ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା କହିଛନ୍ତି ଯେ ବାଂଲାଦେଶ ଦୁନିଆରେ ଏପରି ଏକ ସ୍ଥାନ ଯେଉଁଠାରେ ମ୍ୟାଚ୍ ସମୟରେ ଦର୍ଶକଙ୍କ କୌଣସି ସମର୍ଥନ ମିଳି ନଥାଏ । ନିକଟରେ ରୋହିତ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲଙ୍କ ସହ ଲାଇଭ ଚାଟ୍ ସମୟରେ ଏହି ସବୁ କଥା ଖୁଲାସା କରିଛନ୍ତି । ରୋହିତ କହିଛନ୍ତି ଯେ, ଭାରତୀୟ ଦଳ ବିଶ୍ୱର ପ୍ରତ୍ୟେକ କୋଣରେ ସମର୍ଥନ ପାଇଥାଏ କିନ୍ତୁ ବାଂଲାଦେଶରେ ହେବାକୁ ଥିବା ମ୍ୟାଚରେ କୌଣସି ସମର୍ଥନ ପାଇ ନଥାଏ । ବାଂଲାଦେଶର ପ୍ରଶଂସକମାନେ ମଧ୍ୟ ଭାରତ ଓ ପାକିସ୍ଥାନର ପ୍ରଶଂସକଙ୍କ ପରି ନିଜ ଦେଶକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । 


COMMERCIAL BREAK
SCROLL TO CONTINUE READING

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଯେତେବେଳେ ବାଂଲାଦେଶରେ ମ୍ୟାଚ୍ ହୋଇଥାଏ, ସେତେବେଳେ ଲାଗୁଥାଏ ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି । ଭାରତୀୟ ଦଳ ଏହିପରି ପରିବେଶରେ ଖେଳିବାରେ ଅଭ୍ୟସ୍ତ ନୁହେଁ । ଏଭଳି ପରିସ୍ଥିତିରେ ବାଂଲାଦେଶରେ ଖେଳିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ନିକଟ ଅତୀତରେ ବାଂଲାଦେଶ କ୍ରିକେଟ୍ ଟିମ୍ ଭଲ ପ୍ରଦର୍ଶନ କରିଛି । ଯେଉଁଥିପାଇଁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ବୃଦ୍ଧି ପାଇଛନ୍ତି । ୨୦୧୯ ବିଶ୍ୱକପରେ ଆମେ ଆପଣଙ୍କର ପ୍ରଦର୍ଶନ ଦେଖିଥିଲୁ । ଯାହା ଚମତ୍କାର ଥିଲା ।


ଏଠାରେ କହି ରଖୁଛୁ  ଯେ, ଯେତେବେଳେ ବି ବାଂଲାଦେଶ ଦଳର ଭାରତ ବିପକ୍ଷରେ ମ୍ୟାଚ୍ ହୁଏ । ସେତେବେଳେ ବାଂଲାଦେଶ ପ୍ରଶଂସକମାନେ ଅତ୍ୟଧିକ ଆକ୍ରାମକ ହୋଇଥାନ୍ତି ।  ୨୦୧୬ ମସିହାରେ ବାଂଲାଦେଶର ପ୍ରଶଂସକମାନେ ଏପରି ଏକ କାର୍ଯ୍ୟ କରିଥିଲେ ଯାହାକୁ ନେଇ ବହୁତ ସମାଲୋଚନା କରାଯାଇଥିଲା । ୨୦୧୬ରେ ଜଣେ ବାଂଲାଦେଶୀ ପ୍ରଶଂସକ ଦ୍ରୁତ ବୋଲର ତସ୍କିନ୍ ଅହମ୍ମଦଙ୍କ ହାତରେ ଧୋନିଙ୍କ ମୁଣ୍ଡ ଦେଇଥିଲେ । ଏହି ଚିତ୍ରକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ବ୍ୟତୀତ ରୋହିତ ୨୦୧୫ ମସିହାରେ ଆଇସିସି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ରୁବେଲ ହସନଙ୍କ ବଲରୁ ରୋହିତ କ୍ୟାଚ ଆଉଟ୍ ହୋଇଥିଲେ, ଯାହା ପରେ ଅମ୍ପାୟାର ସେହି ବଲକୁ ନୋ ବଲ ବୋଲି କହିଥିଲେ । ଯାହା ପରେ ବାଂଲାଦେଶୀ ପ୍ରଶଂସକମାନେ ଭାରତୀୟ କ୍ରିକେଟରଙ୍କୁ ପରିହାସ କରିବାକୁ ଆରମ୍ଭ କରିଥିଲେ ।