BJP National Council Meet: ଦିଲ୍ଲୀ ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ତପରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି । ଏନେଇ ରବିବାର ବୈଠକର ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ବୈଠକର ଦ୍ବିତୀୟ ଦିନରେ ୨୦୨୪ ନିର୍ବାଚନ ନେଇ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯାଉଛି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୭୦ ଆସନରେ ବିଜୟ ନେଇ ଲକ୍ଷ୍ୟ ରଖିଛି । ପ୍ରାୟ ୧୧,୫୦୦ରୁ ଅଧିକ ବିଜେପି କର୍ମୀଙ୍କ ସହିତ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ ମୋଦି ଆଗାମୀ ନିର୍ବାଚନରେ ପ୍ରତି ବୁଥରୁ ଅଧିକ ୩୭୦ ଭୋଟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଦ୍ବାରା ଲୋକ କଲ୍ୟାଣ ଓ ପ୍ରଗତିମୂଳକ କାର୍ଯ୍ୟର ଝଲକ ଦେଖାଇଛନ୍ତି ।


ପ୍ରକାଶ ଥାଉ କି, ଦୁଇ ଦିନଆ ଅଧିବେଶନକୁ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ। ପ୍ରଥମ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ମୁଖପାତ୍ର ସମ୍ବିତ୍ ପାତ୍ର , ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ। ରାଜ୍ୟରୁ ୨୮୮ ଜଣ ପଦାଧିକାରୀ ମଧ୍ୟ ଯୋଗଦେଇଥିଲେ।