ମୁମ୍ବାଇ: ଟିମ୍ ଇଣ୍ଡିଆ (Team India) ମୁମ୍ବାଇ (Mumbai) ର ୱାନଖେଡେ ଷ୍ଟାଡିୟମ୍ (Wankhede Stadium) ରେ  ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ପରାସ୍ତ କରିଛି । ଏହି ମାସରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ, ଯାହା ପୂର୍ବରୁ ଅନେକ ଷ୍ଟାର୍ ଖେଳାଳିଙ୍କ ପତା କଟିପାରେ ।


COMMERCIAL BREAK
SCROLL TO CONTINUE READING

କୋଚ୍ ଦ୍ରାବିଡ଼ ନେବେ କଠୋର ନିଷ୍ପତ୍ତି


ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ (Team India Head Coach Rahul Dravid) ସୋମବାର ଏହାର ସଙ୍କେତ ଦେଇଛନ୍ତି ଯେ ଦଳ ପରିଚାଳନା ଆଗକୁ କିଛି କଠୋର ନିଷ୍ପତ୍ତି ନେଇପାରେ ଓ ଖେଳାଳିଙ୍କ ସହ ସ୍ପଷ୍ଟ ସମ୍ୱାଦ ଉପରେ ଗୁରୁତ୍ୱାରୋପ କରିଛନ୍ତି ।


ଅଜିଙ୍କ୍ୟ-ପୂଜାରାଙ୍କ କଟିବ ପତା 


ପ୍ରଥମ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଖେଳିନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପୁରା ଟେଷ୍ଟ ସିରିଜ ପାଇଁ ଓପନର୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ରବି ଶାସ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ରାହୁଲ ଦ୍ରାବିଡଙ୍କ ଏହା ପ୍ରଥମ ଟେଷ୍ଟ ସିରିଜ ଥିଲା, ଯେଉଁଥିରେ ମୟଙ୍କ ଅଗ୍ରୱାଲ ଓ ଶ୍ରେୟାସ ଆୟର ଗୋଟିଏ ଗୋଟିଏ ଶତକ ଲଗାଇଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା ଦଳରେ ନିଜର ସ୍ଥାନ ବଜାୟ ରଖିବାକୁ ଚାପରେ ଅଛନ୍ତି ଏବଂ ଦ୍ରାବିଡଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।



ଟିମରେ କେହିଁ କାହାଠାରୁ କମ୍ ନୁହଁନ୍ତି


ଦ୍ୱିତୀୟ ଟେଷ୍ଟରେ ୩୭୨ ରନର ରେକର୍ଡ ବିଜୟ ପରେ ରାହୁଲ ଦ୍ରାବିଡ କହିଛନ୍ତି ଯେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି ଓ ଚୟନ ପାଇଁ ଏହା ଏକ ଭଲ ମୁଣ୍ଡବିନ୍ଧା । ସମସ୍ତେ ଭଲ କରିବାକୁ ଚାହାଁନ୍ତି ଓ ସମସ୍ତେ ପରସ୍ପର ପାଇଁ କଠିନ ଚ୍ୟାଲେଞ୍ଜ ଦେଉଛନ୍ତି ।


ବଢ଼ିବ କୋଚ୍ ଦ୍ରାବିଡଙ୍କ ଟେନସନ


ରାହୁଲ ଦ୍ରାବିଡ କହିଛନ୍ତି, "ମୁଁ ଆଶା କରୁଛି ଯେ ଆମର ଏହି ମୁଣ୍ଡବିନ୍ଧା ବୃଦ୍ଧି ପାଇବ ଓ ଆମକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡିବ କିନ୍ତୁ ଯେପର୍ଯ୍ୟନ୍ତ ଆମର ସ୍ପଷ୍ଟ ସମ୍ୱାଦ ଅଛି ଏବଂ ଆମେ ଖେଳାଳିଙ୍କୁ ବୁଝାଇପାରିବୁ ଯେ ଏପରି କାହିଁକି ହୋଇଛି ସେପର୍ଯ୍ୟନ୍ତ ଏଥିରେ କୌଣସି ଅସୁବିଧା ନାହିଁ ।"



ଅକ୍ସର ପଟେଲଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ 


ବାମହାତୀ ସ୍ପିନର ଅକ୍ସର ପଟେଲ ବଲ ଓ ବ୍ୟାଟ ସହ ଭଲ ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୫ ୱିକେଟ୍ ନେଇଥିଲେ ଓ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ଜୟନ୍ତ ଯାଦବ ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ଚାରିଟି ୱିକେଟ୍ ନେଇଥିଲେ ।


କାନପୁରରେ ହାତରୁ ଖସି ଯାଇଥିଲା ବିଜୟ 


ଏହି ସିରିଜକୁ ଏକପାଖିଆ ଜିତିବା ଭୁଲ ହେବ ବୋଲି ରାହୁଲ ଦ୍ରାବିଡ କହିଛନ୍ତି । ସେ କହିଛନ୍ତି, "ବିଜେତା ଭାବରେ ସିରିଜ୍ ଶେଷ କରିବା ଭଲ । କାନପୁରରେ ମଧ୍ୟ ଆମେ ବିଜୟର ନିକଟତର ହୋଇଥିଲୁ କିନ୍ତୁ ଶେଷ ୱିକେଟ୍ ନେଇ ପାରିଲୁ ନାହିଁ । ଆମେ ଏଠାରେ କଠିନ ପରିଶ୍ରମ କରିଥିଲୁ । ଫଳାଫଳ ଏକପାଖିଆ ମନେହୁଏ କିନ୍ତୁ ଆମେ ସମଗ୍ର ସିରିଜରେ କଠିନ ପରିଶ୍ରମ କରିଛୁ ।"


ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ୁଥିବା ବେଳେ ପୁରୁଷଙ୍କୁ ଲାଗିପାରେ ଏପରି ଆଘାତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ


ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୧୧ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍