Delhi HC Orders : ଅଞ୍ଜଳି ବିର୍ଲାଙ୍କ ବିରୋଧରେ ହୋଇଥିବା ପୋଷ୍ଟ ତୁରନ୍ତ ହଟାଯାଉ : ଗୁଗଲ ଓ ଏକ୍ସକୁ ହାଇକୋର୍ଟଙ୍କ ବଡ଼ ଆଦେଶ
![Delhi HC Orders : ଅଞ୍ଜଳି ବିର୍ଲାଙ୍କ ବିରୋଧରେ ହୋଇଥିବା ପୋଷ୍ଟ ତୁରନ୍ତ ହଟାଯାଉ : ଗୁଗଲ ଓ ଏକ୍ସକୁ ହାଇକୋର୍ଟଙ୍କ ବଡ଼ ଆଦେଶ Delhi HC Orders : ଅଞ୍ଜଳି ବିର୍ଲାଙ୍କ ବିରୋଧରେ ହୋଇଥିବା ପୋଷ୍ଟ ତୁରନ୍ତ ହଟାଯାଉ : ଗୁଗଲ ଓ ଏକ୍ସକୁ ହାଇକୋର୍ଟଙ୍କ ବଡ଼ ଆଦେଶ](https://hindi.cdn.zeenews.com/hindi/sites/default/files/styles/zm_500x286/public/2024/07/24/3076481-whatsapp-image-2024-07-24-at-8.02.45-am.jpeg?itok=-_irh8q1)
Delhi HC Orders Removal Of Defamatory Posts Against Om Birla`s Daughter : ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ‘ଏକ୍ସ’ ଏବଂ ଗୁଗୁଲ୍କୁ ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କହିଛନ୍ତି।
Delhi HC Orders Removal Of Social Media Posts Against Om Birla's Daughter: ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ‘ଏକ୍ସ’ ଏବଂ ଗୁଗୁଲ୍କୁ ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କହିଛନ୍ତି। ଏହାଛଡ଼ା କୋର୍ଟ ବିବାଦୀୟ ସାମଗ୍ରୀର ପ୍ରକାଶନ, ପୋଷ୍ଟିଂ, ପ୍ରଚାର ଏବଂ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ସାମାଜିକ ଗଣମାଧ୍ୟମରେ ଅଭିଯୋଗ ହୋଇଥିଲାଯେ,ଅଞ୍ଜଳି ବିର୍ଲା ନିଜ ବାପାଙ୍କ ପଦର ଦୁରୁପଯୋଗ କରି ବେଆଇନ ଭାବେ ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା।ତେବେ ପେସାରେ ମଡେଲ ଥିବା ଅଞ୍ଜଳି କିପରି ଭାବରେ ପ୍ରଥମ ପ୍ରଚେଷ୍ଟାରେ ଉତ୍ତୀର୍ଣ୍ଣ ହେଲେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ଅନେକ ପୋଷ୍ଟ ମଧ୍ୟ କରାଯାଇଛି, ଯାହାକୁ ହଟାଇବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ଅଞ୍ଜଳି ଆଇଆର୍ପିଏସ୍ ଅଧିକାରୀ ଭାରତିୟ ରେଲୱେ କାର୍ମିକ ସେବାରେ କାର୍ଯ୍ୟରତ। ସେ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଖବର ପ୍ରଚାର ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଇଥିଲେ।ସେ ଯାଚିକା ଦାୟର କରି ତତ୍କାଳ ଶୁଣାଣୀ କରିବା ପାଇଁ ଦାବି କରିଥିଲେ। ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ପୀଠ ମାମଲା ସୁଚିବଦ୍ଧ କରିବା ସହ ଏହା ଉପରେ ଶୁଣାଣି କରିଛନ୍ତି। ଓ ଦିଲ୍ଲୀ ହାଇକୋର୍ଟ ଉକ୍ତ ସୋସିଆଲ ମିଡ଼ିଆ ପୋଷ୍ଟ ଡିଲିଟ କରିବାକୁ ଏକ୍ସ’ ଏବଂ ଗୁଗୁଲ୍କୁ ନିର୍ଦେଶ ଦେଇଛନ୍ତି।
ବରିଷ୍ଠ ଆଡଭୋକେଟ୍ ରାଜୀବ ନାୟର ଅଞ୍ଜଳି ବିର୍ଲାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢିଛନ୍ତି। ଆଡଭୋକେଟ୍ ଆଦିତ୍ୟ ଭାରତ ମାନୁବରଓ୍ବାଲା ଏବଂ ଆଡଭୋକେଟ୍ ସାନ୍ୟମ କ୍ଷେତ୍ରପାଲ ଅଞ୍ଜଳିଙ୍କ ପକ୍ଷରୁ ଆବେଦନ କରିଥିଲେ। ସେମାନେ କହିଛନ୍ତି, ଏହି ମାମଲା ବିର୍ଲାଙ୍କ ଚରିତ୍ରକୁ କ୍ଷୁଣ୍ଣ କରୁଛି ଏବଂ ଏହା ତାଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି। ମହକିଲଙ୍କ ବିରୁଦ୍ଧରେ ଅରୁଚିକର ଟିପ୍ପଣୀ କରାଯାଉଛି, ଯାହା ତାଙ୍କର ଭାବମୂର୍ତ୍ତିକୁ ମଳିନ କରୁଛି। ତେଣୁ ସୋସିଆଲ ମିଡିଆ ପୋଷ୍ଟ ହଟାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ।ତେବେ ଏହି ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୫ରେ ହେବ ବୋଲି କୋର୍ଟ କହିଛନ୍ତି।