ନୂଆଦିଲ୍ଲୀ: ଅଯୋଧ୍ୟା ଓ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ନେପାଳ ପ୍ରଧାନମନ୍ତ୍ରୀ କେ। ପି ଶର୍ମା ଓଲି। ସେପଟେ ତାଙ୍କୁ ଏହି ମନ୍ତବ୍ୟ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଓଲିଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି।  


COMMERCIAL BREAK
SCROLL TO CONTINUE READING

ଓଲି ସେ କହିଥିଲେ ଯେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ନେପାଳରେ। ନେପାଳରେ ଥିବା ଅଯୋଧ୍ୟାରେ ତାଙ୍କର ଜନ୍ମ ହୋଇଛି ଏବଂ ଭାରତରେ ନୁହେଁ। ପ୍ରଭୁ ଶ୍ରୀରାମ ଜଣେ ନେପାଳୀ, ଭାରତୀୟ ନୁହଁନ୍ତି। ଓଲିଙ୍କର ଏହି ବୟାନ ସୋସିଆଲ ମିଡ଼ିଆରେ ଆସିବା ପରେ ତାଙ୍କୁ ଜବରଦସ୍ତ ଟ୍ରୋଲ କରାଯାଉଛି। ସୋସିଆଲ ମିଡ଼ିଆ ୟୁଜରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। କେହି କେହି ହାସ୍ୟାତ୍ମକ ଇମୋଜି ଦେଇ ମଧ୍ୟ ଟ୍ରୋଲ କରିଥିଲେ। କେହି କେହି ଅଦ୍ଭୁତ ଅଦ୍ଭୁତ ମନ୍ତବ୍ୟ ଦେଇ ମଧ୍ୟ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।


ଅଭି ନାମକ ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି ଭାଇ... ନସେ କମ କର। ସେହିପରି ଆଉ ଜଣେ ଶ୍ରୀରାମଙ୍କ ଏକ ପ୍ରତିକାତ୍ମକ ଫଟୋ ଦେଇ ଲେଖିଛନ୍ତି କି, ହେ ମାନବ, ତୁ ଇତନା ତିରସ୍କାର ହୋନେ କେ ବାଦ କେସେ ଜି ରାହା ହେ। ମୋଦିଙ୍କ ଫଟୋ ଦେଇ ଆଉ ଜଣେ ଲେଖିଛନ୍ତି କି ନିକଲୋ ମିତ୍ରୋ, ପେହଲି ଫୁରସତ ମେ ନିକଲୋ ବୋଲି ଲେଖିଛନ୍ତି।  


ପ୍ରକୃତ ଅଯୋଧ୍ୟା ଭାରତରେ ନୁହେଁ, ନେପାଳରେ ଅଛି | ପ୍ରଭୁ ରାମ ନେପାଳୀ, ଭାରତୀୟ ନୁହଁନ୍ତି। ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଯାହା ନେପାଳ ଗଣମାଧ୍ୟମ ପ୍ରକାଶ ପାଇଥିଲା। ଲୋକମାନେ ତାଙ୍କୁ ପରିହାସ କରୁଥିବା ବେଳେ ଓଲିଙ୍କ ମନ୍ତବ୍ୟ ଅନେକ ଗୁଜବ ସୃଷ୍ଟି କରିଛି।


ଓଲି ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାଙ୍କ ରାମଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶରେ ନୁହେଁ ବରଂ ନେପାଳର ବାଲ୍ମିକି ଆଶ୍ରମ ନିକଟରେ ଅବସ୍ଥିତ। ଅଲି କହିଛନ୍ତି ଯେ, "ବର୍ତ୍ତମାନ ପର୍ଯ୍ୟନ୍ତ ଆମର ବିଶ୍ୱାସ ରହିଛି ଯେ ସୀତା ଜଣେ ଭାରତୀୟ। ସେ ଜଣେ ନେପାଳୀ ଥିଲେ। ଜୁଲାଇରେ, ନେପାଳ ଦେଶ ବିରୋଧରେ ପ୍ରଚାର ପ୍ରସାର ଅଭିଯୋଗରେ ଡିଡି ନ୍ୟୁଜ୍ ବ୍ୟତୀତ ସମସ୍ତ ଭାରତୀୟ ନ୍ୟୁଜ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ନେପାଳ କେବୁଲ ଅପରେଟରମାନେ ଭାରତୀୟ ନ୍ୟୁଜ ଚ୍ୟାନେଲକୁ ବ୍ୟାନ କରିଦେଇଛନ୍ତି।


ନେପାଳ ସରକାରଙ୍କ ମୁଖପାତ୍ର ଯୁବରାଜ ଖାତିୱାଡା କହିଛନ୍ତି: "ନେପାଳର ସାର୍ବଭୌମତ୍ୱ ତଥା ଆତ୍ମସମ୍ମାନକୁ ଉଲ୍ଲଂଘନ କରୁଥିବା ଖବର ପ୍ରସାରଣ ନକରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ଏଥିରେ ପଡୋଶୀ ଦେଶର ଗଣମାଧ୍ୟମ ମଧ୍ୟ ଅନ୍ତର୍ଭୁକ୍ତ। ଆମେ ଉଭୟ ରାଜନୈତିକ ଏବଂ ଆଇନଗତ ପ୍ରତିକାର ଖୋଜି ପାରିବା।"ଏହାପୂର୍ବରୁ ନେପାଳ ଏହାର ମାନଚିତ୍ରରେ ସଂଶୋଧନ କରିଛି ଯାହାକି କିଛି ଭାରତୀୟ ଅଞ୍ଚଳକୁ ଏହାର ଅଂଶ ଭାବରେ ଦର୍ଶାଉଛି।