Accident News: ଛତିଶଗଡ଼ରେ (Chhattisgarh) ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । କାରକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ରାୟପୁର ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ବେମେତାରା ଜିଲ୍ଲା କଥିଆ ଗାଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଯାତ୍ରୀଙ୍କୁ ଧରି ଏକ କାର୍‌ ଛିଡ଼ା ହୋଇଥିବା ବେଳେ ପଛରୁ ଆସୁଥିବା ଏକ ପିକ୍‌ଅପ୍‌ଟି ହଠାତ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଯାଇଥିଲା। ସେଠାରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁର ରେଫର କରି ଦିଆଯାଇଛି। ସମସ୍ତେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି।


ଏହା ବି ପଢନ୍ତୁ- Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ଏହା ବି ପଢନ୍ତୁ- Petrol Diesel Price: ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଚେକ୍ କରନ୍ତୁ ଆଜିର ରେଟ୍ ?


ଅନ୍ୟପଟେ, ରବିବାର ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଥିବା ଏକ ବଡ଼ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଟି ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୨୮ ଜଣ ଯାତ୍ରୀଙ୍କ ମଧ୍ଯରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଯାତ୍ରୀ ମାନେ ଗୁରୁତର ଆହତ ହୋଇଛନ୍ତି ।