ED Raid:  କୋଲକାତା: କୋଲକାତା (Kolkata) ମୋବାଇଲ୍ ଗେମିଂ ଆପ୍ (Gaming AAP) ଠକେଇ ମାମଲାରେ ପଶ୍ଚିମବଙ୍ଗର (Westbengal) ଅନେକ ରାଜନେତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍କାନରରେ ଅଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଶନିବାର ଇଡି କୋଲକାତାରେ ଜଣେ ବ୍ୟବସାୟୀଙ୍କ ସମେତ ୬ ଜଣଙ୍କ ଘର ଉପରେ ଚଢାଉ କରିଥିଲା। ବ୍ୟବସାୟୀଙ୍କଠାରୁ ନଗଦ ୧୭ କୋଟି ଟଙ୍କା ମିଳିଥିଲା। ଏହି ମାମଲାରେ ଚୀନ୍ ସହ ସମ୍ପର୍କ ରହିଥିବା ଦିଗକୁ ମଧ୍ୟ ଇଡି ଆଶଙ୍କା କରିଛି ଓ ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ନିବେଶକମାନଙ୍କୁ ରାଜ୍ୟଠାରୁ ଦୂରରେ ରଖିବା ପାଇଁ ଟିଏମସି ଅଭିଯୋଗ କରିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଏଠାରେ କହି ରଖୁକି ଟିଏମସି ସରକାରର ମନ୍ତ୍ରୀ ତଥା କୋଲକାତାର ମେୟର ଫିରହାଦ୍ ହାକିମ କହିଛନ୍ତି ଯେ ଯେଉଁ ସ୍ଥାନରେ ଚଢାଉ କରାଯାଇଛି ସେହି ବ୍ୟବସାୟୀଙ୍କ ସହ ଟିଏମସିର କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ଏଭଳି ଆକ୍ରମଣ ବ୍ୟବସାୟୀଙ୍କୁ ନିଶ୍ଚିତ ଭାବେ ଭୟଭୀତ କରିବ । ଏହି ମାମଲାରେ ଟିଏମସିର କୌଣସି ସମ୍ପର୍କ ନାହିଁ। 


ଫିରହାଦ୍ ପ୍ରଶ୍ନ କରିଛନ୍ତି ଯେ ଅର୍ଥ ହେରଫେର ମାମଲାରେ ଇଡିର ଅନୁସନ୍ଧାନ କେବଳ ପଶ୍ଚିମବଙ୍ଗ ପରି ଅଣ-ବିଜେପି ଦଳ ଦ୍ୱାରା ପରିଚାଳିତ ରାଜ୍ୟରେ ସୀମିତ କି? ଯଦି ଅନୁସନ୍ଧାନରେ ୧୭ କୋଟି ଟଙ୍କା ଜବତ କରାଯାଇଛି, ତେବେ ସେହି ଅର୍ଥ କେଉଁଠାରୁ ଆସିଲା ତାହା ଉପରେ ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକ। ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଶାସିତ ରାଜ୍ୟରେ ବ୍ୟବସାୟୀ ଅଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ବିପୁଳ ପରିମାଣର ନଗଦ ରାଶି ଜମା ରଖିଛନ୍ତି। 


ହାକିମ ଏହା ମଧ୍ୟ କହିଛନ୍ତି ଯେ ୭ ହଜାର କୋଟିରୁ ଅଧିକ ଟଙ୍କା ଠକିଥିବା ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ବିଷୟରେ କ'ଣ ହେବ ? ସେମାନେ ଦେଶ ଛାଡିବା ପୂର୍ବରୁ ତାଙ୍କର ଭୁଲ୍ କାହିଁକି ସାମ୍ନାକୁ ଅଣାଗଲା ନାହିଁ? ଫିରହାଦ୍ ହାକିମଙ୍କ ବିବୃତ୍ତି ଉପରେ ବିଜେପି ରାଜ୍ୟ ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏଭଳି ବିବୃତ୍ତି ସବୁ ଭୟରୁ ବାହାରିଛି। କାରଣ ଅର୍ଥ ହେରଫେର ଏବଂ ଟିଏମସି ମଧ୍ୟରେ ଥିବା ସମ୍ପର୍କରେ ଲୋକମାନେ ଅବଗତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଡି ଚଢ଼ାଉ ବ୍ୟବସାୟ ସମ୍ପ୍ରଦାୟ ବିରୁଦ୍ଧରେ ନୁହେଁ। ଏହା କେବଳ ଅସାଧୁଙ୍କ ବିରୁଦ୍ଧରେ।


ଶମିକ ଆହୁରି ମଧ୍ୟ କହିଛନ୍ତି କି ଟିଏମସି ନିକଟରେ କିଛି ଲୁଚାଇବାର ଅଛି କି। ଏଠାରେ କହି ରଖୁ କି ମମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଓ ମମତାଙ୍କର ନିକଟତମ ସମ୍ପର୍କୀୟ ଅନୁବ୍ରତ ମଣ୍ଡଳଙ୍କୁ ଇଡ଼ି ଓ ସିବିଆଇ ଗିରଫ କରି ସାରିଛି। ପାର୍ଥ ଚାଟାର୍ଜୀଙ୍କର ନିକଟତମ ସମ୍ପର୍କୀୟ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଇଡ଼ି ନଗଦ ୫୦ କୋଟି ଟଙ୍କା ଜବତ କରିଥିଲା।