ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାନିଲ ୱିକ୍ରମସିଂଘେ, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି...
Ranil Wickremesinghe, Sri Lanka Economic Crisis: ସୂଚନାନୁସାରେ, ଶାସକ ଦଳ ଶ୍ରୀଲଙ୍କା ପୋଦୁଜାନା ପେରୁମୁନା (SLPP), ବିରୋଧୀ ଦଳ ସାମାଗି ଜନ ବାଲାଭେଗାୟା (SJB) ଏବଂ ଅନ୍ୟାନ୍ୟ ଦଳ ସଂସଦରେ ୱିକ୍ରମସିଂଘେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମର୍ଥନ ଦେଇଛନ୍ତି ।
ନୂଆଦିଲ୍ଲୀ: Ranil Wickremesinghe, Sri Lanka Economic Crisis: ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ରାନିଲ ୱିକ୍ରମସିଂଘେ (Uited National Party Leader Ranil Wickremesinghe) ଙ୍କୁ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ରାନିଲ ୱିକ୍ରମସିଂଘେଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (UNP) ରେ କେବଳ ଗୋଟିଏ ଆସନ ଅଛି, କିନ୍ତୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଶ୍ରୀଲଙ୍କାର ଚାରିଥର ପ୍ରଧାନମନ୍ତ୍ରୀ ରହିସାରିଥିବା ୱିକ୍ରମସିଂଘେ (Ranil Wickremesinghe) ଙ୍କୁ ଅକ୍ଟୋବର ୨୦୧୮ରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା (Maithripala Sirisena) ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ତେବେ ମାତ୍ର ଦୁଇମାସ ପରେ ସିରିସେନା ତାଙ୍କୁ ପିଏମ ପଦ ଫେରାଇ ଦେଇଥିଲେ । ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ୱିକ୍ରମସିଂଘେଙ୍କୁ ସମସ୍ତ ଦଳର ସମର୍ଥନ ମିଳିଛି । ତାଙ୍କ ସରକାର ୬ ମାସ ଚାଲିବ ।
ଏହା ବି ପଢ଼ନ୍ତୁ:-'ତାଜମହଲ କିଏ ନିର୍ମାଣ କରିଛନ୍ତି, ଯାଆନ୍ତୁ ପ୍ରଥମେ ପଢ଼ିବେ', ୨୨ କୋଠରୀ ଖୋଲିବା ଉପରେ ଆବେଦନକାରୀଙ୍କୁ ହୋଇକୋର୍ଟଙ୍କ ତାଗିଦ
ଏହା ବି ପଢ଼ନ୍ତୁ:-ବିଜେପି ସଂଖ୍ୟାଲଘୁ ତ କଂଗ୍ରେସ ଯୁବ ବର୍ଗଙ୍କୁ ଆକର୍ଷିତ କରିବାରେ ବ୍ୟସ୍ତ, ଜାଣନ୍ତୁ ୨୦୨୪ ପାଇଁ ନଡ୍ଡା ଓ ସୋନିଆଙ୍କ କ'ଣ ରହିଛି ପ୍ଲାନ
ଏହା ବି ପଢ଼ନ୍ତୁ:-7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା
ସୂଚନାନୁସାରେ, ଶାସକ ଦଳ ଶ୍ରୀଲଙ୍କା ପୋଦୁଜାନା ପେରୁମୁନା (SLPP), ବିରୋଧୀ ଦଳ ସାମାଗି ଜନ ବାଲାଭେଗାୟା (SJB) ଏବଂ ଅନ୍ୟାନ୍ୟ ଦଳ ସଂସଦରେ ୱିକ୍ରମସିଂଘେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମର୍ଥନ ଦେଇଛନ୍ତି ।
ୟୁଏନପି ଅଧ୍ୟକ୍ଷ ଭି ଆବେୱାର୍ଦେନା ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ୱିକ୍ରମସିଙ୍ଗେ ସଂଖ୍ୟାଗରିଷ୍ଠତା ହାସଲ କରିନେବେ । ଦେଶର ସର୍ବ ପୁରାତନ ଦଳ ୟୁଏନପି ୨୦୨୦ରେ ଗୋଟିଏ ଆସନ ଜିତି ପାରି ନଥିଲା ଓ ୟୁଏନପିର ମଜଭୁତ ଗଢ଼ କଲମ୍ବୋରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱିକ୍ରମସିଂଘେ ମଧ୍ୟ ହାରି ଥିଲେ ।
ଆପଣଙ୍କୁ କହି ରଖୁଛୁ ଯେ, ତାଙ୍କ ସହକର୍ମୀ ସଜିଥ ପ୍ରେମାଦାସା ତାଙ୍କଠାରୁ ଅଲଗା ହୋଇ ଏକ ପୃଥକ ଦଳ SJB ଗଠନ କରିଥିଲେ । ଯାହା ବର୍ତ୍ତମାନ ଶ୍ରୀଲଙ୍କର ମୁଖ୍ୟ ବିରୋଧୀ ଦଳ । ୱିକ୍ରମିସିଂଘେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନୀତି ସହ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ପାରୁଥିବା ନେତା ଭାବେ ବେଶ ଜଣାଶୁଣା । ତାଙ୍କୁ ଶ୍ରୀଲଙ୍କାର ଏପରି ରାଜନେତା ଭାବରେ ଦେଖାଯାଏ ଯିଏ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ସଂଗଠିତ କରିପାରନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବୁଧବାର ବିଳମ୍ବିତ ରାତିରେ ଦେଶକୁ ଦେଇଥିବା ଟେଲିଭିଜନ ବାର୍ତ୍ତାରେ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି କିନ୍ତୁ ଏହି ସପ୍ତାହରେ ଏକ ନୂତନ ପ୍ରଧାନମନ୍ତ୍ରୀ ଓ ଯୁବ କ୍ୟାବିନେଟ୍ ଗଠନ ପାଇଁ ପ୍ରତିଶୃତି ଦେଇଛନ୍ତି ।