ରାଫେଲ ଚୁକ୍ତିକୁ ନେଇ ଅଡୁଆରେ ମୋଦି ସରକାର, CAG କଲା ଏହି ଖୁଲାସା
ଏଥର ରାଫେଲ ଯୁଦ୍ଧ ବିମାନ ଚୁକ୍ତି (Rafale Deal) କୁ ନେଇ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ର ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ (Congress) ମୋଦି ସରକାର (Modi Govt)ଙ୍କୁ ଟାର୍ଗେଟ କରିଛି । CAG ନିଜର ରିପୋର୍ଟରେ କହିଛି ଯେ, ୪.୫ ପିଢ଼ିର ରାଫେଲ ବିମାନ ଯୋଗାଉଥିବା ଡାସାଲ୍ଟ ଆଭିଏଶନ କମ୍ପାନୀ ଓ ୟୁରୋପୀୟ ଅସ୍ତ୍ର ଉତ୍ପାଦନକାରୀ କମ୍ପାନୀ ଏମବିଡିଏ ସେମାନଙ୍କର ଅଫସେଟ ପ୍ରତିଶ୍ରୁତି ପୂରଣ କରୁନାହାଁନ୍ତି ।
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ (Loksabha Elections 2019) ରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି (Rafale Deal) ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଥିଲା । ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ (Congress President) ରାହୁଲ ଗାନ୍ଧୀ (Rahul Gandhi) ନିଜର ସମସ୍ତ ନିର୍ବାଚନୀ ସଭାରେ 'ଚୌକିଦାର ଚୋର ହୈଁ' ନାରା ଲଗାଇ ରାଫେଲ ଚୁକ୍ତି ପ୍ରସଙ୍ଗକୁ ଜୋରସୋରରେ ଉଠାଇଥିଲେ । ସେ ରାଫେଲର ମହଙ୍ଗା ଚୁକ୍ତି ସମେତ ଅଫସେଟରେ ଦୁର୍ନୀତି କରିଥିବା ଅଭିଯୋଗ ଆଣିଥିଲେ । ଏହା ଏକ ଭିନ୍ନ ବିଷୟ ଯେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ମୋଦି ସରକାର (Modi Govt) ଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏଥର ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ର ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ (Congress) ମୋଦି ସରକାର (Modi Govt)ଙ୍କୁ ଟାର୍ଗେଟ କରିଛି । CAG ନିଜର ରିପୋର୍ଟରେ କହିଛି ଯେ, ୪.୫ ପିଢ଼ିର ରାଫେଲ ବିମାନ ଯୋଗାଉଥିବା ଡାସାଲ୍ଟ ଆଭିଏଶନ କମ୍ପାନୀ ଓ ୟୁରୋପୀୟ ଅସ୍ତ୍ର ଉତ୍ପାଦନକାରୀ କମ୍ପାନୀ ଏମବିଡିଏ ସେମାନଙ୍କର ଅଫସେଟ ପ୍ରତିଶ୍ରୁତି ପୂରଣ କରୁନାହାଁନ୍ତି । ଏହି କମ୍ପାନୀ ଦ୍ୱାରା ନିର୍ମିତ ଯନ୍ତ୍ରପାତିଗୁଡିକ ରାଫେଲ ବିମାନରେ ବ୍ୟବହୃତ ହୋଇଛି ।
୩୦ ପ୍ରତିଶତ ଅଫସେଟର ପ୍ରତିଶୃତି
ବୁଧବାର ସଂସଦରେ ଉପସ୍ଥାପିତ ହୋଇଥିବା CAG ରିପୋର୍ଟରେ କୁହାଯାଇଛି ଯେ, ଭାରତ ବହୁ ପରିମାଣରେ ବିଦେଶରୁ ଅସ୍ତ୍ରଶସ୍ତ୍ର କ୍ରୟ କରିଥାଏ । ପ୍ରତିରକ୍ଷା କ୍ରୟ ନୀତି ଅନୁଯାୟୀ ୩୦ ପ୍ରତିଶତ ଅଫସେଟ୍ ପ୍ରାବଧାନ କାର୍ଯ୍ୟକାରୀ କରାଯାଇଛି । ଏହା ଅଧୀନରେ ବିଦେଶୀ କମ୍ପାନୀକୁ ୩୦ ପ୍ରତିଶତ ଅର୍ଥ ଭାରତରେ ନିବେଶ କରିବାକୁ ପଡିଥାଏ । ଏହା ସହିତ ଘରୋଇ ସ୍ତରରେ ଟେକ୍ନୋଲୋଜି ସାହାଯ୍ୟରେ ସମ୍ପୃକ୍ତ କ୍ଷେତ୍ରରେ ବିକାଶ କରିବାକୁ ହେବ । ରାଫେଲ ଚୁକ୍ତିର ଅଫସେଟ ନୀତି ଅନୁଯାୟୀ, ଡାସଲ୍ଟ ଆଭିଏଶନ ଚୁକ୍ତିରେ ଅଫସେଟ ପ୍ରତିଶ୍ରୁତି ଉପରେ DRDO କୁ ଉଚ୍ଚ ବୈଷୟିକ ଜ୍ଞାନ ପ୍ରଦାନ କରିବାକୁ କୁହାଯାଇଥିଲା ।
କାବେରୀ ଇଞ୍ଜିନର ବିକାଶ ପାଇଁ ଲାଗିବାର ଥିଲା ଟେକ୍ନୋଲୋଜି
CAG ରିପୋର୍ଟ ଅନୁସାରେ, ବିମାନ କାରବାର ସମୟରେ ୩୦ ପ୍ରତିଶତ ଅଫସେଟ ବ୍ୟବସ୍ଥା ବଦଳରେ DRDO କୁ ଉଚ୍ଚ ଟେକ୍ନୋଲୋଜି ଦେବାକୁ ଡାସଲ୍ଟ ଆଭିଏଶନ ପ୍ରସ୍ତାବ ଦେଇଥିଲା । DRDO କୁ ଏହି ଟେକ୍ନୋଲୋଜି ନିଜର ହାଲୁକା ଯୁଦ୍ଧ ବିମାନ ଇଞ୍ଜିନ କାବେରୀର ବିକାଶ ପାଇଁ ଆବଶ୍ୟକତା ଥିଲା, କିନ୍ତୁ ଡାସାଲ୍ଟ ଆଭିଏଶନ ଆଜି ପର୍ଯ୍ୟନ୍ତ ନିଜର ପ୍ରତିଶ୍ରୁତି ପୂରଣ କରି ନାହିଁ । CAG କହିଛି ଯେ ଅସ୍ତ୍ର ବିକ୍ରୟ କରୁଥିବା କମ୍ପାନୀଗୁଡିକ ଚୁକ୍ତିନାମା ପାଇବା ପାଇଁ ଅଫସେଟ୍ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ତାହା ପୂରଣ କରନ୍ତି ନାହିଁ । ଏହି କାରଣରୁ, ଅଫସେଟ ନୀତି ଅର୍ଥହୀନ ହୋଇଯାଉଛି । ଏହି ପ୍ରସଙ୍ଗରେ ରାଫେଲ ବିମାନ କ୍ରୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଥିରେ ୨୦୧୬ରେ ରାଫେଲ ଅଫସେଟ ପ୍ରସ୍ତାବ ଉଲ୍ଲେଖ କରାଯାଇଛି ।
ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ୪ ଦିନରେ ଲାଗିଲା ୩ଟି ଝଟକା, ବିଜେପିରେ ସାମିଲ ହେଲେ ଆଉ ୨ ବଡ଼ ନେତା
ଏକ ତୃତୀୟାଂଶ ଅଫସେଟ୍ ଚୁକ୍ତି ପୂରଣ ହୋଇଛି
ରିପୋର୍ଟରେ କୁହାଯାଇଛି ଯେ ୨୦୧୫-୧୮ ମଧ୍ୟରେ ପ୍ରତିରକ୍ଷା କାରବାରରେ ସମୁଦାୟ ୪୬ ଅଫସେଟ ଚୁକ୍ତି କରାଯାଇଥିଲା । ଯାହାର ମୋଟ ମୂଲ୍ୟ ୬୬,୪୨୭ କୋଟି ଥିଲା, କିନ୍ତୁ ଡିସେମ୍ବର ୨୦୧୮ ସୁଦ୍ଧା କେବଳ ୧୯,୨୨୩ କୋଟି ଅଫସେଟ ଚୁକ୍ତି ହିଁ ପୂରଣ ହୋଇଛି । ଯଦିଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ କେବଳ ୧୧,୩୯୬ କୋଟି ଟଙ୍କା ମୂଲ୍ୟର ଦାବି ପାଇଛି, ବାକିସବୁ ଖାରଜ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ୫୫ ହଜାର କୋଟିର ଅଫସେଟ ଚୁକ୍ତି ଏପର୍ଯ୍ୟନ୍ତ ହୋଇନାହିଁ । ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏଗୁଡିକ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଅଛି ।
ଅଧିକ ପଢ଼ନ୍ତୁ:-ମାତ୍ର ଟଙ୍କାଟିଏ ପେମେଣ୍ଟ କରି ଘରକୁ ଆଣନ୍ତୁ ସ୍କୁଟି କିମ୍ୱା ବାଇକ୍, ଏହି ବ୍ୟାଙ୍କ ଦେଉଛି ଅଫର୍
ଅଫସେଟ ପ୍ରାବଧାନ ଏପରି ହୋଇଥାଏ ପୂରଣ
ଅଫସେଟ୍ ପ୍ରାବଧାନକୁ ବିଭିନ୍ନ ଉପାୟରେ ପୂରଣ କରାଯାଇପାରିବ । ଯେପରି ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ, ମାଗଣା ଟେକ୍ନୋଲୋଜି ଦେଇ ଏବଂ ଭାରତୀୟ କମ୍ପାନୀଗୁଡିକରୁ ଉତ୍ପାଦ ପ୍ରସ୍ତୁତ କରି । ଏହି କ୍ରମରେ CAG ଏହାର ଅଡିଟ୍ ରିପୋର୍ଟରେ ପାଇଛି ଯେ ଏହି ନୀତି ଏହାର ଲକ୍ଷ୍ୟ ହାସଲ କରୁନାହିଁ । CAG ଏହାର ରିପୋର୍ଟରେ ମଧ୍ୟ କହିଛି ଯେ ବାର୍ଷିକ ଭିତ୍ତିରେ ଅଫସେଟ ଚୁକ୍ତି ପୂରଣ ପାଇଁ କ୍ରୟ ନୀତି ପ୍ରଦାନ କରାଯାଇ ନାହିଁ । ପୁରୁଣା ମାମଲାଗୁଡ଼ିକର ବିଶ୍ଳେଷଣରୁ ଜଣାପଡିଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ଅଧିକାଂଶ ଚୁକ୍ତିନାମା ପୂରଣ କରାଯାଇଥାଏ ।