ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ: ପାୱାର
ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଏକ ନୂତନ ପଲିସି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଦେଶର ଉନ୍ନତି ପାଇଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ।
ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଯୋଗୀ ସରକାର ଉତ୍ତରପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନୂତନ ପଲିସି ଘୋଷଣା କରିଛନ୍ତି । ଏଥି ସହ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ଅବସରରେ ଏକ ବୟାନ ଜାରି କରି ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାଦ୍ୱାରା ଦେଶର ଉନ୍ନତି ଘଟିବ ବୋଲି ସେ କହିଛନ୍ତି ।
ୟୁପି ସରକାରଙ୍କ ନୂତନ ଜନସଂଖ୍ୟା ପଲିସି ସାରା ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଏକ ବିତର୍କ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଏନସିପି ମୁଖ୍ୟ ପାୱାରଙ୍କ ବୟାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦେଶର ଅର୍ଥନୀତି, ଉନ୍ନତ ଜୀବନଯାପନ ଓ ପରିବେଶ ସନ୍ତୁଳନ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ରବିବାର କହିଛନ୍ତି । ପୱାରଙ୍କ ବୟାନରୁ ଜଣାପଡିଛି ଯେ ଅନ୍ୟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିପାରିବେ ।
ଅଧିକ ପଢ଼ନ୍ତୁ: ଡେଲଟା କିମ୍ବା ଲମ୍ବଡା, ଜାଣନ୍ତୁ କୋରୋନାର କେଉଁ ଭାରିଏଣ୍ଟ ସବୁଠାରୁ ବିପଜ୍ଜନକ?
ପ୍ରତ୍ୟେକ ନାଗରିକ ଜନସଂଖ୍ୟା ନିୟନ୍ତ୍ରଣରେ ସହଯୋଗ କରନ୍ତୁ
ପାୱାର ଏକ ବୟାନ ଜାରି କରି କହିଛନ୍ତି ଯେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶର ପ୍ରତ୍ୟେକ ନାଗରିକ ଶପଥ ନେବା ଉଚିତ ଯେ ସେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ସହଯୋଗ କରିବେ । ଏକ ଉନ୍ନତ ଦେଶ ଓ ଉନ୍ନତ ଜୀବନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଲହରର ପ୍ରଭାବରୁ ଶୀଘ୍ର ମୁକୁଳିବ ଦେଶର ଅର୍ଥନୀତି, ଲକଡାଉନର ପ୍ରଭାବ ସୀମିତ: ସର୍ଭେ
ନୂତନ ପଲିସି ଜାରି କଲେ ୟୁପି ସିଏମ୍ ଯୋଗୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ନୂତନ ଜନସଂଖ୍ୟା ନୀତି ୨୦୨୧-୩୦ ଜାରି କରିଛନ୍ତି । ସମଗ୍ର ବିଶ୍ୱରେ ବଢୁଥିବା ଜନସଂଖ୍ୟାକୁ ନେଇ ସିଏମ୍ ଯୋଗୀ ଉଦ୍ବେଗ ପ୍ରକାଶ କରିଛନ୍ତି । ସିଏମ୍ ଯୋଗୀ କହିଛନ୍ତି, "ଜନସଂଖ୍ୟା ବୃଦ୍ଧି ବିକାଶରେ ବାଧା ସୃଷ୍ଟି କରୁଛି । ୟୁପିରେ ନିଆଯାଇଥିବା ପଲିସି ସମସ୍ୟାର ସମାଧାନ କରିବ । ପ୍ରତ୍ୟେକ ବିଭାଗର ଯତ୍ନ ନିଆଯାଇଛି । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଆବଶ୍ୟକ ବୋଲି ସିଏମ୍ ଯୋଗୀ କହିଛନ୍ତି । ବହୁ ଦଶନ୍ଧି ଧରି ବଢୁଥିବା ଜନସଂଖ୍ୟା ଉପରେ ଆଲୋଚନା ହେଉଛି । ଗତ ଚାରି ଦଶନ୍ଧି ଧରି ଏହା ଉପରେ ଆଲୋଚନା କରାଯାଇଛି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ଜରୁରୀ । ପ୍ରଥମ କାର୍ଯ୍ୟ ହେଉଛି ସଚେତନତା । ଏହା ଲକ୍ଷ୍ୟ ହାସଲ କରିବ ।"