ସାଗର ରଥ, ନୂଆଦିଲ୍ଲୀ: ନିର୍ବାଚନରେ ବାଜିମାତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi)ସହ ଆଲୋଚନା କରିଛନ୍ତି ଆମେରିକାର ପ୍ରସ୍ତାବିତ ରାଷ୍ଟ୍ରପତି (USA President Elect)ଜୋ ବାଇଡେନ (Joe Biden)। କୋରୋନା ମହାମାରୀର (Corona Pandemic)ମୁକାବିଲା, ଭାରତ-ପ୍ରଶାନ୍ତୀୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ(Indo-Pacific Cooperation)ଆଦି ପ୍ରସଙ୍ଗରେ ଭାରତ-ଆମେରିକା ଏକାଠି କାମ କରିବାକୁ ନେଇ ଦୁଇ ଦେଶର ନେତାଙ୍କ  ମଧ୍ୟରେ କଥାବାର୍ତ୍ତା ହୋଇଛି।


COMMERCIAL BREAK
SCROLL TO CONTINUE READING

ଆମେରିକୀୟ ପ୍ରସ୍ତାବିତ ରାଷ୍ଟ୍ରପତିଙ୍କ ସହ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଫୋନ ମାଧ୍ୟମରେ ଜୋ ବାଇଡେନଙ୍କ ସହ ଆଲୋଚନା ହୋଇଛି। ନିର୍ବାଚନରେ ସେ ବିଜୟୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତ-ପ୍ରଶାନ୍ତୀୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସହ ରଣନୀତି ପ୍ରସ୍ତୁତି, କୋରୋନା ମୁକାବିଲା, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି।"    


 



ନିକଟରେ ଆମେରିକାର ଉପରାଷ୍ଟ୍ରପତି (USA Vice President)ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ବଂଶୋଦ୍ଭବ (Indian Origin)କମଲା ହାରିସଙ୍କୁ (Kamala Harris)ଅଭିନନ୍ଦନ ଜଣାଇବା କହିଛନ୍ତି ଭାରତ-ଆମେରିକୀୟ ସମ୍ପର୍କ ପାଇଁ ଏକ ଉତ୍ସାହର ଉତ୍ସ ହେଉଛି ସେ। ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟ ନିର୍ବାଚନରେ ସଫଳ ହେବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ପିଏମ ମୋଦି କହିଛନ୍ତି।



ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମାଙ୍କ (Barrack Obama)ଶାସନ କାଳ ସମୟରେ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ସାରିଛନ୍ତି ଆମେରିକାର ପ୍ରସ୍ତାବିତ ରାଷ୍ଟ୍ରପତି ଜୋ ବାଇଡେନ। ଗତ ୨୦୧୬ରେ ତାଙ୍କର ଅଧ୍ୟକ୍ଷତାରେ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିଥିଲେ ପିଏମ ମୋଦି। 
 
ଆମେରିକା-ଭାରତ ରଣନୀତିକ ଭାଗିଦାରୀକୁ ମଜବୁତ ତଥା ବିସ୍ତାର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବାଇଡେନ-ହାରିସ ଟ୍ରାଞ୍ଜିସନ ଟିମ୍ (Biden-Harris Transition Team)ପକ୍ଷରୁ କୁହାଯାଇଛି। ପିଏମ ମୋଦିଙ୍କ ସହ ବିଡେନ୍ ପ୍ରଶାସନ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ମଧ୍ୟ ଟିମ ପକ୍ଷରୁ ଜଣାଇ ଦିଆଯାଇଛି। 


କୋରୋନା ମହାମାରୀର ମୁକାବିଲା  କରିବା ଏବଂ ଭବିଷ୍ୟତରେ ଆସିବାକୁ ଥିବା ସ୍ୱାସ୍ଥ୍ୟ ସଂକଟର ସାମ୍ନା କରିବା, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟର ସମାଧାନ, ବୈଶ୍ୱିକ ଅର୍ଥନୀତିର ପୁନରୁଦ୍ଧାର ଆରମ୍ଭ କରିବା, ଗଣତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ କରିବା, ନିରାପଦ ତଥା ସମୃଦ୍ଧ ଭାରତୀୟ- ପ୍ରଶାନ୍ତୀୟ କ୍ଷେତ୍ର ଅଞ୍ଚଳରେ ପାରସ୍ପରିକ ସହଯୋଗ ବଜାୟ ରଖିବା ଉପରେ ଭାରତ ସହ କାମ କରିବାକୁ ବାଇଡେନ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି।



ଯେଉଁ କ୍ଷେତ୍ରରେ ଉଭୟ ଦେଶ ଗୁରୁତ୍ୱାରୋପ କରିଛନ୍ତି ତାହା ହେଉଛି ଭାରତୀୟ- ପ୍ରଶାନ୍ତୀୟ କ୍ଷେତ୍ର ଅଞ୍ଚଳରେ ସହଯୋଗ ବୃଦ୍ଧି। ଯାହାକୁ ବର୍ତ୍ତମାନ ଆମେରିକାରେ କ୍ଷମତାସୀନ ଟ୍ରମ୍ପ ପ୍ରଶାସନ ବିଶେଷ ଗୁରୁତ୍ୱ ପ୍ରଦାନ କରିଆସୁଥିଲା। ଭାରତ-ଆମେରିକା ଏନେଇ ପାରସ୍ପରିକ ସହଯୋଗ ଜାରି ରଖିଥିବା ବେଳେ ଏହାକୁ ଅନ୍ୟ ସହଯୋଗୀ ଦେଶଙ୍କ ସମର୍ଥନ କରି ଆସୁଛନ୍ତି। ହେଲେ ରଣନୈତିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳରେ ଆମେରିକା ନେତୃତ୍ୱରେ ଅନ୍ୟ ଦେଶ ଏକାଠି ହେବାକୁ ଚୀନ୍ ସନ୍ଦେହଜନକ ଭାବରେ ଦେଖୁଛି। କାରଣ ବିଗତ ବର୍ଷରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆମେରିକା-ଚୀନ ମଧ୍ୟରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଛି।


ସିନେଟର ତଥା ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ବିଡେନ ନୂଆଦିଲ୍ଲୀ-ୱାଶିଂଟନ୍ ସମ୍ପର୍କର ସମର୍ଥକ ରହିଛନ୍ତି। ଅଗଷ୍ଟ ୨୦୦୧ରେ ସେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ ଏକ ଚିଠି ଲେଖି ନୂତନ ପ୍ରଶାସନକୁ ଭାରତ ବିରୋଧରେ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ସେ ସିନେଟର ବୈଦେଶିକ ସମ୍ପର୍କ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସମୟରେ ସେ ଭାରତ ସହ ୨୦୦୮ରେ ହୋଇଥିବା ବେସାମରିକ ପରମାଣୁ ଚୁକ୍ତିକୁ ସିନେଟ ପକ୍ଷରୁ ଅନୁମୋଦନ ମିଳିବା ଦିଗରେ କାର୍ଯ୍ୟ କରିଥିଲେ।