Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନା (Yashwant sinha) କହିଛନ୍ତି ଯେ ସେ ବିଜୟର ଇଚ୍ଛା ନେଇ ମୈଦାନକୁ ଆସିଛନ୍ତି । ସେ ସମସ୍ତ ବିରୋଧୀ ଦଳକୁ (Opposition Parties) ଧନ୍ୟବାଦ ଜଣାଇବା ସହ କହିଛନ୍ତି ଏହା ଏକ ସିଦ୍ଧାନ୍ତର ଲଢେଇ । ସିହ୍ନା କହିଛନ୍ତି, " ଯେଉଁ ଦୁଇ-ତିନି ପ୍ରତିଶତକୁ ବିଜେପି ନିଜ ସପକ୍ଷରେ କରିବାକୁ ଚେଷ୍ଟା କରୁଛି, ମୁଁ ମଧ୍ୟ ସେମାନଙ୍କୁ ମୋ ସପକ୍ଷରେ କରିବାକୁ ଚେଷ୍ଟା କରୁଛି ।' ଏହା ସହ ସେ ହସି ହସି କହିଛନ୍ତି, 'ମୁଁ ମଧ୍ୟ ବିଜେପି ଲୋକଙ୍କ ସହ କଥା ହେବି ମୋ ସପକ୍ଷରେ ଭୋଟ୍ ଦେବାପାଇଁ ।'


COMMERCIAL BREAK
SCROLL TO CONTINUE READING

ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଏହା କହିଲେ
ପୂର୍ବତନ ଝାଡ଼ଖଣ୍ଡର ରାଜ୍ୟପାଳ ଓ ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁଙ୍କୁ (Draupadi Murmu) ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରିବାକୁ ନେଇ ସେ କହିଛନ୍ତି, "ମୁଁ କହିବାକୁ ଚାହେଁ ଯେ ମୋର ସଂଗ୍ରାମ ତାଙ୍କ ସହିତ ନୁହେଁ (ଦ୍ରୌପଦୀ ମୁର୍ମୁ) କିନ୍ତୁ ସିଦ୍ଧାନ୍ତ ସହ ଓ ବିଜୟ ମୋର ହେବ । ସେ କହିଛନ୍ତି, ଯେଉଁମାନେ ମୋତେ ଚାପ ପକାଉଛନ୍ତି ଯେ ପ୍ରଥମ ଥର ପାଇଁ ଆଦିବାସୀ ସମାଜର ପ୍ରାର୍ଥୀଙ୍କୁ ଜିତିବାକୁ ଦିଆଯାଉ, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଯେତେବେଳେ ଦେଶର ଦିଗକୁ ସୁଧାରିବା କଥା ଆସୁଛି, ସେତେବେଳେ ଏହି ପ୍ରସଙ୍ଗଗୁଡ଼ିକ ଛୋଟ ହୋଇଯାଏ ।' ଯଶବନ୍ତ ସିହ୍ନା କହିଛନ୍ତି, 'ମୁଁ ଦେଶର ଲୋକଙ୍କୁ କହିବାକୁ ଚାହେଁ ଯେ ଯଦିଓ ସେମାନେ ଏହି ନିର୍ବାଚନରେ ​​ସିଧାସଳଖ ଅଂଶଗ୍ରହଣ କରୁନାହାଁନ୍ତି, କିନ୍ତୁ ସେମାନେ ମୋ ସପକ୍ଷରେ ସେମାନଙ୍କ ନେତାଙ୍କ ଉପରେ ଚାପ ପକାଇବା ଉଚିତ୍ ।'


ଯଶବନ୍ତ ସିହ୍ନା ରାଜନୈତିକ କ୍ୟାରିୟର
କହିରଖୁଛୁ ଯେ ରାଷ୍ଟ୍ରପତି ପଦ ପାଇଁ ବିରୋଧୀଦଳର ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନାଙ୍କ ରାଜନୈତିକ ଯାତ୍ରା ଅନେକ ଦଳ ଦେଇ ଗତି କରିଛି । ବିହାରରେ ଜନ୍ମଗ୍ରହଣ କରିଥିବା ଓ ବିହାର-କ୍ୟାଡର ଆଇଏଏସ୍ ଅଧିକାରୀ ସିହ୍ନା ୧୯୮୪ ରେ ପ୍ରଶାସନିକ ସେବା ଛାଡି ଜନତା ପାର୍ଟିରେ ଯୋଗ ଦେଇଥିଲେ । ସିହ୍ନା ୧୯୮୮ ରେ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ପରେ ସେ ଜନତା ଦଳରେ ଯୋଗ ଦେଇଥିଲେ ଓ ଚନ୍ଦ୍ର ଶେଖର ସରକାରରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ସିହ୍ନାଙ୍କ ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବଢିଥିଲା, ସେ ବାଜପେୟୀ ସରକାରରେ ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀ ଥିଲେ । ସେ ୨୦୧୮ ରେ ବିଜେପି ଛାଡିଥିଲେ ଓ ୨୦୨୧ ରେ ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଥିଲେ ।


ଏହା ବି ପଢ଼ନ୍ତୁ: ଦ୍ରୌପଦୀ ନା ଯଶୋବନ୍ତ; ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦେବେ ନୀତିଶ, ଦଳ କଲା ଏହି ଘୋଷଣା


ଏହା ବି ପଢ଼ନ୍ତୁ: New Wage Code: ଜୁଲାଇ ପହିଲାରୁ ଲାଗୁହେବ ନୂଆ ୱେଜ କୋଡ୍; ମିଳିବ କମ୍ ଦରମା, ବଢ଼ିବ PF