ନୂଆଦିଲ୍ଲୀ: Chechen Force, Russia-Ukraine War: ଯୁଦ୍ଧର ଦିନ  ଯେତେ ବଢ଼ୁଛି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଅଧିକ ବିପଦଜନକ ହେବାରେ ଲାଗିଛନ୍ତି । ପ୍ରଥମେ ସେ ୟୁକ୍ରେନର ଆତ୍ମା ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଋଷର ପରମାଣୁ ଡିଟରଣ୍ଟ ଫୋର୍ସ (Russian Nuclear Deterrent Forces) କୁ ହାଇ ଆଲର୍ଟରେ ରଖିଛନ୍ତି । ବର୍ତ୍ତମାନ ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କ ସମେତ ୟୁକ୍ରେନର ପ୍ରମୁଖ ନେତାଙ୍କୁ ହତ୍ୟା କରିବା ପାଇଁ ଘାତକ ଚେଚେନ ଫୋର୍ସ (Chechen Force) କୁ ସବୁଜ ସଙ୍କେତ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚେଚେନ୍ୟାର ପ୍ରଧାନମନ୍ତ୍ରୀ ରମଜାନ କାଦିରୋଭ (Chechnya Prime Minister Ramzan Kadyrov) ଶୁକ୍ରବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣକୁ ସମର୍ଥନ କରିବା ପାଇଁ ଚେଚେନ ସୈନ୍ୟ ପଠାଯିବ । ଅନଲାଇନରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କାଦିରୋଭ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ମଧ୍ୟ ଠିକ୍ କହିଛନ୍ତି । ଏଥି ସହ ସେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ପୁଟିନ (Putin) ଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେ ପ୍ରସ୍ତୁତ ରହିବେ । କାଦିରୋଭ ଋଷର ଜଣେ ଦୃଢ଼ ସମର୍ଥକ ଭାବେ ମନେ କରାଯାଏ । ଯେଉଁମାନେ ନିଜକୁ ଋଷର "ଫୁଟ୍ ସୋଲ୍ଡର" ବୋଲି କହନ୍ତି । ଚେଚେନ ଫୋର୍ସ (Chechen Force) ନିଜର ଶକ୍ତି ଓ ବର୍ବରତା ଯୋଗୁଁ ହଣ୍ଟର୍ ନାମରେ ମଧ୍ୟ ଜଣାଶୁଣା ।


କାଦିରୋଭ କହିଛନ୍ତି ଯେ, ଋଷର ସେନାକୁ ମଜବୁତ କରିବା ପାଇଁ ପ୍ରାୟ ୧୦,୦୦୦ ଚେଚେନ ସୈନିକ (Chechen soldiers) ଙ୍କୁ ୟୁକ୍ରେନକୁ ପଠାଯାଉଛି । ଚେଚେନ ଫୋର୍ସ ହେଉଛି ଚେଚେନ୍ୟାର ଫେଡେରାଲ ଗାର୍ଡ ସର୍ଭିସର ସାଉଥ ବାଟାଲିଅନର ଯୋଦ୍ଧା । ମନେ କରାଯାଏ ଯେ ଚେଚେନ ଯୋଦ୍ଧାମାନେ କେବଳ ଜଙ୍ଗଲରେ ବାସ କରନ୍ତି । ଡେଲି ମେଲର ରିପୋର୍ଟ ଅନୁସାରେ, ମସ୍କୋ ଟେଲିଗ୍ରାମ ଚ୍ୟାନେଲ ରିପୋର୍ଟ କରିଛି ଯେ ପ୍ରତ୍ୟେକ ଚେଚେନ ସୈନିକଙ୍କୁ ୟୁକ୍ରେନ ନେତା ଓ ଅଧିକାରୀଙ୍କ ଫଟୋ ଓ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ଏକ ସ୍ୱତନ୍ତ୍ର 'କାର୍ଡ' ଦିଆଯାଇଛି । ଯାହାଫଳରେ ସେମାନେ ସହଜରେ ୟୁକ୍ରେନର ନେତାମାନଙ୍କୁ ଟାର୍ଗେଟ କରିପାରିବେ ।


କିଏ ଚେଚେନ


ଚେଚେନ ହେଉଛି ଏକ ନୃଜାତୀୟ ସମୂହ (Ethnic Group), ଯେଉଁମାନେ ହଜାର ହଜାର ବର୍ଷ ଧରି ଉତ୍ତର କାକେଶସର ଉଚ୍ଚଭୂମିରେ ବାସ କରିଆସୁଛନ୍ତି । ୧୯୭୧ ମସିହାରେ ବିଭିନ୍ନ ଜାତି ସମୂହ, ଯେଉଁଥିରେ ଅଧିକାଂଶ ମୁସଲମାନ ଥିଲେ, ସେମାନେ ଋଷ ଠାରୁ ସ୍ୱାଧୀନତା ଘୋଷଣା କରିଥିଲେ । ସେମାନଙ୍କୁ ବିଭିନ୍ନ ବିଶ୍ୱସ୍ତରୀୟ ଦେଶ ମଧ୍ୟ ମାନ୍ୟତା ଦେଇଥିଲେ । କିନ୍ତୁ ପରେ ସୋଭିଏତ୍ ସଂଘ (Soviet Union) ଆକ୍ରମଣ କରି ଚେଚେନ-ଇନଗୁସ୍ ସ୍ୱୟଂଶାସିତ ସୋଭିଏତ୍ ସମାଜବାଦୀ ଗଣରାଜ୍ୟର ସ୍ଥାପନା କରିଥିଲା । ସୋଭିଏତ୍ ଦଖଲ ସତ୍ତ୍ୱେ ଚେଚେନ ଲୋକମାନେ ବିରୋଧ ଜାରି ରଖିଥିଲେ । ଏହା ଦେଖି ଷ୍ଟାଲିନ ଚେଚେନ୍ୟାର ଲୋକଙ୍କୁ  ପୁନର୍ବାସ ନାମରେ ସାଇବେରିଆକୁ ପଠାଇଥିଲେ ।


ମନେ କରାଯାଏ ଯେ ଏହି ବିସ୍ଥାପନରେ ଅର୍ଦ୍ଧେକ ଚେଚେନ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଯାଇଥିଲା ଓ ବର୍ଷେ ପରେ ନିକିତା କ୍ରୁଚେଭଙ୍କ ନେତୃତ୍ୱରେ, 'ଡି-ଷ୍ଟାଲିନାଇଜେସନ୍' ନାମକ ଏକ ସମୟ ମଧ୍ୟରେ ଚେଚେନ୍ୟା ଲୋକମାନଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଗଲା । ସମ୍ପ୍ରତି, ୟୁରୋପୀୟ ସଂଘ ଏହି ନିର୍ବାସନକୁ ଏକ ନରସଂହାର ଭାବରେ ସ୍ୱୀକୃତି ଦେଇଛି ।


ଏହା ବି ପଢ଼ନ୍ତୁ:-ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?


ଏହା ବି ପଢ଼ନ୍ତୁ:-ଜାଣନ୍ତୁ ୟୁକ୍ରେନର ଆଜୋଭ ରେଜିମେଣ୍ଟ ବିଷୟରେ, ଯିଏ ଋଷର ସେନାକୁ ଦେଉଛି କଡ଼ା ଟକ୍କର


ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ


ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୋଧରେ କ'ଣ ରହିଛି ପୁଟିନଙ୍କ 5-T ପ୍ଲାନ? ଜାଣନ୍ତୁ ଲଗାତର ବୋମା ବର୍ଷା କରିବାର କାରଣ


 


୧୯୯୧ରେ ସୋଭିଏତ୍ ସଂଘର ପତନ ପରେ ଚେଚେନ ରିପବ୍ଲିକ୍ ଗଠନ ହୋଇଛି ଓ ଏହା ଯୋଗୁଁ ନୂତନ ଭାବରେ ଗଠିତ ଋଷ ସହିତ ସ୍ଥିତିକୁ ଆହୁରି ଖରାପ ହୋଇଯାଇଛି । ୧୯୯୪ରେ ଋଷ ଚେଚେନ ଉପରେ ଆକ୍ରମଣ କରିଥିଲା ।​ ଏହା ପ୍ରଥମ ଚେଚେନ ଯୁଦ୍ଧର କାରଣ ହୋଇଥିଲା ଓ ଏହି ଯୁଦ୍ଧରେ ଚେଚେନ ଗଣତନ୍ତ୍ର ଋଷର ସେନାକୁ ପରାସ୍ତ କରିଥିଲା । ଏହିପରି ୧୧୯୫ରେ ଏହା ସ୍ୱାଧୀନତା ହାସଲ କଲା । କିନ୍ତୁ ୨୦୦୦ରେ ପୁଟିନ ଋଷରେ କ୍ଷମତା ଗ୍ରହଣ କରିବା ପରେ ପୁଣିଥରେ ଚେଚେନ ଉପରେ ଆକ୍ରମଣ କରିଥିଲେ । ଏହା ଦ୍ୱିତୀୟ ରୁଷୋ-ଚେଚେନ ଯୁଦ୍ଧର କାରଣ ହୋଇଥିଲା । ଜୁନ୍ ୨୦୦୦ରେ ଋଷ ଅଖମତ କେଦିରୋଭଙ୍କୁ ଚେଚେନ୍ୟାର ନେତା ଭାବରେ ଘୋଷଣା କଲା । 


ଅଖମତ କେଦିରୋଭ (Akhmat Kadyrov) ପ୍ରଥମେ ବିଚ୍ଛିନ୍ନତାବାଦୀ ନେତା ଥିଲେ, କିନ୍ତୁ ପରେ ଋଷର ପକ୍ଷରେ ଚାଲିଯାଇଥିଲେ । ୨୦୦୭ରେ ଅଖମତ କାଦିରୋଭ ଏକ ବିସ୍ଫୋରଣରେ ନିହତ ହୋଇଥିଲେ । ଏହା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପୁଅ ରମଜାନ କାଦିରୋଭଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଲେ ଓ ସେବେଠାରୁ ସେ ଦେଶକୁ ଋଷ ଦ୍ୱାରା ପରିଚାଳିତ ହେଉଛି ।