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ମିଳିଥିବା ସୂଚନା ରହିଛି। 

 

ଅଧିକ ପଢନ୍ତୁ: ସୀମାରେ ଉତ୍ତେଜନା ଗମ୍ଭୀର, ଯବାନଙ୍କ ଜୋଶ ହାଇ: ସେନାମୁଖ୍ୟ

3/8

ଏକେ ୨୦୩ ରାଇଫଲର ଗୁଳିର ବେଗ ଘଣ୍ଟା ପ୍ରତି ୭୧୫ କିଲୋମିଟର ବେଗ ରହିଥାଏ। ଭାରତୀୟ ସ୍ଥଳସେନା ପାଇଁ ପ୍ରାୟ ସାଢେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଏକ ୨୦୩ର ଆବଶ୍ୟକ ରହିଛି। ତେବେ ଏକ ଲକ୍ଷ ବନ୍ଧୁକ ଋୁଷ ଦେବାକୁ ରହିଥିବା ବେଳେ ଅବଶିଷ୍ଟ ବନ୍ଧୁକ ଗୁଡ଼ିକ ଭାରତରେ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି। 

 

4/8

ଏହାକୁ ଚଳାଇବା ପାଇଁ ଅଧିକାଂଶ ମାତ୍ରାରେ ସମସ୍ୟା ସୃଷ୍ଟି ହୋଇ ନଥାଏ। ସାଧାରଣତଃ ସୀମା ତଥା ପାହାଡ଼ିଆ ଅଞ୍ଚଳରେ ଥଣ୍ଡା ରହିଥାଏ। ଏଭଳି ସମୟରେ ଯବାନମାନେ ହାତରେ ମୋଟା ଗ୍ଲୋବସ ବ୍ୟବହାର କରିଥାନ୍ତି। ଫଳରେ ଗ୍ଲୋବ୍ସ ପିନ୍ଧି ବନ୍ଧୁକ ଚଳାଇବା କାଠିକର ପାଠ ହୋଇଥାଏ। କିନ୍ତୁ ଏହି ଏକେ ସିରିଜର ବନ୍ଧୁକ ଗୁଡ଼ିକ ଗ୍ଲୋବସ ଚଳାଇବାରେ କୌଣସି ସମସ୍ୟା ସୃଷ୍ଟି ହୋଇ ନଥାଏ। ଏକ୨୦୩ ରାଇଫଲ ର ରେଞ୍ଜ ୮୦୦ ମିଟର ରହିଛି। ଏହି ରେଞ୍ଜ ମଧ୍ୟରେ ଆସୁଥିବା ଶତ୍ରୁଙ୍କୁ ଟାର୍ଗେଟ କରିବାରେ ସଫଳ ହୋଇଥାଏ। 

 

5/8

ଏହି ବନ୍ଧୁକର ଲମ୍ବା ପ୍ରାୟ ସାଢେ ୩ ଫୁଟ। ଗୁଳି ଭର୍ତ୍ତି ରାଇଫଲର ଓଜନ ୪ କିଲୋ ହୋଇଥାଏ। ଏହା ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ସେନାକୁ ବହୁତ ସହାୟକ ହୋଇଥାଏ। ଏହି ବନ୍ଧୁକ ସାହାଯ୍ୟରେ ଗୋଟିଏ ସେକେଣ୍ଡରେ 10 ରାଉଣ୍ଡ ଗୁଳି ଚଳାଯାଇ ପାରିବ। ପାଖାପାଖି ଗୋଟିଏ ମିନିଟରେ ପ୍ରାୟ ୬୦୦ ରାଉଣ୍ଡ ଗୁଳି ଏହି ବନ୍ଧୁକ ମାଧ୍ୟମରେ ଚଳାଯାଇପାରିବ। ଶତ୍ରୁର ଛାତିରେ ଗୋଟିଏ ମିନିଟରେ ୬୦୦ ଗୁଳି ମାରି ମାଟି ଚଟାଇ ପାରିବାର କ୍ଷମତା ରଖିଛି ଏହି ବନ୍ଧୁକ। ଆବଶ୍ୟକ ପଡ଼ିଲେ ୭୦୦ ରାଉଣ୍ଡ ଗୁଳି ମଧ୍ୟ ଚଳାଯିବାର ବ୍ୟବସ୍ଥା ରହିଛି ଏହି ବନ୍ଧୁକରେ। ତେବେ ଏହି ବନ୍ଧୁକ ନିର୍ମାତାଙ୍କ ନାମ ହେଉଛି ମିଖାଇଲ କ୍ଲେସନିକୋବ। ମିଖାଇଲଙ୍କ ନାମ ଅନୁଯାୟୀ ଏକ ୪୭ ନାଁ ରଖାଯାଇଛି। ଏକେର ପୁରା ନାଁ ହେଉଛି ଅଟୋମେଟିକ କ୍ଲେସନିକୋବ। 

 

6/8

AK-203 ରାଇଫଲ, AK-47ର ଆଧୁନିକ ମଡ଼େଲ ପ୍ରମୁଖ ଏହିଠାରେ ଉତ୍ପାଦଲ କରାଯିବ। ସେପଟେ ଯଦି ଏହି ବନ୍ଧୁକ ଭାରତୀୟ ସେନାର ଅସ୍ତ୍ରଶସ୍ତ୍ରରେ ସାମିଲ ହୁଏ, ଏହି ଇନସାସ ରାଇଫଲର ସ୍ଥାନ ନେବ। ଯଦି ଏକ ୨୦୩ର କଥା କୁହାଯାଏ, ତେବେ  ଏହା ଏକ କନଭର୍ଟେବଲ ତଥା ଅତ୍ୟାଧୁନିକ ରାଇଫଲ ଅଟେ। ଏହା ଶତପ୍ରତିଶତ ପ୍ରଦର୍ଶନ କରିବାରେ ବେଶ ସକ୍ଷମ। ଗୋଟିଏ ମିନିଟରେ ୬୦୦ ରାଉଣ୍ଡ ଗୁଳି ଏଥିରୁ ଚଳାଯାଇପାରିବ। ଏହି ବନ୍ଧୁକକୁ ସେମି ଅଟୋମେଟିକ ଏବଂ ଅଟୋମେଟିକ ମୋଡ଼ରେ ବ୍ୟବହାର କରାଯାଇପାରିବ। ଏକ ୪୭ ହେଉଛି ମୂଳରୂପ। ଏକେ ସିରିଜର ପରବର୍ତ୍ତି ମଡେଲ ଗୁଡ଼ିକ ହେଉଛି ଏକ ୭୪, ଏକେ୫୬, ଏକେ ୧୦୦, ଏକେ ୨୦୦। 

 

7/8

ଏଥିପାଇଁ ଋଷର ପ୍ରତିରକ୍ଷା ବିଭାଗ ଖୁବଶୀଘ୍ର ମେକ ଇନ ଇଣ୍ଡିଆ ଯୋଜନାରେ ସାମିଲ ହେବା ସହିତ ଭାରତକୁ ସହାୟତା ଯୋଗାଇ ଦେବ। ଏହା ପରେ ଭାରତରେ ଉତ୍ପାଦନ ଆରମ୍ଭ ହେବ। ଏହା ସହିତ ଆର ବର୍ଷ ଭାରତର ଏୟାର ଇଣ୍ଡିଆ ଏଗଜିବିସନରେ ମଧ୍ୟ ସାମିଲ ହେବ ବୋଲି ସୂଚନା ରହିଛି। 

 

8/8

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ଜାରି ରହିଥିବା ବେଳେ ଋଷ ଗସ୍ତରେ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗୁରୁବାର ରାଜନାଥ ସିଂ ରୁଷର ରକ୍ଷା ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ଅନେକ ଗୁଡ଼ିଏ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ତେବେ ଏହାରି ମଧ୍ୟରେ ଋଷର ସବୁଠାରୁ ଶକ୍ତିଶାଳୀ  ରାଇଫଲ AK 203 ଏଣିକି ଭାରତରେ ପ୍ରସ୍ତୁତ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଏନେଇ ଋଷ ଗ୍ରୀନ ସିଗନାଲ ଦେଇଥିବା ନେଇ ଜଣାପଡ଼ିଛି। ଫଳରେ ଏହି ବନ୍ଧୁକ ଏଣିକି ଦେଶର ଆମେଠୀରେ ଥିବା ବନ୍ଧୁକ କାରଖାନାରେ ପ୍ରସ୍ତୁତ ହେବ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link