କୋରୋନାର ଆଉ ଏକ ଭ୍ୟାକ୍ସିନ ଦେଲା ଖୁସି ଖବର

ଏହା ସହିତ ଜନସନ ଆଣ୍ଡ ଜନସନ (Johnson & Johnson) ର ଟୀକା ବିଶ୍ୱର ଦଶମ କୋରୋନା ଟୀକା (Coronavirus Vaccine) ହୋଇପାରିଛି, ଯାହା ତୃତୀୟ ପର୍ଯ୍ୟାୟର ପରୀକ୍ଷଣରେ ପହଞ୍ଚିଛି । ଆମେରିକାର ଏହା ହେଉଛି ଚତୁର୍ଥ କୋରୋନା ଟୀକା (COVID-19 Vaccine) ।

Tamal Bakchi/ତମାଲ ବାକଚି Sep 24, 2020, 22:01 PM IST
1/7

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ଆତଙ୍କ ଜାରି ରହିଛି । ଏହି ସମୟରେ ବିଶ୍ୱର ଅନେକ ଦେଶରେ ବୈଜ୍ଞାନିକମାନେ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନ (Vaccine) ବା ଟୀକା ପ୍ରସ୍ତୁତି ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । 

2/7

ଏହି କ୍ରମରେ ପ୍ରସିଦ୍ଧ ଔଷଧ କମ୍ପାନୀ ଜନସନ ଆଣ୍ଡ ଜନସନ (Johnson & Johnson) କହିଛି ଯେ, ସେ ନିଜର କୋରୋନା ଟୀକାର ଫେଜ୍ ୩ ଟ୍ରାୟଲ ଆରମ୍ଭ କରିବାକୁ ଯାଉଛି । କମ୍ପାନୀ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକା (Coronavirus Vaccine) ସକରାତ୍ମକ ଫଳାଫଳ ଦେଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୬୦,୦୦୦ ଲୋକଙ୍କ ଉପରେ ଏହି ଟୀକା ପରୀକ୍ଷା କରାଯିବ । ଏଥିପାଇଁ ଆମେରିକା ଓ ବିଶ୍ୱର ୨୦୦ଟି ସ୍ଥାନ ଚୟନ କରାଯାଇଛି ।

3/7

ଏହା ସହିତ ଜନସନ ଆଣ୍ଡ ଜନସନ (Johnson & Johnson) ର ଟୀକା ବିଶ୍ୱର ଦଶମ କୋରୋନା ଟୀକା (Coronavirus Vaccine) ହୋଇପାରିଛି, ଯାହା ତୃତୀୟ ପର୍ଯ୍ୟାୟର ପରୀକ୍ଷଣରେ ପହଞ୍ଚିଛି । ଆମେରିକାର ଏହା ହେଉଛି ଚତୁର୍ଥ କୋରୋନା ଟୀକା (COVID-19 Vaccine) । କମ୍ପାନୀ ଏହି ଟୀକାକୁ ' ନୋଟ ଫର ପ୍ରୋଫିଟ୍' ଅନ୍ତର୍ଗତ ବିକଶିତ କରୁଛି । କମ୍ପାନୀ କହିଛି ଯେ, ଯଦି ସବୁକିଛି ଠିକ ରହେ ତେବେ ୨୦୨୧ ଆରମ୍ଭ ସୁଦ୍ଧା ଏହାର ଜରୁରୀକାଳୀନ ଅନୁମୋଦନ ମିଳିବ ।

4/7

ଜନସନ ଆଣ୍ଡ ଜନସନ କହିଛି ଯେ, ସେ ଆଶା କରୁଛି ଯେ ଡିସେମ୍ବର ସୁଦ୍ଧା ଏହି ଟୀକା ପ୍ରଭାବଶାଳୀ କି ନୁହେଁ ତାହା ସ୍ପଷ୍ଟ ହୋଇଯିବ । ମୋଡର୍ନା ଏବଂ ଆଷ୍ଟ୍ରା ଜେନେକା ମଧ୍ୟ ଏହି ସମୟ ପର୍ଯ୍ୟନ୍ତ ଟୀକାର ପ୍ରଭାବର ପରିଣାମ ଆସିବା ବିଷୟରେ କହିଛନ୍ତି । ଫାଇଜର କହିଛି ଯେ, ଅକ୍ଟୋବର ସୁଦ୍ଧା ଟୀକାକୁ ନେଇ ଅପଡେଟ୍ ଦେବ ।

ଅଧିକ ପଢ଼ନ୍ତୁ:-କୋରୋନା ଟୀକାକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ

5/7

ଅତି ସହଜ ଉପାୟରେ ପ୍ରସ୍ତୁତ ହେଉଛି ଟୀକା

ଜନସନ ଆଣ୍ଡ ଜନସନ (Johnson & Johnson) ର ଟୀକା ଥଣ୍ଡା-କାଶରେ ଦିଆଯାଉଥିବା ଆଡେନୋଭାଇରସର ସିଙ୍ଗଲ ଡୋଜ୍ ଉପରେ ଆଧାରିତ । ଏଥିରେ ନୂତନ କୋରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନ୍ ମଧ୍ୟ ସାମିଲ କରାଯାଇଛି । କମ୍ପାନୀ ଏହି ପ୍ରଯୁକ୍ତିବିଦ୍ୟା ଇବୋଲା ଟୀକା ପାଇଁ ବ୍ୟବହାର କରିଥିଲା, ଯାହା ଚଳିତ ବର୍ଷ ଜୁଲାଇରେ ୟୁରୋପୀୟ କମିଶନ ଦ୍ୱାରା ଅନୁମୋଦିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଯଦି ମୁଁ ନିର୍ବାଚନରେ ​​ହାରି ଯାଏ, ତଥାପି ସହଜରେ ଛାଡ଼ିବିନି ଶାସନ ଗାଦି: ଡୋନାଲ୍ଡ ଟ୍ରମ୍ପ

6/7

ଟ୍ରାୟଲ ପ୍ରକ୍ରିୟାରେ ସାମିଲ ହେବାକୁ ଟ୍ରମ୍ପ କରିଛନ୍ତି ଅପିଲ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ମଧ୍ୟ ଜନସନ ଆଣ୍ଡ ଜନସନ ଟୀକା ସମ୍ପର୍କରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଟୀକା ପରୀକ୍ଷାରେ ସାମିଲ ହେବାକୁ ଆମେରିକୀୟମାନଙ୍କୁ ନିବେଦନ କରୁଛୁ, ଏହା ଦେଶ ପାଇଁ ବହୁତ ଭଲ କାମ କରିବ । ଏଥି ସହିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଚେୟାରମ୍ୟାନ୍ ଆଲେକ୍ସ ଗୋର୍ସ୍କି କହିଛନ୍ତି ଯେ, କୋଭିଡ-19 ମହାମାରୀକୁ ଶେଷ କରିବା ଆମର ଲକ୍ଷ୍ୟ ।

7/7

ଆମେରିକା ସରକାରଙ୍କ ଠାରୁ ମିଳିଛି ଫଣ୍ଡିଂ

ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି, "Sars-CoV-2 ଚିହ୍ନଟ ହେବାର ୮ ମାସ ମଧ୍ୟରେ ଆମେରିକାରେ କୋଭିଡ-19ର ଚାରିଟି ଟୀକା ଫେଜ୍ ୩ କ୍ଲିନିକାଲ ପରୀକ୍ଷଣରେ ପହଞ୍ଚିଛି । ଏହା ହେଉଛି ବୈଜ୍ଞାନିକ ସମ୍ପ୍ରଦାୟ ପାଇଁ ଅଦ୍ୱିତୀୟ ସଫଳତା । " ଆମେରିକା ଜନସନ ଆଣ୍ଡ ଜନସନକୁ 'ଅପରେସନ୍ ୱାର୍ପ ସ୍ପିଡ୍' ଅନ୍ତର୍ଗତ ୧.୪୫ ବିଲିୟନ ଡଲାର ଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link