ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ (Agriculture Law 2020) ନେଇ ଉତ୍ତର ଭାରତୀୟ ଅଞ୍ଚଳରେ କୃଷକଙ୍କ ପକ୍ଷରୁ ଚାଲିଛି ପ୍ରତିବାଦ। ହେଲେ ଏହି ଆନ୍ଦୋଳନ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ପଞ୍ଜାବୀ ଫିଲ୍ମ ଅଭିନେତା (Punjabi Film Actor) ଦୀପ ସିଦ୍ଧୁ (Deep Sidhu) କୃଷକଙ୍କୁ ସମର୍ଥନ ଜଣାଇ ସେମାନଙ୍କୁ ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଏହି ଆନ୍ଦୋଳନ ମାଧ୍ୟମରେ ସେ ଖଲିସ୍ତାନକୁ (Khalistan)  ସମର୍ଥନ ଜଣାଉଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଛି। ଜଣାଶୁଣା ଫିଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ (Vivek Ranjan Agnihotri) ଏହି ଆନ୍ଦୋଳନକୁ ନେଇ ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ଏଥିରେ ସାମିଲ ହୋଇଥିବା ଲୋକ କୃଷକ ହୋଇଥିବା ନେଇ ସନ୍ଦେହ ହେଉଛି।


ଏହା ସହିତ ସେ ଆହୁରି ଅନେକ ଟ୍ୱିଟ୍ କରି କରି ଜଣାଇଛନ୍ତି କୃଷକଙ୍କ ପକ୍ଷରୁ ଚାଲିଥିବା ପ୍ରତିବାଦ ମାଧ୍ୟମରେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି। ପଞ୍ଜାବୀ ଫିଲ୍ମ ଅଭିନେତା  ଦୀପ ସିଦ୍ଧୁଙ୍କ ଭିଡିଓ ସେୟାର କରିବାବେଳେ ସେ ଲେଖିଥିଲେ, "ହାହାହା...ଗରିବ ଭୂମିହୀନ କୃଷକ, ଯେଉଁଥିପାଇଁ ଲୋକେ କାନ୍ଦୁଛନ୍ତି। "


 



କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦଳନରେ ସାମିଲ ହେବା ପରେ ଦୀପ ସିଦ୍ଧୁଙ୍କ ବିରୁଦ୍ଧରେ ଖଲିସ୍ତାନକୁ ସମର୍ଥନ ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇଛି। ନିକଟରେ ତାଙ୍କର ଏକ ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଖଲିସ୍ତାନ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭିଣ୍ଡରୱାଲାକୁ ଆତଙ୍କବାଦୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି। ଏହା ସହିତ ସେ କହୁଛନ୍ତି ଜରନୈଲ ସିଂହ ଭିଣ୍ଡରୱାଲା ଏକ ଦୃଢ ସଂଘୀୟ ବ୍ୟବସ୍ଥା ଗଠନ ପାଇଁ ଲଢିଥିଲେ ହେଲେ ତାଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଯାଇଛି।