ନୂଆଦିଲ୍ଲୀ: Russia Ukraine War: ଚଳିତ ବର୍ଷ ଫେବୃଆରୀ ୨୪ରେ ଋଷ (Russia) ୟୁକ୍ରେନ (Ukraine) ଉପରେ ଆକ୍ରମଣ କରିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ (Russia Ukraine War) ଜାରି ରହିଛି । ଋଷ ୟୁକ୍ରେନର ଅଧିକାଂଶ ସହରକୁ ଶ୍ମଶାନରେ ପରିଣତ କରିସାରିଛି । ଏବେ ବି ଋଷ ସେନା (Russian Army) ଓ ୟୁକ୍ରେନ ସେନା (Ukrainain Army) ମଧ୍ୟରେ ଭୀଷଣ ସଂଗ୍ରାମ ଜାରି ରହିଛି । ଏହି ସମୟରେ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଋଷକୁ ଡ୍ରୋନ୍ ଯୋଗାଇ ଦେବ ଇରାନ (Iran) । ଆମେରିକା (US) ଦାବି କରିଛି ଯେ ଋଷକୁ ଶହ ଶହ ଅସ୍ତ୍ରଶସ୍ତ୍ର ସକ୍ଷମ ଡ୍ରୋନ୍ ଯୋଗାଇବାକୁ ଇରାନ ପ୍ରସ୍ତୁତ ହେଉଛି । ଏଥି ସହିତ ଆମେରିକା (America) ଚେତାବନୀ ଦେବା ପରେ କ୍ରେମଲିନ୍ ମଧ୍ୟ ସୂଚନା ଦେଇଛି ଯେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ତେହେରାନ ଯାଉଛନ୍ତି । ସେପଟେ ପୁଣି ଆମେରିକାର ବାଇଡେନ ସରାକର ମଧ୍ୟ ୟୁକ୍ରେନକୁ ୧.୭ ବିଲିୟନ ଡଲାରର ଆର୍ଥିକ ସହାୟତା ଯୋଗାଇ ଦେବ ।


COMMERCIAL BREAK
SCROLL TO CONTINUE READING

ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ କହିଛନ୍ତି ଯେ ଇରାନ ଏପର୍ଯ୍ୟନ୍ତ ଋଷକୁ କୌଣସି ଡ୍ରୋନ୍ ଦେଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେ କହିଛନ୍ତି ଯେ ସାଉଦି ଆରବ ଉପରେ ଆକ୍ରମଣ କରିବା ପାଇଁ ୟେମେନରେ ହୁତି ବିଦ୍ରୋହୀମାନେ ଇରାନ ଡ୍ରୋନ ବ୍ୟବହାର କରିଥିଲେ ।


ସଲିଭାନ ଏପରି ଏକ ସମୟରେ ଦାବି କରିଛନ୍ତି, ଯେତେବେଳେ ମଙ୍ଗଳବାର କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ ଗଣମାଧ୍ୟମକୁ କହିଛନ୍ତି ଯେ ପୁଟିନ ଆସନ୍ତା ସପ୍ତାହରେ ଇରାନର ରାଜଧାନୀ ତେହେରାନ ଗସ୍ତରେ ଯାଇ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଆନଙ୍କ ସହ ଆଲୋଚନା କରିବେ । ଏହାପୂର୍ବରୁ ମଙ୍ଗଳବାର ଇରାନର ରାଜ୍ୟ ମିଡିଆ ରିପୋର୍ଟ କରିଛି ଯେ, ପୁଟିନ ଆସନ୍ତା ସପ୍ତାହରେ ତେହେରାନ ଗସ୍ତରେ ଆସି ଆର୍ଥିକ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଆଲୋଚନା କରିବେ ।


ଏହା ବି ପଢ଼ନ୍ତୁ:-'ଶ୍ରୀଲଙ୍କା ପରି ପରିସ୍ଥିତି ଭାରତରେ ମଧ୍ୟ ହୋଇପାରେ', ମୁକେଶ ଅମ୍ବାନୀ-ଅଜୟ ଦେବଗନଙ୍କ ନାମ ନେଇ ବଲିଉଡ ଅଭିନେତା କଲେ ଟ୍ୱିଟ୍


ଏହା ବି ପଢ଼ନ୍ତୁ:-ପୁଣି ଏକାଠି ହେବେ ବିଜେପି-ଶିବସେନା!


ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ


ଅନ୍ୟପକ୍ଷରେ ୟୁକ୍ରେନକୁ ଆମେରିକା ଓ ବିଶ୍ୱ ବ୍ୟାଙ୍କରୁ ୧.୭ ବିଲିୟନ ଡଲାର ଅତିରିକ୍ତ ସହାୟତା ଦିଆଯାଉଛି । ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଦରମା ଦେବା ଓ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଇବା ପାଇଁ ଏହି ରାଶି ଦିଆଯାଉଛି, ଯେଉଁମାନେ ସଙ୍କଟ  । ଦୁଇ ଦେଶ ମଧ୍ୟରେ ଅନେକ ମାସ ଧରି ଲାଗି ରହିଥିବା ସଂଘର୍ଷ ଯୋଗୁଁ ମେଡିକାଲ କର୍ମଚାରୀଙ୍କୁ ୟୁକ୍ରେନ ଛାଡିବାକୁ ବାଧ୍ୟ କରିଛି, କେତେକ ଡାକ୍ତରଖାନା ବନ୍ଦ ହୋଇଯାଇଥିବା ବେଳେ ଅନ୍ୟ କେତେକ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ଏଥି ସହିତ ୟୁକ୍ରେନରେ ରହୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ଏହି ଅବସ୍ଥାରେ ସେମାନଙ୍କର କାର୍ଯ୍ୟ ଜାରି ରଖିଛନ୍ତି ।