ମୁମ୍ୱାଇ: ଗତ ଶୁକ୍ରବାର ଉଭୟ Paytm ଗ୍ରାହକ ଏବଂ କମ୍ପାନୀକୁ ଏକ ଶକ୍ତ ଝଟକା ଲାଗିଛି। ଯଦି ଆପଣ ନୂଆ ପେଟିଏମ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଖୋଲିପାରିବେନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ Paytmକୁ ନୂଆ ଆକାଉଣ୍ଟ ଖୋଲିବାରେ ରୋକ ଲଗାଇଛି। ଏହାସହ ତୁରନ୍ତ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ବନ୍ଦ କରିବାକୁ ମଧ୍ୟ କହିଛି ।


COMMERCIAL BREAK
SCROLL TO CONTINUE READING

Paytm ପେମେଣ୍ଟସ୍ ବ୍ୟାଙ୍କ ସାମୟିକ ଭାବେ ବନ୍ଦ ହୋଇଛି। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ 1949ର ଧାରା 35A ଅନୁସାରେ ରିଜର୍ଭ ବ୍ୟାଙ୍କ Paytm ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଆଇଟି ଅଡିଟ୍ ରିପୋର୍ଟ ସମୀକ୍ଷା ପରେ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟକାରୀ ହେବା କଥା। କିନ୍ତୁ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଅଧୀନରେ ଥିବା ଏହି ନିୟମକୁ Paytm ପେମେଣ୍ଟସ୍ ବ୍ୟାଙ୍କ ମାନି ନଥିବା ଅଭିଯୋଗ ହୋଇଛି। ଫଳରେ ନୂଆ ଆକାଉଣ୍ଟ ଖୋଲିବା ଉପରେ ରୋକ ଲଗାଯିବା ସହ ଆଇଟି ସିଷ୍ଟମର ବିସ୍ତୃତ ଅଡିଟ୍ କରିବା ପାଇଁ ବ୍ୟାଙ୍କକୁ ଏକ ଅଡିଟ୍ ଫାର୍ମ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 


Also Read: ସାବଧାନ! ଭୁଲରେ ବି ଏପରି ଭାବେ ପିଅନ୍ତୁ ନାହିଁ ପାଣି, ନଚେତ ହୋଇପାରେ ଭୟଙ୍କର କ୍ଷତି


ଅଡିଟ୍ ରିପୋର୍ଟ ସମୀକ୍ଷା କରିବା ପରେ ଆରବିଆଇ ଦ୍ୱାରା ପରବର୍ତ୍ତୀ ସମୟରେ Paytmକୁ କାରବାର ଆରମ୍ଭ କରିବାକୁ ଅନୁମତି ଦିଆଯିବ। RBI ନିଜର ପ୍ରେସ ରିଲିଜରେ ଉଲ୍ଲେଖ କରିଛି ଯେ, ବ୍ୟାଙ୍କର କାର୍ଯ୍ୟରେ କିଛି ସନ୍ଦେହଜନକ ତଥ୍ୟ ଦେଖିବାକୁ ମିଳିଥିଲା। ଯାହା ସମୀକ୍ଷା ଯୋଗ୍ୟ ବୋଲି RBI କହିଛି। ସେପଟେ ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ ଦେଇଥିବ ନିର୍ଦ୍ଦେଶକୁ ପାଳନ କରାଯିବ। Paytm Payments Bank ସାମୟିକ ବନ୍ଦ ହେଲେ ସାଧାରଣ ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ। ପୂର୍ବପରି UPI କାରବାର ଜାରି ରହିବ ବୋଲି କମ୍ପାନୀ କହିଛି।


Paytm ପୂର୍ବରୁ ଏକ ୱାଲେଟ ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦୧୬ ମସିହାରେ ପେମେଣ୍ଟସ୍ ବ୍ୟାଙ୍କ ଭାବରେ କାମ ଆରମ୍ଭ କରିଥିଲା। ଏହା ୨୦୧୭ ମସିହାରେ ଉତ୍ତର ପ୍ରଦେଶର ନୋଏଡାର ଏକ ଶାଖାରୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା। ପେଟିଏମ୍ ଓ ରିଜର୍ଭ ବ୍ୟାଙ୍କ ମୁହାଁମୁହିଁ ହେବାର ଏହା ପ୍ରଥମ ଘଟଣା ନୁହଁ। ଜୁନ ୨୦୧୮ରେ କେନ୍ଦ୍ରୀୟ ସଂସ୍ଥା ଠିକ୍ ଏହି ଭଳି ବ୍ୟାନ୍ PPBL ଉପରେ ଲଗାଇଥିଲା। ଯାହାକୁ ସେହିବର୍ଷ ଡିସେମ୍ବର ୩୧ରେ ପ୍ରତ୍ୟାହୃତ କରାଯାଇଥିଲା। ଏକ ରିପୋର୍ଟ ଅନୁସାରେ Paytmର ପ୍ରାୟ ସାଢ ଛଅ କୋଟି ଗ୍ରାହକ ଅଛନ୍ତି।


Also Read: EPFO ର ଇତିହାସ: କେବେ ସୁଧହାର ବଢିଛି ତ କେବେ କମିଛି


ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀରେ Paytm ପ୍ରତିଷ୍ଠାତା ତଥା କମ୍ପାନୀର ସିଇଓ ବିଜୟ ଶେଖର ଶର୍ମାଙ୍କୁ ଗିରଫ କରାଯାଇଥିଲା। ଦକ୍ଷିଣ ଦିଲ୍ଲୀ ପୋଲିସର ଡିସିପି Benita Mary Jaikerଙ୍କ ଗାଡିକୁ ତାଙ୍କ Jaguar Land Roverରେ ପିଟିଥିବା ଅଭିଯୋଗରେ ବିଜୟ ଶେଖର ଶର୍ମା ବନ୍ଧା ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନରେ ଛଡା ଯାଇଥିଲା। ଡିସିପିଙ୍କ ଗାଡି ଚଳାଉଥିବା ଡ୍ରାଇଭର ତଥା କନେଷ୍ଟବଳ ଦୀପକ କୁମାରଙ୍କ ଅଭିଯୋଗ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।