ଭଲ ଖବର: ଆହୁରି ଶସ୍ତା ହେବ ରିଫାଇନ୍ଡ ଓ ସୋରିଷ ତେଲ, ମୋଦି ସରକାର ନେଲେ ଏହି ପଦକ୍ଷେପ
ଖାଇବା ତେଲ (Edible Oil) କୁ ଶସ୍ତା କରିବା ପାଇଁ କେନ୍ଦ୍ର ସରକାର (Central Government) ସବୁଜ ସଙ୍କେତ ଦେଇଛନ୍ତି । ଶୁକ୍ରବାର ଅଶୋଧିତ ପାମୋଲିନ ତେଲର ଆମଦାନୀ ଶୁଳ୍କ (Import Duty) ରେ ସରକାର ୧୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ: କେବଳ ସୋରିଷ (Mustard Oil) ଓ ରିଫାଇନ୍ଡ ତେଲ (Refined Oil)) ନୁହେଁ, ବରଂ ପେଟ୍ରୋଲ ଓ ଡିଜେଲ (Petrol Diesel Price) ମଧ୍ୟ ସାଧାରଣ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି । ଯଦିଓ ଗତ ଏକ ବର୍ଷ ଧରି ସୋରିଷ ଓ ରିଫାଇନ୍ଡ ତେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, କିନ୍ତୁ ଗତ ୬ ମାସ ଧରି ଏଥିରେ ଯେମିତି ନିଆଁ ଲାଗିଯାଇଛି । ଭଲ ବ୍ରାଣ୍ଡ ସୋରିଷ ଓ ରିଫାଇନ୍ଡ ତେଲର ମୂଲ୍ୟ ଲିଟର ପିଛା ୨୦୦ ଟଙ୍କା ଛୁଇଁଛି । ଏପରିକି ସାମାନ୍ୟ ବ୍ରାଣ୍ଡଗୁଡିକ ୧୭୦ରୁ ୧୮୦ ଟଙ୍କା ଠାରୁ କମ୍ ନୁହେଁ । ତେଲକୁ ଶସ୍ତା କରିବା ପାଇଁ ଶୁକ୍ରବାର କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ଅଶୋଧିତ ପାମୋଲିନ ତେଲର ଆମଦାନୀ ଶୁଳ୍କରେ କେନ୍ଦ୍ର ସରକାର (Central Government) ୧୦ ପ୍ରତିଶତ ଆମଦାନୀ ଶୁଳ୍କ (Import Duty) ହ୍ରାସ କରିବାକୁ ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ
ଯାହା ପରେ ଅଲ ଇଣ୍ଡିଆ ଖାଇବା ତେଲ ବ୍ୟବସାୟୀ ଫେଡେରେଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠାକୁର କହିଛନ୍ତି ଯେ, କେନ୍ଦ୍ର ସରକାର ଅଶୋଧିତ ପାମୋଲିନ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରିଛି । ଆମେ ଏହାକୁ ସ୍ୱାଗତ କରୁଛୁ, କିନ୍ତୁ ହ୍ରାସ ପାଇଁ ସମୟ ସୀମା ସ୍ଥିର କରିବା ଜନସାଧାରଣଙ୍କ ସ୍ୱାର୍ଥରେ ନୁହେଁ । ଏଥର ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ଆମଦାନୀ ଶୁଳ୍କ ହ୍ରାସ କରିବାର ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଆମଦାନୀକାରୀମାନେ ସରକାରଙ୍କ ଏହି ନିୟମର ଲାଭ ଉଠାଇ ପାରିବେ । ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମଦାନୀ ଶୁଳ୍କରେ ଛାଡ ଦେବା ପାଇଁ ସରକାର କୌଣସି ସମୟ ସ୍ଥିର କରିବା ଉଚିତ ନୁହେଁ ।
ଅଧିକ ପଢ଼ନ୍ତୁ:-ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର
ଅଲ ଇଣ୍ଡିଆ ଖାଇବା ତେଲ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତରୁଣ ଜେନା କହିଛନ୍ତି ଯେ, ତୈଳବୀଜ ଏବଂ ତେଲ ଉପରେ ଜିଏସଟି (GST) ତୁରନ୍ତ ହଟାଯିବା ଆବଶ୍ୟକ । ଯେଉଁଥିପାଇଁ ଖାଇବା ତେଲର ମୂଲ୍ୟ ହ୍ରାସ ହେବ ଏବଂ ଏହାର ପ୍ରତ୍ୟକ୍ଷ ଓ ଶୀଘ୍ର ପ୍ରଭାବ ଦୃଶ୍ୟମାନ ହେବ । ଆମଦାନୀ ଶୁଳ୍କରେ ହ୍ରାସ ଏକ ଭଲ କଥା, କିନ୍ତୁ ବେଳେବେଳେ ରପ୍ତାନି ଦେଶ ଦ୍ୱାରା ଭାରତର ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ରପ୍ତାନୀ ଶୁଳ୍କ ବୃଦ୍ଧି କରାଯାଇଥାଏ । ଏଥିପାଇଁ ଘରୋଇ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସେ ନାହିଁ ଏବଂ ଦେଶକୁ ରାଜସ୍ୱ କ୍ଷତି ସହିବାକୁ ପଡିବ । ତେଣୁ ଏହାକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍ ।