ମୁମ୍ବାଇ: ଏବେ ମୁମ୍ବାଇରେ ଅଛନ୍ତି ୟୁକ୍ରେନୀୟ ଅଭିନେତ୍ରୀ ସବରିନା। ହେଲେ ତାଙ୍କ ପରିବାରବର୍ଗ ୟୁକ୍ରେନ ଠାରେ ଫସି ରହିଥିବା କହିଛନ୍ତି ସବରିନା।


COMMERCIAL BREAK
SCROLL TO CONTINUE READING

ଋଷ (Russia) ପକ୍ଷରୁ ହୋଇଥିବା ଆକ୍ରମଣରେ କମ୍ପି ଉଠୁଛି ୟୁକ୍ରେନ (Ukraine)। ଏବେ ସେଠାରେ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ବଞ୍ଚାଇବାକୁ ବିଭିନ୍ନ ଦେଶକୁ ଯିବାରେ ଲାଗିଛନ୍ତି ଏହା ମଧ୍ୟରେ କିଛି ଲୋକ ରାଜଧନୀ କିୱ ସୀମାକୁ ଲାଗିଥିବା ୟୁରୋପୀୟ ଦେଶକୁ (European Country) ପଳାୟନ କରୁଛନ୍ତି। ଏହା ମଧ୍ୟରେ ନିଜର କିଛି ବନ୍ଧୁଙ୍କୁ ଦେଖା କରିବା ପାଇଁ ଭାରତ ଆସିଥିଲେ ୟୁକ୍ରେନୀୟ ଅଭିନେତ୍ରୀ ସବରିନା ( Ukrainian Actress Sabrina)।


ସେ ଜଣାଇଛନ୍ତି ଯେ ତାଙ୍କ ପରିବାର ଲୋକ ଦେଶର ଖୋରାସନ (Khorasan) ସହରରେ ଫସି ରହିଛନ୍ତି। ପରିବାର ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ କମ୍ ଥିବା ସେ କହିଛନ୍ତି। ଲଗାତାର ହେଉଥିବା ବିସ୍ଫୋରଣକୁ ନେଇ  ଚିନ୍ତିତ ହୋଇ ପଡିଛନ୍ତି ସେ। 


"ମୁଁ ଆଉଥରେ ମୋର ପରିବାର ଲୋକଙ୍କୁ ଭେଟିପାରିବି ନା ନାହିଁ ତାହା ଜାଣିନି। ମୁଁ ମୋ ଘରକୁ ଆଉ ଫେରିପାରିବି ନା ନାହିଁ ତାହା ଜାଣିନି।" କାନ୍ଦି କାନ୍ଦି ଏମିତି କହିଛନ୍ତି ୟୁକ୍ରେନୀୟ ଅଭିନେତ୍ରୀ ସବରିନା। ଏବେ ମୁମ୍ବାଇରେ ଅଛନ୍ତି ସବରିନା। 


ଯେଉଁଭଳି ଭାବରେ ଋଷିଆ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ସେ ତାଙ୍କ ପରିବାର ଲୋକଙ୍କୁ ପୁଣି ଥରେ ଦେଖାକରିପାରିବେ କି ନାହିଁ ତାହା ସନ୍ଦେହ ରହିଥିବା କହିଛନ୍ତି ସବରିନା। ଗତ ଶୁକ୍ରବାର ଶେଷ ଥର ପାଇଁ ନିଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ ସେ। ସେ ତାଙ୍କର କିଛି ବନ୍ଧୁଙ୍କୁ ଦେଖା କରିବା ପାଇଁ ଭାରତ ଆସିଥିବା କହିଛନ୍ତି ସବରିନା।


ଟିଭି ପରଦାରେ ୟୁକ୍ରେନ ଠାରେ ଘଟୁଥିବା ଘଟଣାର ଖବର ଦେଖି ମୁଁ ଭୟଭୀତ। ମୋତେ ଗଭୀର ଆଘାତ ଲାଗିଛି। ୟୁକ୍ରେନର ବିଭିନ୍ନ ସ୍ଥାନରୁ ଛାତିଥରା ଦୃଶ୍ୟ ଦେଖି ମୁଁ ଡରିଯାଇଛି। ମୋ ଘର ଲୋକ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ଇଣ୍ଟରନେଟ ସଂଯୋଗ ରହିଥିବା କାରଣରୁ ଘର ଲୋକଙ୍କ ସହ ମୁଁ ସମ୍ପର୍କରେ ରହିପାରୁଛି। ସେଥିପାଇଁ ମୋତେ ଆଶ୍ୱସନା ମିଳୁଛି ବୋଲି କହିଛନ୍ତି ୟୁକ୍ରେନୀୟ ଅଭିନେତ୍ରୀ।


ସବରିନାଙ୍କ ପରିବାରରେ ଅଛନ୍ତି ୫ ଭଉଣୀ, ବାପା ମାଆ, ଜେଜେ ବାପା ଜେଜେ ମାଆ। ଏପରି ସ୍ଥିତିରେ ଘର ଛାଡ଼ି ଅନ୍ୟ ସ୍ଥାନକୁ ଯିବା ସେମାନଙ୍କ ପାଖେ ଅସମ୍ଭବ ହୋଇପଡ଼ୁଛି। ଏବେ ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ମଧ୍ୟ କମିଆସିଲାଣି ହେଲେ ଋଷିଆ ପକ୍ଷରୁ ଆକ୍ରମଣ ଜାରି ରହିଛି। ମୁଁ ଏବେ ଭାରତରେ ଥିବାରୁ ସୁରକ୍ଷିତ ଅଛି ହେଲେ ଏହାକୁ ନେଇ ମୁଁ ଦୁଃଖ କରିବି କି ଖୁସି ହେବି ତାହା ଜାଣିପାରୁନି।