ତମାଲ ବାକଚି, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ 'ମନ୍ କି ବାତ୍' (Mann ki baat) କାର୍ଯ୍ୟକ୍ରମ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଚର୍ଚ୍ଚାକୁ ଆସିଛି । ଆକାଶବାଣୀରେ ରବିବାର ପ୍ରସାରିତ ହୋଇଥିବା ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ବ୍ୟତୀତ ଅନେକ ବେସରକାରୀ ଚ୍ୟାନେଲ ମଧ୍ୟ ସିଧା ପ୍ରସାରଣ କରିଥିଲେ । ଏହା ସହିତ ପିଆଇବି (PIB), ବିଜେପି (BJP) ଏବଂ ପିଏମ ମୋଦି (PM Modi) ଙ୍କ ୟୁଟ୍ୟୁବ ଚ୍ୟାନେଲ (Youtube Channel) ରେ ମଧ୍ୟ ଦେଶକୁ ପିଏମଙ୍କ ସମ୍ୱୋଧନ ଶୁଣିବାକୁ ମିଳିପାରିବ । କିନ୍ତୁ ଏହି ରବିବାରରେ 'ମନ୍ କି ବାତ୍'କୁ ନେଇ ୟୁଟ୍ୟୁବ୍ ଚ୍ୟାନେଲଗୁଡିକରେ ୟୁଜର୍ସଙ୍କ ପ୍ରତିକ୍ରିୟା କମ୍ ସକରାତ୍ମକ ରହିଥିବା ବେଳେ ନକାରାତ୍ମକ ଅଧିକ ରହିଛି । ଏହି ତିନୋଟି ସ୍ଥାନରେ 'ମନ୍ କି ବାତ୍'ର ଭିଡିଓରେ ଲାଇକ୍ସ ଅପେକ୍ଷା ଡିସଲାଇକ୍ ବହୁତ ଅଧିକ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆଇପିଏସଙ୍କ ପତ୍ନୀ ଅମିତ ଶାହଙ୍କୁ ଲେଖିଲେ ଚିଠି, କହିଲେ- ଅନେକ ମହିଳାଙ୍କ ସହ ମୋ ସ୍ୱାମୀଙ୍କ ରହିଛି...


ଏହି ଘଟଣାଟି ଅସାଧାରଣ ବୋଲି ମନେ କରାଯାଉଛି । କାରଣ ଏହାପୂର୍ବରୁ 'ମନ୍ କି ବାତ୍' (Mann ki baat) କୁ ଦର୍ଶକଙ୍କ ମନୋଭାବ ଏତେ ନକାରାତ୍ମକ ନଥିଲା । ଏଭଳି ପରିସ୍ଥିତିରେ ଏପରି ଚର୍ଚ୍ଚା ହେଉଛି ଯେ ଏହାର କାରଣ କ’ଣ ହୋଇପାରେ ।


ଅଧିକ ପଢ଼ନ୍ତୁ:-ପରିବାରରେ ହୋଇଥିବା ହତ୍ୟା କାରଣରୁ ଭାରତ ଫେରିଥିଲେ ରାଇନା !


ରବିବାର 'ମନ୍ କି ବାତ୍' (Mann ki baat) ଭିଡିଓ ଉପରେ ଇଣ୍ଟରନେଟ ୟୁଜର୍ସଙ୍କ ପ୍ରତିକ୍ରିୟା ଆରମ୍ଭରୁ ମନ୍ଥର ଥିଲା । ଏହି କାର୍ଯ୍ୟକ୍ରମ ସକାଳେ ପ୍ରସାରିତ ହୋଇଥିଲା କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସି ନଥିଲା । ଆଜି(ସୋମବାର) ସକାଳ ୭.୩୫ ମିନିଟରେ ଖବର ଲେଖିବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ 'ମନ କି ବାତ୍' କାର୍ଯ୍ୟକ୍ରମକୁ ପ୍ରାୟ ୯ ଲକ୍ଷ ୪୦ ହଜାର ଲୋକ ଦେଖିଛନ୍ତି । ଏହି ଚ୍ୟାନେଲରେ ଏହି ଭିଡିଓକୁ ୨୪ ହଜାର ଲୋକ ପସନ୍ଦ ବା ଲାଇକ୍ କରିଥିବାବେଳେ ୨ ଲକ୍ଷ ୨୬ ହଜାର ୟୁଜର୍ସ ଏହାକୁ ନାପସନ୍ଦ ବା ଡିସଲାଇକ କରିଥିଲେ । ଏହା ସ୍ପଷ୍ଟ ଯେ ଏହି ପାର୍ଥକ୍ୟ ବହୁତ ବଡ ଅଟେ ।


ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍


ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ୟୁଟ୍ୟୁବ ଚ୍ୟାନେଲ (Narendra Modi) ରେ ୫ ଲକ୍ଷ ୭୧ ହଜାର ୟୁଜର୍ସ 'ମନ କି ବାତ୍' କାର୍ଯ୍ୟକ୍ରମକୁ ଦେଖଛନ୍ତି । ଏହି ଭିଡିଓରେ ୨୨ ହଜାର ଲାଇକ୍ ଏବଂ ୪୬ ହଜାର ଡିସଲାଇକ୍ ଥିଲା ।


ସେହିଭଳି PIB ର ୟୁଟ୍ୟୁବ୍ ଚ୍ୟାନେଲରେ 'ମନ କି ବାତ୍' କାର୍ଯ୍ୟକ୍ରମକୁ ମାତ୍ର ୯୫ ହଜାର ଲୋକ ଦେଖିଥିବାବେଳେ ୩.୪ ହଜାର ଲାଇକ୍ ଏବଂ ୮.୩ ହଜାର ଡିସଲାଇକ୍ ଥିଲା ।