ପୁରୀରେ ଗୁପଚୁପ୍ ଛାଣିଲେ, ଚାହା ବିକିଲେ ସମ୍ବିତ ପାତ୍ର
ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ସମୟରେବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ପହଞ୍ଚିଛନ୍ତି।
ଗୁପଚୁପ୍ ଛାଣିଲେ ସମ୍ବିତ
ପୁରୀର ଗୁପଚୁପ ବିକାଳି ବନମାଳି ରାଉତଙ୍କ 'ମା ଉତ୍ତରାଣୀ ଗୁପୁଚୁପ୍ ଷ୍ଟଲ୍' ଦେଖିଲେ ସମ୍ବିତ ପାତ୍ର। ନିଜେ ଗୁପଚୁପ ବେଲିବା ସହ ଛାଡଣିଲେ। ଦୀର୍ଘ ୨୩ ବର୍ଷ ଧରି ଗୁପୁଚୁପ୍ ବିକୁଛନ୍ତି ବନମାଳି।
ଚାହା ବିକିଲେ ସମ୍ବିତ
ପୁରୀରେ ଜଣେ ଚା' ଦୋକାନୀ ଅର୍ଜୁନ ସ୍ୱାଇଁଙ୍କୁ ଭେଟିଲେ ସମ୍ବିତ ପାତ୍ର। କହିଲେ, ଅର୍ଜୁନ ପ୍ରଧାନମନ୍ତ୍ରୀ ମୋଦିଙ୍କର ବହୁତ ବଡ଼ ପ୍ରଶଂସକ। ଆଜି ତାଙ୍କୁ ଚାହା ପିଆଇବା ଏବଂ ତାଙ୍କ ସହ ଚାହା ଉପରେ ଚର୍ଚ୍ଚା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।
ବୁଢୀ ମାଁଙ୍କ ଆଶୀର୍ବାଦ ନେଲେ ସମ୍ବିତ
ବୀରପୁରୁଷୋତ୍ତମପୁର ପଞ୍ଚାୟତର ନାନପୁର ଗ୍ରାମରେ ଜନ ସଂପର୍କ ଅଭିଯାନ କରିବା ସମୟରେ ବୁଢୀ ମାଁଙ୍କ ପାଦ ସ୍ପର୍ଷ କରି ଆଶୀର୍ବାଦ ନେଲେ ସମ୍ବିତ ପାତ୍ର।
ମହିଳାଙ୍କ ଦୁଃଖ ଶୁଣିଲେ ସମ୍ବିତ
ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ପିପିଲି ବ୍ଲକ, ବୀରପୁରୁଷୋତ୍ତମପୁର ପଞ୍ଚାୟତର ଖଡ଼ିକେରା (ସାଇ କଲୋନୀ) ଗ୍ରାମରେ ଜନ ସଂପର୍କ ଅଭିଯାନ କରିବା ସମୟରେ ମହିଳାଙ୍କ ଦୁଃଖ ଶୁଣିଲେ ସମ୍ବିତ ପାତ୍ର।
ଜନସମ୍ପର୍କ ଯାତ୍ରାରେ ସମ୍ବିତ
ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ପିପିଲି ବ୍ଲକ, ଜସୁଆପୁର ପଞ୍ଚାୟତର ପାରି ପୋଟଳି ଗ୍ରାମରେ ଜନ ସଂପର୍କ ଅଭିଯାନ।
କଦଳୀ ପତ୍ରରେ ଅନ୍ନ ଖାଇଲେ ସମ୍ବିତ
ବୀରପୁରୁଷୋତ୍ତମପୁରର ହରିଦାସପୁରସ୍ଥିତ ମଙ୍ଗାଳା ମନ୍ଦିରରେ ସମ୍ବିତ ପାତ୍ରଙ୍କ ପୂଜାର୍ଚ୍ଚନା। ତଳେ ବସି ସମର୍ଥକଙ୍କ ସହ କଦଳୀପତ୍ରରେ ଭୋଗ ଖାଇଲେ ସମ୍ବିତ। ୨ଟି ଟିଫିନରେ ଆସିଥିଲା ତରକାରୀ।
ହନୁମାନ ମନ୍ଦିରରେ ସମ୍ବିତ
ବୀରପୁରୁଷୋତ୍ତମପୁର ପଞ୍ଚାୟତର ବୀରପୁରୁଷୋତ୍ତମପୁର ଗ୍ରାମରେ ମହାବୀରଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଲେ ବିଜେପି ମୁଖପାତ୍ର।
କବାଡି ଗ୍ରାଉଣ୍ଡରେ ସମ୍ବିତ
ପୁରୀର ପିପିଲିରେ ଆର୍ୟାନ ସ୍ପୋର୍ଟସ କ୍ଲବରେ ଆୟୋଜିତ ହୋଇଥିବା ଏକ କବାଡ଼ି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ମ୍ୟାଚ୍ ବଳାଙ୍ଗ ଏବଂ ଭୁବନେଶ୍ବର ଦଳ ମଧ୍ୟରେ ଅନୁଷ୍ଠିତ ହେଲା। ବଳାଙ୍ଗ ଟିମ୍ ବିଜୟୀ ହେଲା।