ନୂଆଦିଲ୍ଲୀ: ଗୁଗୁଲ (Google) ସହିତ ମିଶି ରିଲାଏନ୍ସ ଜିଓ (Reliance Jio) ଭାରତର ସବୁଠାରୁ ଶସ୍ତା 4G ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Mukesh Ambani) ୪୪ ତମ ଏଜିଏମ୍ ବୈଠକ ସମୟରେ ଏହି ଫୋନକୁ ଗଣେଶ ଚତୁର୍ଥୀ ଅର୍ଥାତ୍ ୧୦ ସେପ୍ଟେମ୍ବରରେ ମାର୍କେଟରେ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

Android ରେ ଚାଲିବ ସ୍ମାର୍ଟଫୋନ୍
କୁହାଯାଉଛି ଯେ JioPhone Next ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଚାଲିବ । ଏହି ସ୍ମାର୍ଟଫୋନରେ ସର୍ବୋତ୍ତମ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପଡେଟ୍ ମଧ୍ୟ ମିଳିବ । ଅର୍ଥାତ ଉପଭୋକ୍ତାମାନେ ଗୁଗୁଲ୍ ପ୍ଲେରୁ (Google Play) ଆପ୍ ଡାଉନଲୋଡ୍ କରିବାକୁ ମଧ୍ୟ ସକ୍ଷମ ହେବେ । ତେବେ କମ୍ପାନୀ Jio Phone Next ମୂଲ୍ୟ ବିଷୟରେ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହାର ମୂଲ୍ୟ ବହୁତ କମ୍ ରଖାଯିବ ଓ ଏହି ସ୍ମାର୍ଟଫୋନ୍ ଏକ ଗେମ୍ ଚେଞ୍ଜର ବୋଲି ପ୍ରମାଣିତ ହେବ ।


ଅଧିକ ପଢ଼ନ୍ତୁ: Facebook ର 'haha' ଇମୋଜି ହେଉଛି ହାରାମ! ମୌଲାନା ଜାରି କଲେ ଫତୱା, ଦେଲେ ଏହି ତର୍କ


ଦ୍ରୁତ ଇଣ୍ଟରନେଟ୍ ଉପଭୋଗ କରିବାକୁ ସମର୍ଥ ହେବେ ଲୋକେ
ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ (Sundar Pichai) ନୂତନ ସ୍ମାର୍ଟଫୋନ୍ ବିଷୟରେ କହିଛନ୍ତି ଯେ ଗୁଗୁଲ୍ ଓ ଜିଓ ମିଳିତ ଭାବେ ଭାରତ ପାଇଁ ସୁଲଭ ଜିଓ ସ୍ମାର୍ଟଫୋନ୍ ତିଆରି କରିଛନ୍ତି । ଏହା ସେହି ଲକ୍ଷ ଲକ୍ଷ ନୂତନ ଉପଭୋକ୍ତାମାନଙ୍କ ପାଇଁ ନୂତନ ସମ୍ଭାବନା ଦେବ ଯେଉଁମାନେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍ ଅନୁଭବ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂତନ ୫ଜି ସହଭାଗୀତା ଏକ ବିଲିୟନରୁ ଅଧିକ ଭାରତୀୟଙ୍କୁ ଦ୍ରୁତ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ ।