ରାମ ମନ୍ଦିର ମାମଲା: ଭୂମି ପୂଜନ ଲାଗି ରାସ୍ତା ସଫା, କାର୍ଯ୍ୟକ୍ରମ ବନ୍ଦ କରିବା ଲାଗି ହୋଇଥିବା ଆବେଦନ କୋର୍ଟରେ ଖାରଜ
ଭୂମି ପୂଜନ ରୋକିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ।
ପ୍ରୟାଗରାଜ: ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଥିବା ରାମ ମନ୍ଦିରର ଭୂମି ପୂଜନ । ହେଲେ ଏବେ ଦେଶରେ ଜାରି ରହିଥିବା କୋରୋନା ସଂକଟ କାରଣରୁ ଏହି କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ ସାକେତ ଗୋଖଲେ ନାମକ ବ୍ୟକ୍ତି।
ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ରାମ ମନ୍ଦିର ଭୂମି ପୂଜନ ଲାଗି ରାସ୍ତା ସଫା ହୋଇଛି । କୋର୍ଟରେ ଦାଏର କରିଥିବା ପିଟିସନରେ ଆବେଦନକାରୀ ଦର୍ଶାଇଥିଲେ ଏପରି, କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା କୋରୋନା ମୁକାବିଲା ଲାଗି ଜାରି ହୋଇଥିବା ଅନଲକ-୨ ନିୟମାବଳୀକୁ ଉଲ୍ଲଂଘନ କରୁଛି। ଏହା ସହିତ କୁହାଯାଇଛି ଭୂମି ପୂଜନ କାର୍ଯ୍ୟକ୍ରମ ଦ୍ୱାରା କୋଭିଡ୧୯ ଲାଗି ଜାରି ହୋଇଥିବା ଗାଇଡଲାଇନର ଉଲ୍ଲଂଘନ ହେବ। କାରଣ ଏହା ଦ୍ୱାରା ୩ ଶହରୁ ଅଧିକ ଲୋକ ଏକତ୍ରିତ ହେବେ, ଯାହା ନିୟମ ବିରୁଦ୍ଧ କାର୍ଯ୍ୟ ହେବ।
ଏହି ଆବେଦନ ମାଧ୍ୟମରେ ଭୁମି ପୂଜନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଏନେଇ କୁହାଯାଇଥିଲା ଏହି କାର୍ଯ୍ୟକ୍ରମ ଦ୍ୱାରା କରୋନା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବଢିବ। କୋରୋନା ମୁକାବିଲା କରିବାକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଉତ୍ତର ପ୍ରଦେଶ ସରକାର କୋହଳ କରିପାରିବେ ନାହିଁ।
ଯାଚିକା ମାଧ୍ୟମରେ ଗୋଖଲେ ଆହୁରି ମଧ୍ୟ କହିଥିଲେ ଏପରି ଏକ ସାମୂହିକସ କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା କରୋନା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବଢିବ। କରୋନା ଅବଧି ସମୟରେ ଜନସମାଗମ କାରଣରୁ ବକ୍ରି ଇଦରେ ସାମୂହିକ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇନାହିଁ। ହେଲେ କିପରି ଭାବେ ରାମ ମନ୍ଦିର ଭୂମି ପୂଜନ ଲାଗି ଅନୁମତି ଦିଆଯାଇ ପାରିବ?
ଏ ପ୍ରସଙ୍ଗରେ ଗଣା ମାଧ୍ୟମରେ ପ୍ରତିକ୍ରିୟା ରଖି ସାକେତ ଗୋଖଲେ କହିଛନ୍ତି ଗୃହ ମନ୍ତ୍ରଣାଳୟର ନିୟମ ଉଲ୍ଲଂଘନ କରାଯାଉଛି। ଯିଏକି ରାହୁଲ ଗାନ୍ଧୀଙ୍କ ସହଯୋଗୀ ଭାବେ ଜଣାଶୁଣା ।