Road Accident: ଗୁଜୁରାଟ (Gujarat  )ଅହମ୍ମଦାବାଦର ଇସକନ୍ (Ahmedabad ISKCON bridge) ବ୍ରିଜରେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Accident) । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ପୋଲିସ କନଷ୍ଟେବଳ ଓ ହୋମଗାର୍ଡ ମଧ୍ୟ ରହିଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,ଏକ ଟ୍ରକଟି ବ୍ରିଜ ଉପରେ ଏକ ଥାର (jaguar car) ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଠିକ୍ ଏହି ସମୟରେ ଏକ ଜାଗୁଆର କାର (Jaguar car) କ୍ଷୀପ୍ର ଗତିରେ ଆସି ଲୋକଙ୍କ ଉପରକୁ ମାଡ଼ିଯାଇଥିଲା ଫଳଳେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଥାର ଓ ଟ୍ରକ ମଧ୍ଯରେ ଦୁର୍ଘଟଣା ଖବର ପାଇଁ ସେଠାରେ ପହଁଞ୍ଚି ଥିବା କନଷ୍ଟେବଳ ଓ ହୋମଗାର୍ଡ଼ଙ୍କର ମଧ୍ଯ ଏଥିରେ ମୃତ୍ୟୁ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ଅପଡ଼େଟ ନେଇ ଅପୋକ୍ଷା କରାଯାଇଛି....


ନିକଟରେ, ମଧ୍ୟପ୍ରଦେଶରେ ଏକ (Madhya Pradesh) କାର ଓ ଟ୍ରକ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସାନୋଧା ପୋଲିସ ଷ୍ଟେସନ ଅନ୍ତର୍ଗତ ବମୋରୀ ଡୁଣ୍ଡର (Bamori Dongri) ଗ୍ରାମ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ, ସାଗର ପାର୍ଶ୍ବରୁ ଗଢାକୋଟା ଅଭିମୁଖେ ଯାଉଥିବା ଏକ କାର ଗାଡ଼କୋଟା ପାର୍ଶ୍ବରୁ ସାଗର ଆଡ଼କୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ କାରର ଷ୍ଟିଅରିଂ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ୨ ଜଣଙ୍କୁ ପ୍ରାଣବାୟୁ ଉଡ଼ିଯାଇଥିଲା । ପରେ କାରକୁ କାଟି ସେଥିରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇ ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସେତେବେଳକୁ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । କାରର ମାଲିକ ଅତୁଲ ଦୁବେ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅମରଦୀପ ଗୁରୁତର ଆହତ ହୋଇଥିଲେ । ଅମରଦୀପ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବ ପ୍ରଦେଶ ଉପାଧ୍ୟକ୍ଷ ଅମିତ ରାମଜୀ ଦୁବେଙ୍କ ଭଣଜା ଅଟନ୍ତି। ଆହତ ଅମରଦୀପଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।


ସେହିପରି ହିମାଚଳପ୍ରଦେଶ ମାଣ୍ଡି ଜିଲ୍ଲା ସରାଜରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଦମ୍ପତି ପ୍ରାଣ ହରାଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ । ଗତ ଶନିବାର ଦିନ ସନ୍ଧ୍ୟାରେ ଶୀଲାକୁଟଲା ଗାଁର ଦମ୍ପତିଙ୍କ ସହ ତାଙ୍କ ପୁଅ ଓ ଅନ୍ୟ ଦୁଇ ପରିବାର ସଦସ୍ୟ ଏକ କାର ଯୋଗେ ଥୁନାଗ ବଜାରରୁ ଘର ଅଭିମୁଖେ ଯାଉଥିଲେ। ଏହି ସମୟରେ, ଲେହଗଲାଠାରୁ ଏକ କିଲୋମିଟର ଆଗରେ କାରଟି ହଠାତ୍ ୩୦୦ ମିଟର ଗଭୀର ଘାଟି ଭିତରକୁ ଖସିପଡିଥିଲା । ଫଳରେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିଲା । ଏହି ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲ ଯିବା ପୂର୍ବରୁ ଦମ୍ପତିଙ୍କ ମୃତ୍ୟୁ ହୋଇସାରିଥିଲା ।