ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଶୁକ୍ରବାର ଆକାଉଣ୍ଟ ସହିତ ଜଡିତ ଏକ ନୂତନ ଗାଇଡଲାଇନ ଜାରି କରିଛି । ନୂତନ ଗାଇଡଲାଇନ ଅନୁଯାୟୀ ବ୍ୟାଙ୍କଗୁଡିକ ସେହି ଗ୍ରାହକଙ୍କ କରେଣ୍ଟ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ଯେଉଁମାନେ ଅନ୍ୟ ବ୍ୟାଙ୍କରୁ ନଗଦ କ୍ରେଡିଟ୍ ଓ ଓଭରଡ୍ରାଫ୍ଟ ଭଳି କ୍ରେଡିଟ୍ ସୁବିଧା ନେଇରଖିଛନ୍ତି । ତେବେ କେବଳ ୫ କୋଟିରୁ କମ୍ ବ୍ୟାଙ୍କିଙ୍ଗ ଏକ୍ସପୋଜର ଥିବା ଋଣ ନେଇଥିବା ବ୍ୟକ୍ତିମାନେ ଏହି ସୁବିଧା ପାଇପାରିବେ । ଏକ ମାସ ମଧ୍ୟରେ ଏହି ପରିବର୍ତ୍ତନଗୁଡିକ କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ କହିଛି ।


COMMERCIAL BREAK
SCROLL TO CONTINUE READING

ଗ୍ରାହକଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ 


RBI ନିଜର ସର୍କୁଲାରରେ କହିଛି ଯେ ୫ କୋଟି ଟଙ୍କାରୁ କମ୍ ବ୍ୟାଙ୍କିଙ୍ଗ କ୍ଷେତ୍ରର ଏକ୍ସପୋଜର ଥିବା ଋଣ ନେଇଥିବା ବ୍ୟକ୍ତି କୌଣସି ପ୍ରତିବନ୍ଧକ ବିନା କରେଣ୍ଟ ଆକାଉଣ୍ଟ ଖୋଲିପାରିବେ । ନଗଦ କ୍ରେଡିଟ୍ ଆକାଉଣ୍ଟ୍ ଓ ଓଭରଡ୍ରାଫ୍ଟ ସୁବିଧା ଉପଲବ୍ଧ ହୋଇପାରିବ । ତଥାପି, ଏଥିପାଇଁ ଋଣଗ୍ରହୀତାମାନଙ୍କୁ ଏକ ଅଣ୍ଡରଟେକିଂ ଦେବାକୁ ପଡିବ । ଏହି ଚୁକ୍ତିନାମା ଅନୁଯାୟୀ, ଯଦି ସେମାନଙ୍କ ପାଖରେ ୫ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ କ୍ରେଡିଟ୍ ସୁବିଧା ଅଛି ତେବେ  ବ୍ୟାଙ୍କକୁ ଜଣାଇବାକୁ ପଡିବ ।


ଅଧିକ ପଢ଼ନ୍ତୁ:-ସାବଧାନ! KYC କୁ ନେଇ ଆଲର୍ଟ ଜାରି କଲା RBI, ଭୁଲରେ ବି କରନ୍ତୁ ନାହିଁ ଏହି କାମ


୫ କୋଟିରୁ ଅଧିକ ଟଙ୍କା ଏକ୍ସପୋଜର ପାଇଁ ଏହି ନିୟମ 


୫ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କିଙ୍ଗ କ୍ଷେତ୍ରର ଏକ୍ସପୋଜର ଥିବା ଋଣଗ୍ରହୀତାମାନେ କେବଳ ଗୋଟିଏ କରେଣ୍ଟ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ । ଏହା ଋଣଗ୍ରହୀତାଙ୍କ ପସନ୍ଦର ଯେକୌଣସି ବ୍ୟାଙ୍କ ହୋଇପାରେ ଯେଉଁଠାରେ ତା' ପାଖରେ ପୂର୍ବରୁ ନଗଦ କ୍ରେଡିଟ୍ ଓ ଓଭରଡ୍ରାଫ୍ଟ ସୁବିଧା ଅଛି । ସେହି ବ୍ୟାଙ୍କରେ ଋଣଗ୍ରହୀତାଙ୍କର ଅତି କମରେ ୧୦ ପ୍ରତିଶତ ଏକ୍ସପୋଜର ରହିବା ଆବଶ୍ୟକ ।


ମତାମତ ପରେ RBI ଜାରି କରିଛି ଗାଇଡଲାଇନ୍


ଭାରତୀୟ ବ୍ୟାଙ୍କ ଆସୋସିଏସନ ଓ ଅନ୍ୟାନ୍ୟ ହିତାଧିକାରୀଙ୍କଠାରୁ ମତାମତ ନେବା ପରେ RBI ଏହି ଗାଇଡଲାଇନ ଜାରି କରିଛି । ଅଗଷ୍ଟ ୨୦୨୦ରେ ଆରବିଆଇ ଗାଇଡଲାଇନ୍ ଜାରି କରିଥିଲା ​ଓ ବ୍ୟାଙ୍କଗୁଡିକ ଉପରେ କରେଣ୍ଟ ଆକାଉଣ୍ଟ ସହ ଜଡିତ ପ୍ରତିବନ୍ଧକ ଲଗାଇଥିଲା । ଏହି ପ୍ରତିବନ୍ଧକଗୁଡିକ କ୍ରେଡିଟ ଡିସିପ୍ଲିନ ଲାଗୁ କରିବା ଓ ପାଣ୍ଠିର ବିନିଯୋଗକୁ ରୋକିବା ପାଇ ଥିଲା । ଅନ୍ୟ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ କରେଣ୍ଟ ଆକାଉଣ୍ଟ ଖୋଲିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ରୋକ ଲଗାଇଥିଲା ।


ଏହା ବି ପଢ଼ନ୍ତୁ:-ଆପଣଙ୍କ ଶରୀରରେ ରକ୍ତହୀନତା ଦେଖାଦେଉଛି କି? ତେବେ ଖାଆନ୍ତୁ ଏହି ୬ଟି ସୁରପଫୁଡ୍