ଭୁବନେଶ୍ୱର: ରାଜନୈତିକ ରଣନୀତିକାର ପ୍ରଶାନ୍ତ କୁମାରଙ୍କ କଂଗ୍ରେସ ଦଳରେ ଏଣ୍ଟ୍ରିକୁ ନେଇ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ।  କାରଣ ଏନେଇ କୁହାଯାଉଛି ଯେ ତାଙ୍କ ଟାର୍ଗେଟରେ ରହିଛି ଖୋଦ ଓଡିଶା। ଯଦିଓ ଏହି ପ୍ରସଙ୍ଗରେ ତାଙ୍କର  ନିଜସ୍ୱ କିଛି ବୟାନ ଆସି ନଥିଲେ  ମଧ୍ୟ ଏହାକୁ ନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠି ଚାଲିଛି  ଚର୍ଚ୍ଚା। 


COMMERCIAL BREAK
SCROLL TO CONTINUE READING

ଗତ ୨୦୧୧ ରେ ସେତେବଳେ ପ୍ରଶାନ୍ତ କିଶୋର ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଗୁଜୁରାଟ ବିଧାନସଭା ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ  ପାଇଁ ରାଜନୈତିକ ରଣନୀତି ତିଆରି କରିଥଲେ ଏବଂ ଏଥିରେ  ସେ ସମ୍ପୂର୍ଣ ସଫଳ ହେବ ସହିତ ଦେଶରେ ସମସ୍ତଙ୍କ ପାଇଁ ଏକ ନୂଆ ଥିଓରୀ ତିଆରି କରିଥିଲେ।  ଯଦି ଗତ ବର୍ଷ ଅନୁଷ୍ଠିତ ହୋଇଥିବା  ପଶ୍ଚିମବଙ୍ଗ ବିଧାନସଭା  ନିର୍ବାଚନ କଥା କହିବା ତାହେଲେ ସେ ଏପରି ରଣନୀତି ପ୍ରସ୍ତୁତ କରିଥିଲେ ଯେ  ଯେପରି ୨୦୧୯ ଲୋକସଭା  ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଯେପରି ପଶ୍ଚିମବଙ୍ଗ ରାଜନୀତିରେ ନିଜର ଯାଦୁଗରୀ ଦେଖାଇଥିଲେ। ମୋଦି  ମ୍ୟାଜିକ୍  କୁ କମଜୋର କରିବାକୁ ବୋଧେ କାହା ପାଖରେ ଦମ ନଥିଲା।  ହେଲେ ଏହାକୁ ପ୍ରତିହତ କରି ଖୋଦ ପ୍ରଶାନ୍ତ କିଶୋର ମୋର୍ଚ୍ଚା ସମ୍ଭାଳିଥିଲେ।  ଗତ ୨୦୧୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ  ବିଜେପିକୁ ଧରାଶାୟୀ କରି ଟିଏମସିକୁ ବିପୁଳ ବିଜୟ ଦେବାରେ  ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। 


ସୁତରାଂ ଆଜି ଯଦି ଓଡ଼ିଶା ରାଜନୀତିର ସ୍ଥିତିକୁ ଯଦି ଆମେ ଚିନ୍ତା କରିବା ତାହାଲେ ଏଠାରେ ପ୍ରଶାନ୍ତ କିଶୋର ଙ୍କ ପାଇଁ ବଡ ଚାଲେଞ୍ଜ ହେବ ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବିଗତ ୨୦  ବର୍ଷ  ଧରି ରାଜ୍ୟ  ରାଜନୀତିରେ ଯେପରି ଭାବରେ ନବୀନ ପଟ୍ଟନାୟକ ନିଜକୁ  ଜଣେ  ଅଦ୍ଵିତୀୟ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହାକୁ ଟାର୍ଗେଟ କରିବା ବଡ କଷ୍ଟକର ବ୍ୟାପାର ହୋଇପାରେ। 


ହେଲେ ଅନ୍ୟ ପକ୍ଷରେ ନବୀନ ପଟ୍ଟନାୟକଙ୍କ ବିଗତ ଦିନର ରାଜନୀତି ଏବଂ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ମଧ୍ୟରେ ଫରକ ରହିଛି। ହେଲେ ଜନମତ ଏବେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଆହୁରି ଅଧିକ ରହିଥିବା ଜଣାପଡ଼ିଛି। ଯାହା ବିଗତ ପଞ୍ଚୟତ ଓ  ପୌର ନିର୍ବାଚନରେ ଦେଖିବାକୁ ମିଳିଛି।  ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ସମେତ ଯୁବ ନେତାଙ୍କ  ଭୂମିକା ବେଶ ଗୁରୁତ୍ୱପୂର୍ଣ।  ଯଦି ଏଠାରେ କଂଗ୍ରେସରେ ପ୍ରଶାନ୍ତ କିଶୋର ଙ୍କ ଏଣ୍ଟ୍ରି ହେଉଛି ଏବଂ ସେ ଓଡିଶା ଉପରେ ଖାସ ନଜର ଦେଉଛନ୍ତି ତାହେଲେ ଲଢେଇ କାହା  କାହା ମଧ୍ୟରେ ହେବ ଆପଣ ତାହା ଜାଣି ପାରୁଥିବେ। ଆମେ କହି ପାରିବା ଯେ  ଯଦି ଏଭଳି ପରିସ୍ଥିତି ଆସେ ତାହାଲେ ଲଢେଇ ହେବ ପିକେ ବନାମ ପିକେ ହେବ।