Russia Attack on Ukraine: ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଚାଲଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ସକ୍ରିୟ ହୋଇଉଠିଛି। ଶୁ୍କ୍ରବାର ସକାଳେ ୟୁକ୍ରେନ ରାଜଧାନୀ କୀଭ୍ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଋଷିଆ ପକ୍ଷରୁ ଡ୍ରୋନ ଏବଂ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଋଷିଆ ଦ୍ୱାରା ୟୁକ୍ରେନ ଉପରେ ୨୦ କିମ୍ବା ଏହା ଠାରୁ ଅଧିକ ମିସାଇଲ ମାଡ଼ କରାଯାଇଥିବାର କୁହାଯାଉଛି। ଏହି ଆକ୍ରମଣରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି। କେନ୍ଦ୍ରୀୟ ୟୁକ୍ରେନସ୍ଥିତ ଏକ ଆବାସିକ କୋଠା ଉପରେ ମଧ୍ୟ ଆକ୍ରମଣ କରାଯାଇଥିବାର ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ଋଷିଆ (Russia) ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛି କୀଭ୍ ସହର ପ୍ରଶାସନ (Kyiv City Administration)। ଏନେଇ କୁହାଯାଇଛି ଯେ, ୨ ମାସ ମଧ୍ୟରେ କୀଭ (Kyiv City) ଉପରେ ହୋଇଥିବା ଆକ୍ରମଣ ପରେ ରାଜଧାନୀ ଚାରିପାଖରେ ବାୟୁ ମାର୍ଗରୁ ଆକ୍ରମଣ କରାଯିବା ପରେ ସାଇରନ୍ ବାଜିଥିଲା। ୟୁକ୍ରେନ ବାୟୁସେନା (Ukrainian Air Force) ଦେଶର ରାଜଧାନୀ କୀଭ ସହର  ଉପରେ ୧୧ କ୍ରୁଜ୍ ମିସାଇଲ (Russian Cruise Missile) ଏବଂ ଦୁଇଟି ମାନବବିହୀନ ବିମାନ ଯାନକୁ (Unmanned Aerial Vehicles) ଅଟକାଇ ଦେଇଥିଲା।


ହେଲେ କୀଭ ସହରରେ କ୍ଷେପଣାସ୍ତ୍ର ଆକ୍ରମଣ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ଖବର ଆସି ନଥିଲା। ହେଲେ ଋଷିଆ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ (Russian Missile and Drone Attack on Ukraine) କାରଣରୁ ବିଦ୍ୟୁତ୍ ଲାଇନ ସହିତ ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ।


ନିପ୍ରୋ ସହରରେ ୨ ମୃତ
ୟୁକ୍ରେନର ପୂର୍ବ ଭାଗରେ ଅବସ୍ଥିତ ନିପ୍ରୋ ସହରର (Dnipro City Ukraine) ଗଭର୍ଣ୍ଣର ସେରହୀ ଲିସାକ କହିଛନ୍ତି ଯେ ସହରରେ ହୋଇଥିବା ଆକ୍ରମଣରେ ଜଣେ ୩୧ ବର୍ଷୀୟ ମହିଳା ଏବଂ ତାଙ୍କର ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।


ଚେର୍କାସୀ ଅଞ୍ଚଳରେ ୩ ମୃତ 
ଚେର୍କାସୀ ସହର (Cherkasy City Ukraine) ଗଭର୍ଣ୍ଣର ଇହୋର ତବୁରେତ୍ସ କହିଛନ୍ତି ଯେ, ରାଜଧାନୀ କୀଭ ସହରର ଦକ୍ଷିଣ ଦିଗରୁ ପ୍ରାୟ ୨୧୫ କିଲୋମିଟର ଦୂରରେ ଅବସ୍ଥିତ ରହିଥିବା ଉମାନ ଠାରେ ଦୁଇଟି କ୍ରୁଜ୍ କ୍ଷେପଣାସ୍ତ୍ର ଏକ ଆବାସିକ କୋଠା ଏବଂ ସଂରକ୍ଷଣ କେନ୍ଦ୍ରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।


କୀଭ ସହରରେ ସକ୍ରିୟ ହେଲା ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ
କୀଭ୍ ସହର ପ୍ରଶାସନ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କୀଭ ସହରରେ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ (Anti Aircraft System Ukraine) ସକ୍ରିୟ ହୋଇଯାଇଥିଲା। ଏୟାର ରେଡ୍ ସାଇରନ୍ (Air Raid Siren) ସକାଳ ପ୍ରାୟ ଚାରିଟାରୁ ସମୟରୁ ବାଜିବା ଆରମ୍ଭ ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସାଇରନ୍ ବାଜିବାରେ ଲାଗିଥିଲା। ଗତ ୯ ମାର୍ଚ୍ଚ ପରେ ରାଜଧାନୀ କୀଭ ସହର ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ।


ୟୁକ୍ରେନ ସଶସ୍ତ୍ର ବାହିନୀ (Armed Forces of Ukraine) ସେନାଧ୍ୟକ୍ଷ ୱାଲେରୀ ଜାଲୁଜନୀଙ୍କ ଅନୁଯାୟୀ, କାସ୍ପିଆନ୍ ସାଗର (Caspian Sea) ଅଞ୍ଚଳରେ କାର୍ଯ୍ୟ କରୁଥିବା ବିମାନରୁ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ (Russian Missile Attack) କରାଯାଇଥିଲା। ସେନାଧ୍ୟକ୍ଷ କହିଛନ୍ତି ଯେ ମୋଟ ଉପରେ ୟୁକ୍ରେନ କେଏଚ-୧୦୧ ଏବଂ କେଏଚ-୫୫୫ ପ୍ରକାର ୨୩ କ୍ରୁଜ ମିସାଇଲ ମଧ୍ୟରୁ ୨୧ କ୍ଷେପଣାସ୍ତ୍ର ଏବଂ ଦୁଇଟି ଡ୍ରୋନ ଠାବ କରିଥିଲା।। ପ୍ରାୟ ବର୍ଷେ କାଳରୁ ଅଧିକ ସମୟ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଗତ ବର୍ଷ ଫେବୃଆରୀରୁ ଆରମ୍ଭ ହୋଇଥିଲା।