ଦିଲ୍ଲୀ ରାଲିରେ AAPକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆମ୍ ଆଦମୀ ପାର୍ଟି (AAP)କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀ ଯେଉଁ ରାଜ୍ୟ ସରକାରଙ୍କୁ ଦେଖିଛନ୍ତି ତାହା ଏକ `ବିପର୍ଯ୍ୟୟ` ଠାରୁ କମ୍ ନୁହେଁ। ଦିଲ୍ଲୀରେ ବର୍ତ୍ତମାନ କେବଳ ଗୋଟିଏ ସ୍ୱର ଶୁଣିବାକୁ ମିଳୁଛି । ତାହା ହେଉଛି ଆମେ ପରିବର୍ତ୍ତନ କରିବୁ।
Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନେକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ରୋହିଣୀର ଜାପାନିସ୍ ପାର୍କରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଆସନ୍ତା ୨୫ ବର୍ଷ ଦିଲ୍ଲୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀର ଜନସାଧାନରଣଙ୍କୁ ବିଶେଷ ଅନୁରୋଧ କରି ପିଏମ ମୋଦୀ କହିଛନ୍ତି ଯେ, ରାଜଧାନୀର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଆପଣଙ୍କ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ବିଜେପି ହିଁ କେବଲ ଦିଲ୍ଲୀର ବିକାଶ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆମ୍ ଆଦମୀ ପାର୍ଟି (AAP)କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀ ଯେଉଁ ରାଜ୍ୟ ସରକାରଙ୍କୁ ଦେଖିଛନ୍ତି ତାହା ଏକ 'ବିପର୍ଯ୍ୟୟ' ଠାରୁ କମ୍ ନୁହେଁ। ଦିଲ୍ଲୀରେ ବର୍ତ୍ତମାନ କେବଳ ଗୋଟିଏ ସ୍ୱର ଶୁଣିବାକୁ ମିଳୁଛି । ତାହା ହେଉଛି ଆମେ ପରିବର୍ତ୍ତନ କରିବୁ। ଦିଲ୍ଲୀର ବାସିନ୍ଦା ବିଜେପି ଉପରେ ବିଶ୍ୱାସ ରଖିଛନ୍ତି। ଦେଶ ମଧ୍ୟ ତୃତୀୟ ଥର ପାଇଁ ବିଜେପିକୁ ସୁଯୋଗ ଦେଇଛି। ଆମେ ବିଶ୍ୱାସ କରୁ ଯେ, ଦିଲ୍ଲୀରେ ପଦ୍ମ ଫୁଲ ଫୁଟିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ସମସ୍ତ ପ୍ରାର୍ଥୀଙ୍କୁ ଏହା କହିଛନ୍ତି ଯେ, ଦିଲ୍ଲୀର ହୃଦୟ ଜିତିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। କଠିନ ପରିଶ୍ରମ କରନ୍ତୁ ଏବଂ ଦିଲ୍ଲୀରେ ପରିବର୍ତ୍ତନ ଆଣନ୍ତୁ । ଦିଲ୍ଲୀକୁ ବିଶ୍ୱର ସହର ଗୁଡିକ ମଧ୍ୟରେ ସର୍ବୋତ୍ତମ କରିବା ପାଇଁ ଆମର ସଂକଳ୍ପ ରହିଛି। ଦିଲ୍ଲୀ ଏପରି ଏକ ସହର ଯାହା ଉଭୟ ଗରିବ ଏବଂ ମଧ୍ୟବିତ୍ତ ପରିବାରର ସ୍ୱପ୍ନକୁ ସାକାର କରେ ।
ପ୍ରଧାନମନ୍ତ୍ରୀ ରାଲିରେ ଏକଥା ମଧ୍ୟ କହିଛନ୍ତି ଯେ, ଆମେ ଦଶର ରାଜଧାନୀକୁ ଏପରି ଭାବେ ଗଢିତୋଳିବୁ ଯେଉଁଥିରେ ଭାରତର ଐତିହ୍ୟର ମହାନତା ଦେଖିବାକୁ ମିଳିବ । ଦିଲ୍ଲୀରେ ଏପରି ବିକାଶର ଆବଶ୍ୟକତା ରହିଛି, ଯାହା ବିଶ୍ୱ ପାଇଁ ଆଦର୍ଶରେ ପରିଣତ ହେବ । ଯେତେବେଳେ ବିଜେପି ସରକାର ଉଭୟ କେନ୍ଦ୍ର ସମେତ ରାଜ୍ୟରେ କାର୍ଯ୍ୟ କରିବ ସେତେବେଳେ ଏହା ସମ୍ଭବପର ହୋଇପାରିବ ବୋଲି ପିଏମ ମୋଦୀ କହିଛନ୍ତି । ଦିଲ୍ଲୀର ଆଧୁନିକୀକରଣ ପାଇଁ ସମସ୍ତ କାର୍ଯ୍ୟ କେନ୍ଦ୍ରରେ ବିଜେପି ସରକାର କରୁଛନ୍ତି। ଦିଲ୍ଲୀର ସମସ୍ତ ବଡ ପ୍ରକଳ୍ପର ଦାୟିତ୍ୱ ମଧ୍ୟ କେନ୍ଦ୍ର ଉପରେ ରହିଛି ବୋଲି ମୋଦୀ କହିଥିଲେ।
ଏଥିସହ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ମୋଦୀ କହିଛନ୍ତି ଯେ, ବସ୍ତିରେ ରହୁଥିବା ଲୋକଙ୍କୁ ଆମେ ସ୍ୱାଭିମାନ ଆପାର୍ଟମେଣ୍ଟ ଦେଇଛୁ। ଦିଲ୍ଲୀରେ ବଡ ବଡ ଡାକ୍ତରଖାନା ଏବଂ ବଡ ଶିକ୍ଷାନୁଷ୍ଠାନ ଅଛି, ଏଗୁଡିକ ମଧ୍ୟ କେନ୍ଦ୍ରର ଦାୟିତ୍ୱ । ଏପରି ଅନେକ କାର୍ଯ୍ୟ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛି । ତେଣୁ ପରିବର୍ତ୍ତନ ହେଲେ ଦିଲ୍ଲୀ ଆହୁରି ବିକଶିତ ହେବ ବୋଲି ପିଏମ ମୋଦୀ କହିଛନ୍ତି ।