ନୂଆଦିଲ୍ଲୀ:  ପୋଲିସ (Police) ମେସରେ ଖରାପ ଖାଦ୍ୟ(Bad Food)?  କାନ୍ଦି କାନ୍ଦି କହିଲେ ପୋଲିସ କନଷ୍ଟେବଳ। ବୁଧବାର ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଜଣେ ପୋଲିସ୍ କନଷ୍ଟେବଳଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ରାସ୍ତାରେ ଠିଆ ହୋଇ ପୋଲିସ୍ ମେସରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ କହି କାନ୍ଦୁଛନ୍ତି କର୍ମଚାରୀ। ସୋସିଆଲ ମିଡିଆରେ(Social Media) ଭାଇରାଲ ହେଉଥିବା ଏକ ଭିଡିଓ(Video)ରେ କନଷ୍ଟେବଳ ମନୋଜ କୁମାର ରୁଟି, ଡାଲି ଏବଂ ଭାତ କୁ  ଥାଳିରେ ରଖି  କାନ୍ଦୁଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ପୋଲିସ ଷ୍ଟେସନକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

 ତେବେ ତାଙ୍କୁ ଶାନ୍ତ କରିବାକୁ  ମଧ୍ୟ ବରିଷ୍ଠ  ଅଧିକାରୀ ଜଣକ ଚେଷ୍ଟା  କରୁଛନ୍ତି।   ମନୋଜ କୁମାର କହିଛନ୍ତି ଯେ ଖାଦ୍ୟ ବିଷୟରେ ସେ ତାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ସେ  ଏହା ମଧ୍ୟ କହିଛନ୍ତି ଯେ, ଏହୀବଦଳରେ   ମୋତେ ଚାକିରୀରୁ ବରଖାସ୍ତ କରାଯିବ ବୋଲି ଧମକ ଦିଆଯାଉଛି।  ସେ ଏହା ମଧ୍ୟ  କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ(Chief Minister)  ଏହା ପୂର୍ବରୁ ଘୋଷଣା କରିଥିଲେ ଯେ ପୋଲିସ କର୍ମଚାରୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ଭତ୍ତା ପ୍ରଦାନ କରନ୍ତି। କିନ୍ତୁ ଦୀର୍ଘ ଘଣ୍ଟା କାମ କରିବା ପରେ ଆମକୁ ଏହା ହିଁ ମିଳିଥାଏ। 


Also Read: ସର୍ଭେ: ବିହାରରେ ସିଏମ ପଦ ପାଇଁ ତେଜସ୍ୱୀ ଯାଦବ ପ୍ରଥମ ପସନ୍ଦ, ଜାଣନ୍ତୁ ନୀତିଶ କୁମାର ବିଜେପିଠୁ ଅଲଗା ହେବା ପରେ କାହାକୁ ହେଉଛି ଅଧିକ ଲାଭ


 


ଯଦି ଆମେ ଉପଯୁକ୍ତ ଖାଦ୍ୟ ନ ପାଇଥାଉ ତେବେ  କାମ କେମିତି କରିବୁ? ତେବେ ଅନ୍ୟ ଏକ ଭିଡିଓରେ, ସେ ଖାଦ୍ୟ ଥାଳି ସହିତ ଡିଭାଇଡର୍ ଉପରେ ବସିଥିବାର ନଜର ଆସିଛନ୍ତି, ଏବଂ କହିଛନ୍ତି ଯେ, ପଶୁମାନେ ମଧ୍ୟ ଏହି ଖାଦ୍ୟ ଖାଇବେ ନାହିଁ । ଏହି ଭିଡିଓ ଭାଉରାଲ ହେବାପରେ ଫିରୋଜାବାଦ ପୋଲିସ ଏକ ଟୁଇଟ କରି କହିଛି ଯେ, କନଷ୍ଟେବଳ ମନୋଜ କୁମାର ବିଶୃଙ୍ଖଳିତ ହେଉଥିବାର ଆଗରୁ ନଜରକୁ ଆସିଛି । ଅନିୟମିତତା ପାଇଁ ତାଙ୍କୁ ୧୫ ଥର ଦଣ୍ଡିତ କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କହିଛି।