ନୂଆଦିଲ୍ଲୀ: ସମସ୍ତ ନିୟମିତ ପାସେଞ୍ଜର ଟ୍ରେନ (Regular Passenger Trains) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଭାରତୀୟ ରେଲବାଇ (Indian Railways) ଏନେଇ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୨୩୦ ସ୍ପେଶାଲ ଟ୍ରେନ (Special Trains) ଚାଲୁ ରହିବ ବୋଲି ସ୍ପଷ୍ଟ କରାଯାଇଛି । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିର୍ଦ୍ଦେଶ ଜାରି କରାଯାଇଥିବା ଭାରତୀୟ ରେଳବାଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । 


COMMERCIAL BREAK
SCROLL TO CONTINUE READING

ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକଥା ମଧ୍ୟ କୁହାଯାଇିଛି, ପୂର୍ବ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ଚାଲୁଥିବା ୨୩୦ ସ୍ପେଶାଲ ଟ୍ରେନରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ସେହିପରି ଅତ୍ୟାବଶ୍ୟକ କାମରେ ନିୟୋଜିତ ଲୋକଙ୍କ ପାଇଁ ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ(Local Trains)  ମଧ୍ୟ ସାମିଲ ରହିଛି । ଅର୍ଥାତ ଏହି ସେବାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । 


ରେଲୱେ ଆହୁରି ମଧ୍ୟ କହିଛି, ସ୍ପେଶାଲ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଉପରେ ନିୟମିତ ନଜର ରଖାଯାଉଛି । ତେଣୁ ଆବଶ୍ୟକତା ଆଧାରରେ ଅତିରିକ୍ତ ସ୍ପେଶାଲ ଟ୍ରେନ ମଧ୍ୟ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ । ଯଦି କୌଣସି ରୁଟରେ ଯାତ୍ରୀ ସଂଖ୍ୟା ବଢ଼ିବେ, ତେବେ ସେହି ରୁଟରେ ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହେବ । ଅନ୍ୟପଟେ ଲକଡାଉନ ପୂର୍ବରୁ ଚାଲୁଥିବା ନିୟମିତ ପାସେଞ୍ଜର ଟ୍ରେନ ଓ ଲୋକାଲ ଟ୍ରେନ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି । 


କହିରଖୁଛୁ, ଏହା ପୂର୍ବରୁ ସମସ୍ତ ରେଳ ସେବାକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଳ ବିଭାଗ ସ୍ଥଗିତ ରଖିଥିଲା । ଆଉ ଏବେ ଏହାକୁ ପୁଣି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।