Rojgar Mela: ବିକଶିତ ଭାରତର ସଙ୍କଳ୍ପକୁ ଅଧିକ ସଶକ୍ତ କରିବା ପାଇଁ ସାମର୍ଥବାନ୍ ଯୁବଶକ୍ତି।  ଯୁବବର୍ଗଙ୍କୁ ସରକାରୀ ଚାକିରି ଦେବା ପାଇଁ ରୋଜଗାର ମେଳାର ଆୟୋଜନ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Pm Narendra Modi) ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର (recruitment letters) ବଣ୍ଟନ କରିବେ। ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଦେଶର ୪୭ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା ଆୟୋଜନ କରାଯିବ ବୋଲି ଜଣାପଡିଛି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ (vc) ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମସ୍ତ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଦେଶରେ ନିଯୁକ୍ତି ସୃଷ୍ଟି ଦିଗରେ ନିଯୁକ୍ତି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇପାରିବ। 


COMMERCIAL BREAK
SCROLL TO CONTINUE READING

ଏତଦ ବ୍ୟତୀତ ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ଅନ୍‌ଲାଇନ ମଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ମଧ୍ୟ ତାଲିମ ନେବେ। ଏହି କାର୍ଯ୍ୟକ୍ରମ ଅଧୀନରେ କର୍ମଯୋଗୀ ପୋର୍ଟାଲରେ ୮୮୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ବିଭାଗ ଦ୍ୱାରା ଏହି ଏକ ଲକ୍ଷ ଚାକିରି ଦିଆଯିବ। ଏଥି ମଧ୍ୟରେ ରାଜସ୍ବ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା, ପରମାଣୁ ଶକ୍ତି, ପ୍ରତିରକ୍ଷା ବିଭାଗ, ଆର୍ଥିକ ସେବା, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ଅନ୍ତର୍ଭୁକ୍ତ।


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗତବର୍ଷ ନଭେମ୍ବର ମାସରେ ୧୧ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିଲା ଏବଂ ପାଖାପାଖି ୫୧ ହଜାରରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି କ୍ରମରେ ଓଡ଼ିଶାରୁ ୨୦୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ସେହିକ୍ରମରେ, ଅକ୍ଟୋବର ମାସରେ ୧୦ ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଏହା ଅଧୀନରେ ସରକାରୀ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନରେ ପ୍ରାୟ ୫୧ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ପ୍ରଧାନମନ୍ତ୍ରୀ ।