ନୂଆଦିଲ୍ଲୀ: Russia Ukraine Conflict: ୟୁକ୍ରେନ (Ukraine) କୁ ନେଇ ଆମେରିକା (US) ଓ ଋଷ (Russia) ମଧ୍ୟରେ ଚାଲିଥିବା ବିବାଦ ଧୀରେ ଧୀରେ ଯୁଦ୍ଧ ଆଡ଼କୁ ଗତି କରୁଛି । ଉଭୟ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସର ବିଫଳତା ପରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି ଓ ଦୁନିଆରେ ଆଉ ଏକ ମହା ଯୁଦ୍ଧର ଆଶଙ୍କା ଦେଖାଦେଇଛି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ପ୍ରତିରକ୍ଷା ବିଭାଗ (US Department of Defense) ର ପ୍ରେସ ସଚିବ ଜନ୍ କିର୍ବି (John Kirby) କହିଛନ୍ତି ଯେ, ଆମେରିକା (America) ପୂର୍ବ ୟୁରୋପ (Eastern Europe) ରେ ଆହୁରି ତିନି ହଜାର ସୈନ୍ୟ ମୁତୟନ କରିବାକୁ ଯାଉଛି । ଆମେରିକାର ଏହି ପଦକ୍ଷେପକୁ ନେଇ କ୍ରୋଧିତ ଋଷ (Russia) ୟୁକ୍ରେନ (Ukraine) ସୀମାରେ ଭାରୀ ଅସ୍ତ୍ରଶସ୍ତ୍ର ମୁତୟନ ବୃଦ୍ଧି କରିଛି ।


କିର୍ବି କହିଛନ୍ତି ଯେ, ଆମେରିକାର ସୈନ୍ୟବାହିନୀର ପ୍ରଥମ ବ୍ୟାଚରେ ୧୭୦୦ ସୈନିକଙ୍କୁ ୟୁକ୍ରେନ ସହିତ ସୀମା ଲାଗିଥିବା ପୋଲାଣ୍ଡକୁ ପଠାଯିବ । ଏହାସହ ୩୦୦ ସୈନିକଙ୍କୁ ଜର୍ମାନୀ ପଠାଯିବ । ଅନ୍ୟପଟେ ଜର୍ମାନୀରେ ପୂର୍ବରୁ ଉପସ୍ଥିତ ଥିବା ୧୦୦୦ ସୈନିକଙ୍କୁ ରୋମାନିଆ ପଠାଯିବ ।  କିର୍ବି କହିଛନ୍ତି ଯେ, ଏହି ସୈନିକମାନେ ଗତ ମାସରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ତରଫରୁ ୮୫୦୦ ସୈନିକ ମୁତୟନର ଘୋଷଣାର ଅତିରିକ୍ତ ଅଟେ ।


ବାସ୍ତବରେ, ଗତ ମାସରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଯେକୌଣସି ମୁହୂର୍ତ୍ତରେ ମୁତୟନ ପାଇଁ ୮,୫୦୦ ସୈନିକଙ୍କୁ ପ୍ରସ୍ତୁତ ରଖିଛି, ଏହି ସୈନିକ ନାଟୋ (NATO) ର ମିଳିତ ୪୦,୦୦୦ ସେହି ଗୁଚ୍ଛାର ଏକ ଅଂଶ, ଯାହା ୟୁକ୍ରେନ ଉପରେ ଋଷର ଆକ୍ରମଣାତ୍ମକ ମନୋଭାବ ପରଠାରୁ ହାଇ ଆଲର୍ଟରେ ରଖାଯାଇଛି ।


ଏଥି ସହିତ ନାଟୋ (NATO) ର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ସୀମାରେ ଚାଲିଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ଋଷ ଗତ ୩୦ ବର୍ଷ ମଧ୍ୟରେ ବେଲାଷ (Belarus) ରେ କେବେ ମଧ୍ୟ ଏତେ ସଂଖ୍ୟାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇ ନାହିଁ, ଯାହା ବର୍ତ୍ତମାନ ପଠା ଯାଉଛି । ଗତ କିଛି ଦିନ ହେବ ବେଲାଋଷରେ ଋଷର ସୈନିକମାନଙ୍କର ସମାବେଶ ବୃଦ୍ଧି ପାଇବାରେ ଲାଗିଛି । ବେଲାଋଷରେ ଋଷ ୩୦,୦୦୦ ସୈନ୍ୟ, ଯୁଦ୍ଧ ବିମାନ, S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏବଂ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମୁତୟନ କରିଛି ।


ଏହା ବି ପଢ଼ନ୍ତୁ:-ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା


ଏହା ବି ପଢ଼ନ୍ତୁ:-ଏହି ସବୁ ରାଜ୍ୟରେ ଖୋଲି ସାରିଛି ସ୍କୁଲ, କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍, ଛାତ୍ରଙ୍କୁ ମିଳିବ ଅନଲାଇନ୍ କ୍ଲାସର ବିକଳ୍ପ


ଏହା ବି ପଢ଼ନ୍ତୁ:-ଚନ୍ନିଙ୍କ ବଢ଼ିଲା ଅସୁବିଧା, ଜାଣନ୍ତୁ କାହିଁକି?


ଏହା ବି ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ


 


ଉଲ୍ଲେଖନୀୟ ବିଷୟ ହେଉଛି, ଋଷ ୟୁକ୍ରେନ (Ukraine) ସୀମା ନିକଟରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି । ସଙ୍କଟ ଦୂର କରିବା ପାଇଁ ଆମେରିକା ଓ ସହଯୋଗୀମାନଙ୍କ ଦ୍ୱାରା କୂଟନୈତିକ ପ୍ରୟାସ ସତ୍ତ୍ୱେ ଋଷ ୟୁକ୍ରେନ ସୀମାରେ ସୈନ୍ୟ ଓ ସାମରିକ ଉପକରଣ ନିର୍ମାଣ ଜାରି ରଖିଛି । ଏହା ମଧ୍ୟ କୁହାଯାଉଛି ଯେ ୟୁକ୍ରେନ ସହ ଲାଗିଥିବା ସୀମା ନିକଟରେ ଋଷ ୧,୦୦,୦୦୦ ସୈନ୍ୟ ମୁତୟନ କରିବା ପରେ ଋଷ କିଛି ଦେଶରୁ ସହାୟତା ଲୋଡିଛି । ଆଜି (ଶୁକ୍ରବାର) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ବେଜିଂରେ ଭେଟିବାକୁ ଯାଉଛନ୍ତି ।


ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଚେତାବନୀ ଦେଇଛନ୍ତି ଓ ଋଷର କୌଣସି ଆକ୍ରମଣର ଜବାବରେ ଭୟଙ୍କର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।