How The Takes Train Turns: ଅଧିକାଂଶ ଲୋକ ନିଶ୍ଚିତ ଭାବରେ ରେଳଯାତ୍ରା କରିଥିବେ। ହେଲେ ଟ୍ରେନ୍ କିପରି ଗତି କରେ ଏବଂ ଯାତ୍ରା ବେଳେ ଏହା କିପରି ଏହାର ଗତିପଥ ବଦଳିଥାଏ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଆସେ। ଯେତେବେଳେ ଟ୍ରେନ୍ ବଙ୍କା ରେଳଧାରଣାରେ ଚାଲିଥାଏ। ସେହି ସମୟରେ ଯଦି କେହି ଚଳନ୍ତା ଟ୍ରେନ୍ ଦେଖନ୍ତି, ତାହେଲେ ଏହି ପ୍ରଶ୍ନ ନିଶ୍ଚିତ ଭାବେ ତାଙ୍କ ମନରେ ଆସୁଥାଏ, ଯେ ଟ୍ରେନ୍ କିପରି ଏହାର ମୋଡ ନେଇଥାଏ। ରେଳଗାଡି଼ରେ କୌଣସି ଷ୍ଟିଅରିଂ ଅଛି ନା ନାହିଁ? କାରଣ ରାସ୍ତାରେ ଗାଡି ମୋଡ଼ ନେବା ବେଳେ ଏହାର ଷ୍ଟିଅରିଂ ସେହି ଦିଗ କିମ୍ବା ମାର୍ଗରେ ମୋଡ଼ି ଦିଆଯାଏ। ହେଲେ ଗୋଟିଏ ଟ୍ରେନ କିପରି ଯାତ୍ରା ବେଳେ ଏହାର ଦିଗ କିମ୍ବା ମାର୍ଗ ବଦଳାଇଥାଏ। ଗୋଟିଏ ଟ୍ରେନ୍ କିପରି ଗତି କରିଥାଏ ଏବଂ ଏହାକୁ କିପରି ପରିଚାଳନା କରାଯାଏ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ।


COMMERCIAL BREAK
SCROLL TO CONTINUE READING

ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ରେଳଗାଡ଼ିରେ କୌଣସି ପ୍ରକାରର ଷ୍ଟିଅରିଂ ନାହିଁ। ବର୍ତ୍ତମାନ ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବା ଯେ ଯଦି ଷ୍ଟିଅରିଂ ନାହିଁ, ତାହେଲେ ଟ୍ରେନ୍ କିପରି ରେଳ ଧାରଣାରେ ଗତି କରିଥାଏ। ଆମେ ଆପଣଙ୍କୁ କହୁଛି ଯେ କୋଣସି ଟ୍ରେନ୍ ବୈଷୟିକ ବ୍ୟବସ୍ଥା ମାଧ୍ୟମରେ ଗତି କରିଥାଏ। ରେଳଗାଡ଼ିରେ ହେଉଥିବା ସମସ୍ତ ପ୍ରକାର କାର୍ଯ୍ୟକଳାପ ଫ୍ରଣ୍ଟମୋଷ୍ଟ ଇଞ୍ଜିନ ମାଧ୍ୟମରେ କରାଯାଇଥାଏ। ପୂର୍ବରୁ ଏହି କାର୍ଯ୍ୟ ରେଳ କର୍ମଚାରୀଙ୍କ ଦ୍ୱାରା କରାଯାଇଥିଲା। ହେଲେ ବର୍ତ୍ତମାନ ଏହି କାର୍ଯ୍ୟ କରିବା ପାଇଁ ବିଭିନ୍ନ ମେସିନ୍ ଉଦ୍ଭାବିତ ହୋଇସାରିଛି। ଏହି ସମସ୍ତ ପ୍ରକାର ମେସିନ୍ ଅତ୍ୟଧିକ ହାଇ-ଟେକ୍ ଯାହା ସିଗନାଲ୍ ଏବଂ ରୁଟ୍ ଅନୁଯାୟୀ କାମ କରିଥାଏ। ଏହି ମେସିନ୍ କେବଳ ମାତ୍ର ଥରେ ପାଇଁ ସେଟ୍ ଅପ୍ କରି ଦିଆଯାଏ। ଯାହା ପରେ ଏହି ମେସିନ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିବା ଜାରି ରଖିଥାଏ। ଏପରିକି କୌଣସି ପ୍ରକାର ବୈଷୟିକ ତ୍ରୁଟି ଘଟିବା ପୂର୍ବରୁ ମଧ୍ୟ ଏହି ମେସିନ୍ ରେଳ କର୍ମଚାରୀଙ୍କୁ ଆଗୁଆ ଜଣାଇ ଦେଇଥାଏ।


Also Read: Indian Railway: ଦିନରେ ଶଗଡ ଗାଡ଼ି, ହେଲେ ରାତିରେ ରକେଟ ପାଲଟି ଯାଇଥାଏ ଟ୍ରେନ, ଏପରି କାହିଁକି ହୋଇଥାଏ?


ଆମେ ଆପଣଙ୍କୁ ଆଉ ଗୋଟିଏ କଥା କହି ରଖୁଛୁ ଯେ, ଟ୍ରେନ ଚକକୁ ଏପରି ଭାବେ ତିଆରି କରା ଯାଇଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ରେଳ ଧାରଣକୁ ମଜବୁତ ରୂପେ ଜାବୁଡ଼ି ଧରିଥାଏ। ଯାହା ଦ୍ୱାରା ଟ୍ରେନ୍ ଯେତେ ବେଗରେ ରେଳ ଧାରଣାରେ ଦୌଡୁ ନାଁ କାହିଁକି ହେଲେ ଏହାର ଚକ ରେଳ ଧାରଣକୁ ଜାବୁଡ଼ି ଧରିଥାଏ। ସେହିପରି ବଙ୍କା ରେଳ ଧାରଣାରେ ଏକ ମୁନିଆ ଲୁହା ଧାରଣା ଲାଗି ରହିଥାଏ। ଯିଏ ଯାତ୍ରା ବେଳେ ରେଳଗାଡ଼ିର ଦିଗ ବଦଳାଇ ଦେଇଥାଏ। ଏହି ମୁନିଆ ଲୁହା ମାଧ୍ୟମରେ ଟ୍ରେନ୍ ଗୋଟିଏ ଧାରଣାରୁ ଅନ୍ୟ ଏକ ଧାରଣାକୁ ଚାଲି ଆସେ। ସବୁଠାରୁ ବଡ କଥା ହେଉଛି ଏହି ବ୍ୟବସ୍ଥା କେବଳ ମେସିନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହି କାର୍ଯ୍ୟରେ କୌଣସି ରେଳ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ନଥାଏ।