ଲୋକସଭା ଏବଂ ବିଧାନସଭା ଆସନରୁ ହଟାଯାଉ ସଂରକ୍ଷଣ: ପ୍ରକାଶ ଆମ୍ବେଦକର
ଲୋକସଭା ଏବଂ ବିଧାନସଭା ଆସନରୁ ସଂରକ୍ଷଣ ହଟାଇବାକୁ ଦାବି କରିଛନ୍ତି ପ୍ରକାଶ ଆମ୍ବେଦକର ।
ଭୋପାଳ: ଲୋକସଭା ତଥା ବିଧାନସଭା ଆସନରେ ଅନୁସୂଚିତ ଜାତି-ଏସି(SC-Schdule Caste) ଏବଂ ଅନୁସୂଚିତ ଜନଜାତି-ଏସଟି(ST-Schdule Tribe) ବର୍ଗର ଲୋକଙ୍କ ପାଇଁ ପ୍ରଚଳିତ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ହଟାଇବାକୁ ଦାବି କରିଛନ୍ତି ବଞ୍ଚିତ ବହୁଜନ ଅଘାଡି-ଭିବିଏ(Vanchit Bahujan Aghadi-VBA) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର।
ଏନେଇ ମତ ରଖି ସେ କହିଛନ୍ତି, ଭୋଟ୍ ବ୍ୟାଙ୍କ ରାଜନୀତି ଏବଂ କ୍ଷମତା ହରାଇବାର ଭୟ କାରଣରୁ କୌଣସି ରାଜନୈତିକ ଦଳ ଏହି 'ରାଜନୈତିକ ସଂରକ୍ଷଣ' ବ୍ୟବସ୍ଥା ହଟାଇବାକୁ ସାହସ କରୁନାହାଁନ୍ତି ।
ଭିବିଏ ଅଧ୍ୟକ୍ଷଙ୍କୁ ସଂରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ପଚରାଗଲା ଏପରି ବ୍ୟବସ୍ଥା ପ୍ରଥମେ ମାତ୍ର ୧୦ ବର୍ଷ ରହିଥିଲା, ଏହା ଉପରେ ମତ ପ୍ରକାଶ ଆମ୍ବେଦକର କହିଛନ୍ତି ଏହା ସମ୍ବିଧାନର ଭୁଲ ବୁଝାମଣା । ୧୦ ବର୍ଷର ସଂରକ୍ଷଣ ପାଇଁ ଦିଆଯାଇଥିବା ବ୍ୟବସ୍ଥା ହେଉଛି ରାଜନୈତିକ ସଂରକ୍ଷଣ। ଯାହା ଲୋକସଭା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂରକ୍ଷିତ ରହିଥିଲା । ପରେ ବାବାସାହେବ ଡ.ଭୀମରାଓ ଆମ୍ବେଦକର ୧୯୫୪ ମସିହାରେ କହିଥିଲେ ଏହା ଆଉ ଆବଶ୍ୟକ ନାହିଁ । ଏହି ବ୍ୟବସ୍ଥାକୁ ରଦ୍ଦ କରାଯିବା ଉଚିତ । ସେ କହିଛନ୍ତି ଲୋକେ ମତ ଦେଉଛନ୍ତି ଭୋଟ୍ ଦେବା ସେମାନଙ୍କର ଅଧିକାର ଏବଂ ସେମାନେ ମଧ୍ୟ ସେମାନଙ୍କର ଭୋଟ୍ ବ୍ୟବହାର କରିବେ ।
ଆମ୍ବେଦକର କହିଛନ୍ତି, 'ଲକ୍ଷ୍ୟ ହାସଲ ହୋଇଛି। ଆମେ ସମାନ କଥା କହୁଛୁ। ସେ କହିଛନ୍ତି, ଅନେକ ଆମ୍ବେଦକରବାଦୀ କହୁଛନ୍ତି ଏହି ରାଜନୈତିକ ସଂରକ୍ଷଣ ସମାପ୍ତ ହେବା ଦରକାର । କୌଣସି ରାଜନୈତିକ ଦଳ ସେ ବିଜେପି କିମ୍ବା କଂଗ୍ରେସ ହେଉ, କେହି ଏହି ବ୍ୟବସ୍ଥାକୁ ଶେଷ କରିବାକୁ ସାହସ କରୁନାହାଁନ୍ତି ।
ଏହା ସହିତ ପ୍ରକାଶ ଆମ୍ବେଦକର କହିଛନ୍ତି, “ମୁଁ ସଂରକ୍ଷଣର ଲାଭ ଉଠାଇ ନାହିଁ। ମୁଁ ସାଧାରଣ ଆସନରୁ ନିର୍ବାଚନରେ ଜିତିଥିଲି । ”ତଥାପି ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ଆବଶ୍ୟକତା ବାବଦରେ ମତ ରଖି କହିଛନ୍ତି ସମ୍ବିଧାନର ଧାରା ୧୬ ଅନୁଯାୟୀ ଏହା ଏକ ମୌଳିକ ଅଧିକାର । ଯେପର୍ଯ୍ୟନ୍ତ ଏହି ମୌଳିକ ଅଧିକାର ରହିଥିବ, ସଂରକ୍ଷଣ ଜାରି ରହିବ । ଆମ୍ବେଦକର କହିଛନ୍ତି ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ଲାଗି ଏକ ବ୍ୟବସ୍ଥା ରହିବା ଦରକାର, ଯାହା ଦ୍ୱାରା ଅଧିକ ଲୋକ ଏଥିରୁ ଉପକୃତ ହୋଇପାରିବେ।
ସେ କହିଛନ୍ତି, 'ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ସ୍ୱୟଂଚାଳିତ ଭାବରେ ଗରିବ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ। (ଯଦି ଆମେ ଦଳ କ୍ଷମତାକୁ ଆସେ) । ଆମେ ସଂରକ୍ଷଣ ଯୋଗାଇବା ପାଇଁ ଏକ ବ୍ୟବସ୍ଥା କରିବୁ, ଯାହାଫଳରେ ଯେଉଁମାନେ ଏପର୍ଯ୍ୟନ୍ତ ଏହି ସଂରକ୍ଷଣରୁ ଉପକୃତ ହୋଇନାହାଁନ୍ତି, ପ୍ରଥମେ ସଂରକ୍ଷଣର ଲାଭ ପାଇବେ ଏବଂ ଯେଉଁମାନେ ପ୍ରଥମେ ଏହାର ଫାଇଦା ଉଠାଇଛନ୍ତି, ପରେ ସେମାନେ ଏହାର ଲାଭ ପାଇବେ ।
ମଧ୍ୟପ୍ରଦେଶରେ ଖାଲି ପଡିଥିବା ସମସ୍ତ ୨୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବଞ୍ଚିତ ବହୁଜନ ଅଘାଡି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦଳୀୟ ସୁପ୍ରିମୋ ପ୍ରକାଶ ଆମ୍ବେଦକର। ହେଲେ ଏହି ନିର୍ବାଚନକୁ ନେଇ କୌଣସି
ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।