Nepal plane crash: ବିମାନର ଧ୍ୱଂସାବଶେଷ ଠାବ, ସେନା ସେୟାର କଲା ଫଟୋ

ବିମାନଟି ହିମାଳୟର ମାନାପାଥିର ନିମ୍ନ ଭାଗରେ ଦେଖାଯାଇଥିଲା। ନେପାଳ ସେନାର ସୂଚନାନୁସାରେ, ମୁସ୍ତାଙ୍ଗର କୋବାନରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା। କିନ୍ତୁ ସୋମବାର ସକାଳେ ସେନା ପକ୍ଷରୁ ବିମାନର ଫଟୋ ସେୟାର କରାଯିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

Mon, 30 May 2022-8:39 am,
1/5

ସାନସେୱୟାରର ଥାସାଙ୍ଗ-୨ରେ  Tara Air aircraftର ଧ୍ୱସାଂବଶେଷ ଠାବ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। 

2/5

ସୋମବାର ସକାଳୁ ପୁଣି ଥରେ ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ହ୍ୟାଲିକେପ୍ଟର ସାହାଯ୍ୟରେ ଯବାନମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରବିବାର ଖରାପ ପାଗ ଓ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧପ୍ରାପ୍ତ ହୋଇଥିଲା। 

3/5

ଦୁର୍ଘଟଣାଗ୍ରସ୍ତ Tara Air's 9 NAET ବିମାନରେ ନେପାଳ ବୁଲିବାକୁ ଯାଇଥିବା ଗୋଟିଏ ପରିବାବରର ୪ ଜଣ ଓଡିଆଙ୍କ ସମେତ ମୋଟ ୨୨ ଜଣ ଥିଲେ। ଓଡିଆ ଯାତ୍ରୀ ଭୁବନେଶ୍ୱରର ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ ବୋଲି ସୂଚନା ମିଳିଛି। 

4/5

୧୯ ସିଟ୍ ବିଶିଷ୍ଟ ବିମାନରେ ୩ ଜଣ ବିଦେଶୀ ଏବଂ ୧୩ ଜଣ ନେପାଳୀ ନାଗରିକ ମଧ୍ୟ ଥିଲେ । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ସେନା ଅଧିକାରୀମାନେ ଦୂରରୁ ଧୂଆଁ ଉଠୁଥିବା ଦେଖି ବିମାନଟି ଚିହ୍ନଟ କରିଥିଲା।

5/5

ଦୁର୍ଘଟଣା କିପରି ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ବିମାନର ବ୍ଲାକବକ୍ସ ଖୋଜା ଚାଲିଛି। ତଦନ୍ତ ରିପୋର୍ଟ ଆସିଲେ ଘଟଣା ବିଷୟରେ ଜଣାପଡିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link