President Elections 2022: ରାଷ୍ଟ୍ରପତି ନିର୍ବାଚନ 2022 ପାଇଁ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ଶାସକ ଭାରତୀୟ ଜନତା ପାର୍ଟି (BJP) କିମ୍ବା ବିରୋଧୀ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି । ଆଜି ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏହି ପ୍ରସଙ୍ଗରେ ଏକ ବୈଠକ କରିବାକୁ ଯାଉଛନ୍ତି, ଯେଉଁଥିରେ କଂଗ୍ରେସ (Congress) ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି ।


COMMERCIAL BREAK
SCROLL TO CONTINUE READING

ତେବେ ବୈଠକ ପୂର୍ବରୁ ମମତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏକ ବଡ଼ ଝଟକା ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଆମ୍ ଆଦମୀ ପାର୍ଟି (AAP) ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକରେ ଯୋଗଦେବେ ନାହିଁ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ହିଁ AAP ଏହି ପ୍ରସଙ୍ଗ ଉପରେ ବିଚାର କରିବ ।


ଏଥିସହ ବୁଧବାର ଦିନ ହେବାକୁ ଥିବା ବିରୋଧୀ ଦଳର ବୈଠକରୁ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ଏଥିରୁ ଦୂରେଇ ହୋଇପାରନ୍ତି ବୋଲି ସୂଚନା ମିଳିଛି । ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।


କହିରଖୁଛୁ ଏନସିପି ମୁଖ୍ୟ ଶରଦ ପାୱାର (Sharad Pawar) ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି । ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ସଭାରେ ଏବେ ନୂଆ ନାମଗୁଡ଼ିକ ଆଲୋଚନା ହେବାର ସମ୍ଭାବନା ରହିଛି ।


ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଅଣ-ବିଜେପି ଦଳର ବୈଠକ ପାଇଁ ମମତା ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୁଧବାର ଦିନ ଅନୁଷ୍ଠିତ ବୈଠକରେ ଯୋଗଦେବାକୁ ବିରୋଧୀ ଦଳର ନେତାମାନଙ୍କୁ ମମତା ଅନୁରୋଧ କରିଛନ୍ତି । କଂଗ୍ରେସ ମଧ୍ୟ ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡିଛି ।


ଏହା ବି ପଢ଼ନ୍ତୁ: President election: ପାୱାରଙ୍କ ନା' ପରେ ମହାତ୍ମା ଗାନ୍ଧୀଙ୍କ ନାତି ହେବେ ବିରୋଧୀଙ୍କ ପ୍ରାର୍ଥୀ!


ଏହା ବି ପଢ଼ନ୍ତୁ: 10 Lakh Jobs: ଏହି ବିଭାଗଗୁଡିକରେ ହେବ ବମ୍ପର ନିଯୁକ୍ତି! ଖାଲି ଅଛି ଏତିକି ପଦବୀ


ଏହା ବି ପଢ଼ନ୍ତୁ: Petrol Diesel price: ଶସ୍ତା ହେଲା ପେଟ୍ରୋଲ-ଡିଜେଲ; ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍