Rojgar Mela 2023: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଭିଡି଼ଓ କନଫରେନ୍ସିଂ ମାଧ୍ୟମରେ ଆଜି ୫୧,୦୦୦ ରୁ ଉର୍ଦ୍ଧ୍ୱ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି (Appointment letter) ପତ୍ର ପ୍ରଦାନ କରିଛନ୍ତି। ଆଜି ଦେଶର ୩୭ଟି ସ୍ଥାନରେ ଏହି ମେଳା (Rojgar Mela 2023) ଆୟୋଜିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ସମ୍ବୋଧିତ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏହି ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ଯ ଚାଲିଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ନୂତନ କର୍ମଚାରୀମାନଙ୍କୁ ରେଳ ମନ୍ତ୍ରଣାଳୟ, ଡ଼ାକ ବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିରେ ସାମିଲ୍ କରାଯାଇଛି । ନିଯୁକ୍ତ ହୋଇଥିବା ସରକାର କର୍ମଚାରୀଙ୍କୁ ପୋର୍ଟାଲ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାକୁ ଅବସର ଦିଆଯାଇଥିଲା । ଏଥିପାଇଁ ୭୫୦ରୁ ଅଧିକ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ ରହିଛି । ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ମିଶନ ମୋଡରେ ସରକାରୀ ଚାକିରି ଦିଆଯିବ ।


ଗତ ସେପ୍ଟମ୍ବର ମାସ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ସେଦିନ ଦେଶର ୪୬ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ସେହିପରି ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ମଧ୍ୟ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ୫୧,୦୦୦ ଯୁବକ ଓ ଯୁବତୀଙ୍କୁ ଦେଶରେ ସରକାରୀ ଚାକିରୀ (Government job) ପାଇଁ ନିଯୁକ୍ତି ପତ୍ର ଦିଆଯାଇଥିଲା। ଗୃହ ମନ୍ତ୍ରଣାଳୟର ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଏହି ନିଯୁକ୍ତ ପତ୍ର ପ୍ରଦାନ କରାଯାଇଥିଲା। ଏହା ଅଧୀନରେ ଯୁବବର୍ଗ ମାନେ CRPF, BSF, SSB, ଆସାମ ରାଇଫଲ୍ସ, ସିଆଇଏସ୍ଏଫ୍, ଆଇଟିବିପି, ଏନସିବି ଓ ଦିଲ୍ଲୀ ପୋଲିସରେ ନିଯୁକ୍ତି ପାଇଥିଲେ।


Also Read-I phone: ଏଣିକି ଚୀନରେ ନୁହେଁ ଭାରତରେ ତିଆରି ହେବ I phone


ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ମିଶନ ମୋଡରେ ସରକାରୀ ଚାକିରି ଦିଆଯିବ । ଦେଶର ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଏହି ରୋଜଗାର ମେଳା ଆୟୋଜିତ କରାଯାଉଛି । ଭାରତ ସରକାର ଓ ସହଯୋଗୀ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ରୋଜଗାରରେ ଲକ୍ଷାଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।