Indian Railway Budget 2023: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ପଞ୍ଚମ ଥର ପାଇଁ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ "ସବକା ପ୍ରୟାସ" ମାଧ୍ୟମରେ ଠୋସ୍ ନୀତି ପ୍ରସ୍ତୁତ କରିଛୁ। ଯାହାର ଫଳ ସ୍ୱରୂପ ଲୋକେ ଉପକୃତ ହୋଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ମଧ୍ୟ ରେଳ ବଜେଟ୍ ୨୦୨୩ ଘୋଷଣା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରେଳ ବଜେଟ୍ ୨୦୨୩ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏଥର ଭାରତୀୟ ରେଳବାଇ ଲାଗି ମୋଟ ୨.୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଗତ ବର୍ଷ ରେଳ ବଜେଟ ପରିମାଣ ୧ ଲକ୍ଷ ୪୦ ହଜାର ୩୬୭.୧୩ କୋଟି ଟଙ୍କା ରହିଥିଲା।   


ରେଳ ବଜେଟ୍ ୨୦୨୩: ସାଧାରଣ ଲୋକଙ୍କୁ ମିଳିବ କେତେ ଫାଇଦା? କ'ଣ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ?


  • କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ରେଳବାଇ ବଜେଟ୍ ଏଥର ପ୍ରାୟ ୯ ଗୁଣା ଅଧିକ ହୋଇଛି। ଏଥର ରେଳ ବଜେଟ ପରିମାଣରେ ବଡ ବୃଦ୍ଧି ଦେଖିବାକୁ ମିଳିଛି। ବିଗତ କିଛି ବର୍ଷ ମଧ୍ୟରେ ରେଳ ବଜେଟ ଲାଗି ହୋଇଥିବା ବ୍ୟୟବରାଦ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

  • ରେଳବାଇରେ ୧୦୦ ନୂଆ ଯୋଜନା ଆରମ୍ଭ ହେବା ନେଇ ଜଣାଇଛନ୍ତି ଅର୍ଥମନ୍ତ୍ରୀ। ବେସରକାରୀ କ୍ଷେତ୍ର ସହାୟତାରେ ଏହି ଯୋଜନା ଚିହ୍ନଟ କରାଯାଇଛି। ଯାହା ଉପରେ ଅଧିକ କାର୍ଯ୍ୟ କରାଯିବ।

  • ରେଳବାଇର ନୂତନ ଯୋଜନା ପାଇଁ ୭୫ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଆରମ୍ଭ ହେବାକୁ ଥିବା ନୂତନ ପ୍ରକଳ୍ପ ଲାଗି ଏହି ପାଣ୍ଠି ଖର୍ଚ୍ଚ ହେବ।

  • ଏଥରରେଳ ବଜେଟ୍ ପରିମାଣ ବୃଦ୍ଧି ବ୍ୟତୀତ ଅଧିକ କିଛି ଘୋଷଣା କରାଯାଇ ନାହିଁ। କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟ ଆଗରୁ ଚାଲିଛି। ଯାହା ମଧ୍ୟରେ ବୁଲେଟ୍ ଟ୍ରେନ୍, ରାପିଡ୍ ଟ୍ରେନ୍, ଚେନାବ ନଦୀ ରେଳ ବ୍ରିଜ୍,ବାଇର୍ବି-ସାଇରଙ୍ଗ ନୂତନ ଲାଇନ ରେଳ ପ୍ରକଳ୍ପ ସାମିଲ ରହିଛି।