UP Police News: ପୋଲିସ ବିଭାଗକୁ ନେଇ ୟୁପି ସରକାର (UP Government) ବଡ଼ ନିଷ୍ପତ୍ତି। ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଉତ୍ତରପ୍ରଦେଶ ପୋଲିସ (UP Police) ଏହି ପୋଲିସ କର୍ମଚାରୀଙ୍କୁ ସ୍କ୍ରିନିଂ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ପ୍ରକ୍ରିୟା ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ଏଡିଜି ସଞ୍ଜୟ ସିଙ୍ଗଲଙ୍କ (ADG Sanjay Singhal) ପକ୍ଷରୁ ସମସ୍ତ ଆଇଜି ରେଞ୍ଜ ,ଏଡିଜି ଜୋନ୍, ସମସ୍ତ ୭ ଜଣ ପୋଲିସ କମିଶନରଙ୍କ ସମେତ ସମସ୍ତ ପୋଲିସ ବିଭାଗକୁ ଏହି ନିର୍ଦ୍ଦେଶ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀ ୫୦ ବର୍ଷ ପାର କରିଛନ୍ତି ସେମାନଙ୍କ ଟ୍ରାକ ରେକର୍ଡ ଦେଖିବା ପରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଏଭଳି ପୋଲିସ କର୍ମୀଙ୍କ (Police) ତାଲିକା ପୋଲିସ ବିଭାଗ ପକ୍ଷରୁ (Police Department) ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଏନେଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେହିପରି, କେବଳ ବୟସ ନୁହେଁ ଯେଉଁ ପୋଲିସ କର୍ମଚାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯିବ । ଏହାସହ ପୋଲିସ ବିଭାଗର ଅଯୋଗ୍ୟ ଅଧିକାରୀଙ୍କୁ ମଧ୍ୟ ଅବସର ଦିଆଯିବ । ସବୁ ନିୟମ ପରିସରକୁ ଆସୁଥିବା ପୋଲିସ କର୍ମୀଙ୍କ ତାଲିକା ମାଗିଛନ୍ତି ଏଡିଜି ।


Also Read-​ Rojgar Mela 2023: ଆଜି ୫୧ ହଜାର ଯୁବପିଢିଙ୍କୁ ଚାକିରୀ ବାଣ୍ଟିଲେ ପ୍ରଧାନମନ୍ତ୍ରୀ


ପ୍ରକାଶ ଥାଉ କି, ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟଶୈଳୀକୁ ବଦଳାଇବା ପାଇଁ ଗତ କିଛିବର୍ଷ ହେବ ୧ ଶହରୁ ଅଧିକ ପୋଲିସ କର୍ମୀଙ୍କୁ ଯୋଗୀ ସରକାର ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) କହିଛନ୍ତ, ଯେଉଁ ଅଫିସର ବା କର୍ମଚାରୀଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ ସେମାନଙ୍କୁ ବିଦା କରି ତାଙ୍କ ସ୍ଥାନରେ ଯୋଗ୍ୟ ଅଫିସରଙ୍କୁ ନିଯୁକ୍ତି ମିଳିବା ଦରକାର ।