Ramdas Athawale invites BJD : ଭୁବନେଶ୍ୱର (ମଳୟ ମହାନ୍ତି): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବାଲେଙ୍କୁ (Ramdas Athawale) ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା। ନବୀନ ପଟ୍ଟନାୟକଙ୍କ (Naveen Patnaik) ସରକାର ଏନଡିଏକୁ (NDA) ସଂସଦରେ ସବୁ ସମୟରେ ସହଯୋଗ ଦେଇ ଆସିଛି। ସେ ଯଦି ଚାହିଁବେ ପୁନର୍ବାର ଏନଡିଏରେ (NDA) ଯୋଗଦେଇ ପାରିବେ। କେନ୍ଦ୍ରମନ୍ତ୍ରୀଙ୍କ (Central Minister) ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ବିଜେଡି (BJD) କହିଲା ସମଦୁରତା ଓ ସ୍ୱତନ୍ତ୍ରତା ଦଳର ବିଶେଷତ୍ୱ। ଆବଶ୍ୟକତା ଦେଖି ବିଲ କୁ ସମର୍ଥନ ଦିଏ ବିଜେଡି। ସେପଟେ ବିଜେପି କହିଲା କେନ୍ଦ୍ରମନ୍ତ୍ରୀ ଅଲଗା ଦଳର। ତାଙ୍କ କଥାକୁ ନେଇ ରାଜନୈତିକ ମନ୍ତବ୍ୟ ଦେବା ଭୁଲ ହେବ। ସେପଟେ କଂଗ୍ରେସ କହିଲା ଆମେ ଆରଂଭରୁ ଉଭୟ ମିସିକି ଅଛନ୍ତି। ସେପଟେ ଆମ ଆଦମୀ ପାର୍ଟି ବି ରଖିଲା ମନ୍ତବ୍ୟ। କହିଲା ବିଜେଡି ବିଜେପି ମିଳିତ ସରକାର ଚାଲିଛି ରାଜ୍ୟରେ ବିରୋଧୀ ନାହାନ୍ତି।


COMMERCIAL BREAK
SCROLL TO CONTINUE READING

ନବୀନ ପଟ୍ଟନାୟକଙ୍କ ସରକାର ଏନଡିଏକୁ ସଂସଦରେ ସବୁ ସମୟରେ ସହଯୋଗ ଦେଇ ଆସିଛି। ନବୀନ ଜଣେ ଉତ୍ତମ ରାଜନେତା ଓ ଭଲ ଲୋକ। ସେ ଯଦି ଚାହିଁବେ ପୁନର୍ବାର ଏନଡିଏରେ ଯୋଗଦେଇ ପାରିବେ। ତାଙ୍କ ପାଇଁ ଏନଡିଏ ଦ୍ବାର ଖୋଲା ରହିଛି। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଏଭଳି ଆହ୍ବାନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ଯଦି ଏନଡିଏରେ ମିଶିବେ ତେବେ ଓଡ଼ିଶାକୁ ଯେତିକି କେନ୍ଦ୍ରୀୟ ସହାୟତା ମିଳୁଛି ଏହାଠାରୁ ଅଧିକ ବଜେଟ ମିଳିପାରନ୍ତା। ଅଠୱାଲେଙ୍କ ପ୍ରତିକ୍ରିୟା ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି।


 ବିଜେଡି ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରାଧିକୃତ କରିଥିବେ କି ନାହିଁ ମୁଁ ଜାଣିନାହିଁ । ସେ ଥଟା ମଜାରେ ଅନେକ କଥା କୁହନ୍ତି। କହୁ କହୁ କହି ଦେଇଥିବେ। ବିଜେଡିର ସ୍ୱତନ୍ତ୍ରତା ରହିଛି। ସବୁ ନିଷ୍ପତି ସୁପ୍ରିମୋ ନବୀନ ପଟ୍ଟନାୟକ ନିଅନ୍ତି। ସେ ହିଁ ସବୁ ନିର୍ଧାରଣ କରିବେ। ଏପରିକି ବିଭିନ୍ନ ବିଲରେ ସମର୍ଥନ କରିବା ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲ କୁ ସମର୍ଥନ କରିଛି ବିଜେଡି। ତା ମାନେ ନୁହେଁ ବିଜେଡ଼ି ଏନଡିଏ ର ଅଂଶ। ସଂଘୀୟ ବ୍ୟବସ୍ଥାରେ ଯେମିତି ସମ୍ପର୍କ ରହିବା କଥା ଓ ଯେଉଁଟା କରଣୀୟ ତାହା ବିଚାର ବିମର୍ଶ କରୁଛି ବିଜେଡି।


ସେପଟେ ବିଜେପି କହିଲା କେନ୍ଦ୍ରମନ୍ତ୍ରୀ ଅଲଗା ଦଳର। ତାଙ୍କ କଥାକୁ ନେଇ ରାଜନୈତିକ ମନ୍ତବ୍ୟ ଦେବା ଭୁଲ ହେବ। ନବୀନ ସରକାର କେବେ ବିଜେପି ସହ ମିଶିବା ଅସମ୍ଭବ ବୋଲି କହିଛି ବିଜେପି। ସେପଟେ କଂଗ୍ରେସ କହିବା କଥା ଉଭୟ ମିସିକି ଅଛନ୍ତି ବୋଲି ଦଳ ଆରମ୍ଭ ରୁ କହିଛି। ତେଣୁ ଏବେ ଏହା ପ୍ରମାଣିତ ହୋଇଛି। ବିଜେପି-ବିଜେଡି ମଧ୍ୟରେ ସମଦୁରତା ନୁହେଁ ସମର୍ପଣର ରାଜନୀତି ଚାଲିଛି ବୋଲି କହିଛି ଆମ ଆଦମୀ ପାର୍ଟି।ଓଡିଶାରେ ବିପକ୍ଷ ନାହିଁ, ବିରୋଧୀ ନାହିଁ | ନବୀନ ବାବୁ ଏବଂ ବିଜେପି ଏକ ଆଲାଏନ୍ସରେ ଅଛନ୍ତି । ବିହାରରେ ନୀତିଶ କୁମାର ହାତରୁ ଯିବା ପରେ ଏବେ ବିଜେପିର ଆବଶ୍ୟକତା ରହିଛି ।


ବିଜେପି ଇଡି, ସିବିଆଇର ଭୟ, ଯେମିତି ଆପ ଉପରେ ପ୍ରୟୋଗ କରିଛନ୍ତି, ତେଣୁ ନବୀନ ବାବୁ ବିଜେପି ପାଖରେ ଶରଣ ପଶିଛନ୍ତି | ସମ ଦୂରତା ନୁହେଁ ସମର୍ପଣର ରାଜନୀତି ଚାଲିଛି ରାଜ୍ୟରେ। ସେପଟେ ସମୀକ୍ଷକଙ୍କ କହିବା କଥା ଅଠାବାଲେ ବିଜେଡି ବିଜେପିର ଯେଉଁ ସମ୍ପର୍କ କଥା କହୁଛନ୍ତି ତାହା ଠିକ। ଏହାର ପ୍ରଭାବ ବିଜେଡି ଓ ବିଜେପି ଉପରେ ପଡିପାରେ। କିନ୍ତୁ କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ଯେ ଫାଇଦା ନେବ ତାହା ଦେଖାଯାଉ ନାହିଁ ବୋଲି କହିଛନ୍ତି ସମୀକ୍ଷକ।


ମେଣ୍ଟ ବିକାଶ ପାଇଁ। ମେଣ୍ଟ ବିସର୍ଜନ ପାଇ ନୁହେଁ। କୌଣସି ବିଧିବଧ ମେଣ୍ଟ ନୁହେଁ। ଆଞ୍ଚଲିକ ଦଳ ଭାବେ ବିଜେଡି ସବୁବେଳେ ଦୂରତା ରଖି ଆସିଛି ବୋଲି କହିଛି ବିଜେଡି।