ମସ୍କୋ: Vladimir Putin: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ (Russia-Ukraine War) ଜାରି ରହିଛି । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) କିଛି ଦିନ ପାଇଁ ଛୁଟିରେ ଯିବେ । କାରଣ ସେ କ୍ୟାନସର ସର୍ଜରୀ (Cancer Surgery) କରିବା ପାଇଁ ମାନି ଯାଇଛନ୍ତି । ଯାହା ଫଳରେ ପୁଟିନ ୟୁକ୍ରେନ ସହ ଯୁଦ୍ଧର ନିୟନ୍ତ୍ରଣ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଖବର ମୁତାବକ, ପୁଟିନ ଏହି ଆକ୍ରମଣକୁ ସାମୟିକ ଭାବେ ନିୟନ୍ତ୍ରଣ କରିବା ପାଇଁ ପୂର୍ବତନ FSB ମୁଖ୍ୟ ନିକୋଲାଇ ପେତ୍ରୁଶେଭ (former FSB chief Nikolai Petrushev) ଙ୍କୁ ସାମୟିକ ଭାବେ ମନୋନୀତ କରିବେ । କ୍ରେମଲିନ ଭିତରର ଜଣେ ବ୍ୟକ୍ତି ଏହି ଦାବି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଋଷ (Russia) ର ସୁରକ୍ଷା ପରିଷଦର ବର୍ତ୍ତମାନର ସଚିବ ପେତ୍ରୁଶେଭଙ୍କୁ ଯୁଦ୍ଧ ରଣନୀତିର ଏକ ପ୍ରମୁଖ ସ୍ଥପତି ଭାବରେ ଦେଖାଯାଇଥାଏ । ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ପେତ୍ରୁଶେଭ (Nikolai Petrushev) ହିଁ ସେହି ବ୍ୟକ୍ତି ଯିଏ ପୁଟିନଙ୍କୁ ଆଶ୍ୱସ୍ତ କରିଛନ୍ତି କି କୀଭ ନବ-ନାଜିରେ ପରିପୂର୍ଣ୍ଣ ରହିଛି । ଲୋକପ୍ରିୟ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ SVR ରିପୋର୍ଟ କରିଛି ଯେ ଏହାର ଉତ୍ସ ହେଉଛି କ୍ରେମଲିନରେ ଜଣେ ବିଶ୍ୱସ୍ତ ବ୍ୟକ୍ତି ।


ସୂତ୍ରାନୁସାରେ କୁହାଯାଇଛି ଯେ, "ମୁଁ ଜାଣେ ନାହିଁ କେତେ ଦିନ ପର୍ଯ୍ୟନ୍ତ (ଅସ୍ତ୍ରୋପଚାର ପରେ ପୁଟିନ ଅକ୍ଷମ ହୋଇପାରନ୍ତି) ... ମୁଁ ଭାବୁଛି ଏହା କିଛି ସମୟ ପାଇଁ ହେବ । କ୍ଷମତା ହସ୍ତାନ୍ତର ପାଇଁ ପୁଟିନ ରାଜି ହୋଇ ନଥିଲେ, କିନ୍ତୁ ଋଷ ଓ ଯୁଦ୍ଧ ପ୍ରୟାସକୁ ନିୟନ୍ତ୍ରଣ କରିବା ପାଇଁ ପୁଟିନ (Putin) ଅନ୍ୟ ବ୍ୟକ୍ତିଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଛନ୍ତି । ପୁଟିନଙ୍କୁ ତୁରନ୍ତ ଅପରେସନ କରାଯିବ ଓ ସେ ଜାଣିବାକୁ ପାଇଛନ୍ତି ଯେ ପେତ୍ରୁଶେଭଙ୍କ ହାତରେ ଦୁଇ କିମ୍ବା ତିନି ଦିନ ପାଇଁ ଦେଶର ପ୍ରକୃତ ନିୟନ୍ତ୍ରଣ ରହିବ ।" ଡେଲି ମେଲ ରିପୋର୍ଟରେ କୁହାଯାଇଛି ଯେ ଏଭଳି ପଦକ୍ଷେପ ଆଶ୍ଚର୍ଯ୍ୟଜନକ ହେବ । କାରଣ ଋଷର ସମ୍ବିଧାନ (Russian constitution) ଅନୁଯାୟୀ କ୍ଷମତା ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିବା ଉଚିତ ।


ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କ କ୍ଷମତାରୁ ହଟିବା ପରେ ପାକିସ୍ତାନକୁ ହେଲା ଲାଭ, ଏହି ଦେଶ ଦେଲା ୮ ବିଲିୟନ ଡଲାର


ଏହା ବି ପଢ଼ନ୍ତୁ:-ବଡ଼ ଖବର: ଏହି ୪ଟି ପରିସ୍ଥିତିରେ ବାତିଲ ହେବ ଆପଣଙ୍କ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ ବିଷୟରେ...


ଏହା ବି ପଢ଼ନ୍ତୁ:-ଚଳିତ ମାସରେ ପାକିସ୍ତାନରେ ପୁଣି ଦେଖାଦେବ ରାଜନୈତିକ ସଙ୍କଟ! ସମର୍ଥକଙ୍କୁ ଏହି କାମ ଦେଲେ ଇମ୍ରାନ


 


ଜେନେରାଲ ଏସଭିଆର କହିଛନ୍ତି ଯେ, ପୁଟିନଙ୍କ ପେଟରେ କର୍କଟ ହୋଇଛି । ତାଙ୍କୁ ୧୮ ମାସ ପୂର୍ବରୁ ପାର୍କିନ୍ସନ୍ ମଧ୍ୟ ହୋଇଯାଇଛି । ଋଷ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟ ଦିବସକୁ ସ୍ମରଣ କରିବା ପାଇଁ ରେଡ ସ୍କୋୟାରରେ ମେ ୯ରେ କାର୍ଯ୍ୟକ୍ରମ କରିବ, ଯେଉଁଥିରେ ପୁଟିନ ଉପସ୍ଥିତ ରହିବେ ନାହିଁ । କାରଣ ଆଉ କ୍ୟାନସର ସର୍ଜରୀରେ ବିଳମ୍ବ କଲେ ହେବନାହିଁ । ପୁଟିନ (Putin) ୟୁକ୍ରେନ (Ukraine) ରେ ଚାରିପଟୁ ଯୁଦ୍ଧ ଆରମ୍ଭ କରିବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ଏହି ଖବର ଆସିଛି ବୋଲି SVR ଦାବି କରିଛନ୍ତି ।