ଏହି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା RBI; ବର୍ତ୍ତମାନ ଗ୍ରାହକମାନେ ଉଠାଇ ପାରିବେ ମାତ୍ର ୫୦୦୦ ଟଙ୍କା, ମିଳିବନି ଋଣ ଓ ଆଡଭାନ୍ସ
ଯାବତମାଲର ଏହି ସମବାୟ ବ୍ୟାଙ୍କ ଆଉ କୌଣସି ଦେୟ ଦେଇପାରିବ ନାହିଁ କିମ୍ବା ରିଜର୍ଭ ବ୍ୟାଙ୍କର ଅନୁମୋଦନ ବିନା କୌଣସି ଋଣ କିମ୍ବା ଅଗ୍ରୀମ ଦେଇପାରିବ ନାହିଁ ।
ନୂଆଦିଲ୍ଲୀ: RBI: ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ସୋମବାର ମହାରାଷ୍ଟ୍ର ସ୍ଥିତ ବାବାଜୀ ଦାତେ ମହିଲା ସହରୀ ବ୍ୟାଙ୍କ (Babaji Date Mahila Urban Bank), ଯାବତମାଲ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଗ୍ରାହକଙ୍କ ପାଇଁ ୫୦୦୦ ଟଙ୍କା ଉଠାଇବା ସୀମା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । ସମବାୟ ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ହେବା ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ।
ନଭେମ୍ବର ୮ରେ ଲଗାଯାଇଛି ଏହି ପ୍ରତିବନ୍ଧକ
ରିଜର୍ଭ ବ୍ୟାଙ୍କ (RBI) ଏକ ବୟାନରେ କହିଛି ଯେ, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, 1949 ଅଧୀନରେ ଥିବା ପ୍ରତିବନ୍ଧକଗୁଡିକ ନଭେମ୍ବର ୮, ୨୦୨୧ରେ ବ୍ୟବସାୟ ବନ୍ଦ ହେବାଠାରୁ ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ଏହାର ସମୀକ୍ଷା ହେବ ।
ମିଳିବନି ଋଣ ଓ ଆଡଭାନ୍ସ
ଯାବତମାଲର ଏହି ସମବାୟ ବ୍ୟାଙ୍କ ଆଉ କୌଣସି ଦେୟ ଦେଇପାରିବ ନାହିଁ କିମ୍ବା ରିଜର୍ଭ ବ୍ୟାଙ୍କର ଅନୁମୋଦନ ବିନା କୌଣସି ଋଣ କିମ୍ବା ଅଗ୍ରୀମ ଦେଇପାରିବ ନାହିଁ ।
ସମ୍ପତ୍ତି ବିକ୍ରୟ କରିବାର ମଧ୍ୟ ରହିବନି ଅଧିକାର
ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ (RBI) ର ଅନୁମୋଦନ ବିନା ବ୍ୟାଙ୍କ କୌଣସି ଦେୟ ପ୍ରଦାନ କରିପାରିବ ନାହିଁ, କୌଣସି ବ୍ୟବସ୍ଥାରେ ଜଡିତ ହେବ ନାହିଁ କିମ୍ବା ନିଜର ସମ୍ପତ୍ତି ବିକ୍ରୟ କିମ୍ବା ସ୍ଥାନାନ୍ତର କରିବାରେ ସକ୍ଷମ ହେବ ନାହିଁ ।
ଚାଲୁ ଆକାଉଣ୍ଟଧାରୀମାନେ କେବଳ ଉଠାଇ ପାରିବେ ୫୦୦୦ ଟଙ୍କା
ବ୍ୟାଙ୍କର ବର୍ତ୍ତମାନର ନଗଦ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସଞ୍ଚୟ ବ୍ୟାଙ୍କ କିମ୍ବା ଚାଲୁ ଆକାଉଣ୍ଟ କିମ୍ବା ଅନ୍ୟ ଆକାଉଣ୍ଟଧାରୀମାନେ ସେମାନଙ୍କ ଆକାଉଣ୍ଟରୁ ୫୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ବୟାନରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ:-ଯଦି ପାନ୍ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍
ଏହା ବି ପଢ଼ନ୍ତୁ:-ଆଧାର କାର୍ଡ ହଜି ଯାଇଛି ତ ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୩୨ ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍