Noida Twin Tower Demolition: ସୁପରଟେକର ଟ୍ବିନ ଟାୱାର (Twin Tower) ବର୍ତ୍ତମାନ ଧ୍ବଂସ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଗଷ୍ଟ ୨୮ ତାରିଖ ଅର୍ଥାତ, ରବିବାର ଦିନ ୨:୩୦ ସମୟରେ ଟ୍ୱିନ୍ ଟାୱାରକୁ ଭାଙ୍ଗି ଦିଆଯିବ। ଟାୱାର ଭାଙ୍ଗିବାକୁ ନେଇ ସୁରକ୍ଷା ବ୍ୟବସ୍ଥା (Security System)କୁ କଡାକଡି କରାଯାଇଛି। ସେଥିପାଇଁ ଏହାର ଚତୁର୍ପାଶ୍ବରେ ରହୁଥିବା ଲୋକଙ୍କ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା ଇତ୍ୟାଦି ଉପରେ ନଜର ରଖିବା ପାଇଁ ଗୌତମ ବୁଦ୍ଧ ନଗର ପୋଲିସ କମିଶନର ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେ ଟ୍ୱିନ୍ ଟାୱାର ଭାଙ୍ଗୁଥିବା କମ୍ପାନୀ (Twin Tower Demolition Company) ଏଡିଫିସର ନିର୍ଦ୍ଦେଶକ ଏବଂ ଜେଟ୍ ଡେମୋଲିଶନର ଇଞ୍ଜିନିୟରଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଏହାର ଆଖପାଖ ଅଞ୍ଚଳ ଯାଞ୍ଚ କରିଥିଲେ।


COMMERCIAL BREAK
SCROLL TO CONTINUE READING

ପୋଲିସ କମିଶନରଙ୍କ ସହ ଡିସିପି ଟ୍ରାଫିକ ଏବଂ ଡିସିପି ସେଣ୍ଟ୍ରାଲ ନୋଏଡା ମଧ୍ୟ ଉପସ୍ଥିତ ଥିଲେ। ଆଲୋକ ସିଂ ମାର୍ଗ ବିଷୟରେ ଅଧିକାରୀଙ୍କ ସହ କଥା ହୋଇଥିଲେ। ସେ ଏଡଫିସ୍ କମ୍ପାନୀର ଇଞ୍ଜିନିୟରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଟ୍ବିନ ଟାୱାର ଭାଙ୍ଗିବା ଦିନ କମିଶନର୍ ଆଲୋକ ସିଂ ମଧ୍ୟ ତାଙ୍କ ଟିମ୍ ସହିତ ଉପସ୍ଥିତ ରହିବେ। ପୋଲିସ୍ କମିଶନର ଆଲୋକ ସିଂ କହିଛନ୍ତି ଯେ ଏଡିଫିସ୍ ଏବଂ ଜେଟ୍ ଡିମୋଲିସନ୍ ପରି ଦକ୍ଷ କମ୍ପାନୀ ମାନେ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଏବଂ ସେମାନଙ୍କ ସହ ନୋଏଡାର ଅଗ୍ନିଶମ ବିଭାଗର ଟିମ୍, ଟ୍ରାଫିକ୍ ବିଭାଗ ଏବଂ ସ୍ଥାନୀୟ ପୋଲିସ୍ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି।



ଏହି ଦୁଇଟି ଟାୱାର ନିର୍ମାଣ ପ୍ରକ୍ରିୟା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ୨୦୦୯ରେ ସୋସାଇଟିର ଲୋକମାନେ ଟାୱାରକୁ ନେଇ ବିଲଡର୍ ଏବଂ କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି କରିଥିଲେ। ପ୍ରାୟ ୩ ବର୍ଷ ଧରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ବାଧ୍ୟ ହୋଇ ଲୋକମାନେ ୨୦୧୨ରେ ହାଇକୋର୍ଟରେ ପହଞ୍ଚିଥିଲେ। ୨୦୧୪ରେ ହାଇକୋର୍ଟ ଉଭୟ ବିବାଦୀୟ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଏହାପରେ ବିଲଡର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଦୀର୍ଘ ଦିନର ଶୁଣାଣି ପରେ ଗତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ମଧ୍ୟ ଟାୱାର ଭାଙ୍ଗିବାକୁ ରାୟ ଦେଇଥିଲେ। ୩୧ ଅଗଷ୍ଟ ୨୦୨୧ରେ ତିନି ମାସ ମଧ୍ୟରେ ଟାୱାରକୁ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସମୟସୀମା ସରିଯିବା ହେତୁ ଏହି କାମ ବନ୍ଦ ହୋଇଯାଇଥିଲା।



ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୮ରେ ଯେତେବେଳେ ଟ୍ବିନ ଟାୱାର ଭାଙ୍ଗିଯିବ, ସେତେବେଳେ ଆଖପାଖ ଅଞ୍ଚଳରେ ଡ୍ରୋନ୍ ଉଡ଼ିବାକୁ ଦିଆଯିବ ନାହିଁ। ଏହା କୌଣସି ପ୍ରକାରେ ଫ୍ଲାଇଙ୍ଗ୍ ଜୋନ୍ ହେବ ନାହିଁ। ଏହି କୋଠାକୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯିବ। ୩୨ ମହଲା ବିଶିଷ୍ଟ କୋଠାରେ ବିସ୍ଫୋରକ ଲଗାଇବା କାର୍ଯ୍ୟ ଶେଷ ହୋଇଛି ଓ ବର୍ତ୍ତମାନ ଏହାକୁ ତାର ମାଧ୍ୟମରେ ସଂଯୋଗ କରାଯାଉଛି।



ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ୱିନ୍ ଟାୱାର ଭାଙ୍ଗିବା ଦ୍ବାରା ଆଖପାଖର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏହି ଟାୱାର ନିକଟରେ ଏମେରାଲ୍ଡ କୋର୍ଟ ଓ ଏଟିଏସ୍ ଗ୍ରାମ ପରି ପ୍ରକଳ୍ପ ରହିଛି। ରିପୋର୍ଟ ଅନୁଯାୟୀ, ସେହି ସୋସାଇଟିର ଲୋକଙ୍କୁ ମଧ୍ୟ ସେଦିନ ସକାଳେ ସେମାନଙ୍କ ଫ୍ଲାଟ ଖାଲି କରିବାକୁ ପଡିବ।