PM Kisan 15th Installment: କୃଷକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (Pradhanmantri kisan Samman Nidhi Yojana) ପରିଚାଳିତ ହେଉଛି। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି କେବଳ ସେହି ହିତାଧିକାରୀ କୃଷକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଏହି ତିନୋଟି କାର୍ଯ୍ୟ ସମାପ୍ତ କରିଥିବେ । ଯଦି ଶେଷ ତାରିଖ ସୁଦ୍ଧା ଏହି ତିନୋଟି କାର୍ଯ୍ୟ ସମାପ୍ତ ହୋଇନଥାଏ ତାହାଲେ ୧୫ତମ କିସ୍ତି ମଧ୍ୟରୁ ୨,୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେବନାହିଁ ।


COMMERCIAL BREAK
SCROLL TO CONTINUE READING

ପିଏମ କିଷାନର ହିତାଧିକାରୀ ଥିବା କୃଷକମାନେ ଇ-କେୱାଇସି, ଜମି ସମ୍ପର୍କିତ ପେପର ଓ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଜରୁରୀ । ଆବଶ୍ୟକ ଏହି ତିନୋଟି କାର୍ଯ୍ୟ ଶେଷ ତାରିଖ ଅକ୍ଟୋବର ୧୫ ରହିଛି । ପ୍ରଧାନମନ୍ତ୍ରୀ କିଷାନ (PM Kisan Yojana)ର ୧୫ ତମ କିସ୍ତି ପାଇଁ (PM Kisan 15th Installment) ହିତାଧିକାରୀ ଇ-KYC କରିବା ବାଧ୍ୟତାମୂଳକ ଅଟେ । ଏହା ବିନା ଏହି ଯୋଜନାର ଲାଭ ପିଏମ କିଷାନ ହିତାଧିକାରୀ ହୋଇଥିଲେ ମଧ୍ୟ ପାଇପାରିବେ ନାହିଁ । ଯଦି ଆପଣ ଇ-KYC  (e-KYC) କରିନାହାନ୍ତି ତାହାଲେ ଯଥାଶୀଘ୍ର ଏହା କରାଇ ନିଅନ୍ତୁ ।


Also Read-Refrigerator Compressor Blast: ଛାରଖାର କରିଦେଲା ଫ୍ରିଜ୍ ! ଗୋଟିଏ ପରିବାରର ୫ ମୃତ


ନଭେମ୍ବର କିମ୍ବା ଏହା ପୂର୍ବରୁ ଯେକୌଣସି ସମୟରେ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ପାଇପାରିବେ । ୧୫ ତମ କିସ୍ତି ରିଲିଜ୍ ହେବା ପରେ ହିତାଧିକାରୀମାନେ ଅଫିସିଆଲ୍ ୱେବସାଇଟ୍ pmkisan.gov.in ମାଧ୍ୟମରେ ଏହାର ସ୍ଥିତି ଯାଞ୍ଚ କରିପାରିବେ । ଡିଜିଟାଲାଇଜେସନ୍ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଘରେ ଘରେ ମୁଖ ପ୍ରାମାଣିକରଣ ମାଧ୍ୟମରେ ଇ-କେଇସି ସୁବିଧା ପ୍ରଦାନ କରାଯାଇଛି । ଚେହେରା ପ୍ରାମାଣିକରଣ (Face Authentication) ପାଇଁ ଏକ ଫଟୋଗ୍ରାଫ୍ ଦେବାକୁ ପଡିବ । ଏହାପରେ ପରିଚୟ ଯାଞ୍ଚ କରାଯିବ। କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ପାଇଁ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଜମି ଦଲିଲ ଇତ୍ୟାଦି ଦସ୍ତାବିଜ ଆବଶ୍ୟକ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan Yojana) ଯୋଜନାର ଲାଭ ପାଇବାକୁ ହେଲେ କୃଷକମାନେ ସେମାନଙ୍କର ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC)କୁ ଯାଇ ଉଭୟ ପଞ୍ଜୀକରଣ ଓ ଇ-କେଇସି କରିପାରିବେ।